www.samajalive.in
Sunday, December 14, 2025
26.1 C
Bhubaneswar

୨୦୧୭ରେ ୟୁସୁଫ ଡୋପ୍‍ ପରୀକ୍ଷାରେ ବିଫଳ ହୋଇଛନ୍ତି

ନୂଆଦିଲ୍ଲୀ : ୨୦୧୭ରେ ବିସିସିଆଇ ପକ୍ଷରୁ ୨୭୫ ଜଣ ଭାରତୀୟ କ୍ରିକେଟରଙ୍କର ଡୋପ୍‍ ପରୀକ୍ଷା କରା ଯାଇଥିଲା। ସେମାନଙ୍କ ମଧ୍ୟରୁ କେବଳ ପୂର୍ବତନ ଭାରତୀୟ ଅଲ୍‍ରାଉଣ୍ଡର ୟୁସୁଫ୍‍ ପଠାନ୍‍ ଡୋପ୍‍ ଟେଷ୍ଟରେ ବିଫଳ ହୋଇଥିଲେ ବୋଲି ବିଶ୍ୱ ଡ୍ରଗ୍‍ ନିରୋଧ ସଂସ୍ଥା (ୱାଡା) ରିପୋର୍ଟରୁ ପ୍ରକାଶ। ୟୁସୁଫ୍‍ ଧରାପଡ଼ିବା ପରେ ବିସିସିଆଇ ତାଙ୍କୁ ୫ ମାସ କ୍ରିକେଟ୍‍ରୁ ବାସନ୍ଦ କରିଥିଲା। ଗତ ଆଇପିଏଲ୍‍ ପୂର୍ବରୁ ୟୁସୁଫ୍‍ଙ୍କ ବାସନ୍ଦ ଅବଧି ସମାପ୍ତ ହୋଇଥିବାରୁ ସେ ଆଇପିଏଲ୍‍ ଖେଳି ପାରିଥିଲେ।
ସେତେବେଳେ ବିସିସିଆଇ ପକ୍ଷରୁ କୁହା ଯାଇଥିଲା ଯେ ପଠାନ୍‍ଙ୍କ ଶରୀରରୁ ଏପରି ଏକ ନିଷିଦ୍ଧ ଡ୍ରଗ୍‍ର ମାତ୍ରା ମିଳିଥିଲା; ଯାହା ମୁଖ୍ୟତଃ କାଶ ସିରପ୍‍ରେ ରହିଥାଏ। ପଠାନ୍‍ଙ୍କୁ ୨୦୧୭ ଅଗଷ୍ଟ ୧୫ରୁ ୨୦୧୮ ଜାନୁୟାରୀ ୧୪ ପର୍ଯ୍ୟନ୍ତ ବାସନ୍ଦ କରା ଯାଇଥିଲା। ତେବେ ଆଉ ୨ ଜଣଙ୍କର ମୂତ୍ର ନମୁନାରୁ କିଛି ସନ୍ଦେହଜନକ ଦ୍ରବ୍ୟ ମିଳିଥିଲେ ହେଁ ସେମାନଙ୍କ ନାମ ୱାଡା ପ୍ରକାଶ କରିନାହିଁ କିମ୍ବା ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ। ୱାର୍ଡା ରିପୋର୍ଟ ଅନୁସାରେ; ବିସିସିଆଇ କରିଥିବା ୨୭୫ଟି ମୂତ୍ର ନମୁନା ପରୀକ୍ଷାରୁ ୨୩୩ ଜଣ କ୍ରିକେଟରଙ୍କର ମ୍ୟାଚ୍‍ ସମୟରେ ସଂଗ୍ରହ କରା ଯାଇଥିବା ବେଳେ ୪୨ ଜଣଙ୍କର ଖାଲି ସମୟରେ ସଂଗ୍ରହ କରା ଯାଇଥିଲା। ୨୦୧୬ ଆଇପିଏଲ୍‍ରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ୍‍ ମ୍ୟାକ୍‍କଲମ ଡୋପ୍‍ ପରୀକ୍ଷାରେ ବିଫଳ ହୋଇଥିଲେ ହେଁ ବିସିସିିଆଇ ତାଙ୍କ ରିପୋର୍ଟ ବିଳମ୍ବରେ ପ୍ରଦାନ କରା ଯାଇଥିବାରୁ ତାଙ୍କ ମାମଲା ବନ୍ଦ କରି ଦିଆ ଯାଇଥିଲା। ୨୦୧୮ରେ ଅଦ୍ୟାବଧି ମାତ୍ର ଜଣେ କ୍ରିକେଟର ଡୋପ୍‍ ପରୀକ୍ଷାରେ ବିଫଳ ହୋଇଛନ୍ତି। ସେ ହେଉଛନ୍ତି ପଞ୍ଜାବର ୱିକେଟ ରକ୍ଷକ ଅଭିଷେକ ଗୁପ୍ତା; ଯିଏ ଏବେ ୮ ମାସ ବାସନ୍ଦ ହୋଇଛନ୍ତି। ପୁଣି ୨୦୧୭ରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ସାରାବିଶ୍ୱରେ ମୋଟ ୩୮୯ ଜଣ କ୍ରିକେଟରଙ୍କ ଡୋପ୍‍ ପରୀକ୍ଷା କରିଥିଲା। ସେମାନଙ୍କ ମଧ୍ୟରୁ କେବଳ ଆଫ୍‍ଗାନିସ୍ତାନର ମହମ୍ମଦ ସେହ୍‍ଜାଦ ବିଫଳ ହୋଇଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories