www.samajalive.in
Sunday, December 7, 2025
26.1 C
Bhubaneswar

ମନରେଗା ଦୁଃଖ, କାମ କରିବି ପାଉଣା ପାଇ ନାହାନ୍ତି ଖଇରପାଲି ଗାଁ ଶ୍ରମିକ!

ବଲାଙ୍ଗିର : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବଲାଙ୍ଗିର ସଦର ବ୍ଲକ ମାଧିଆପାଲି ପଞ୍ଚାୟତର ଖଇରପାଲି ଶିଶୁମୁଣ୍ଡା ବନ୍ଧର ମାଟି କାମ କରାଯାଇଥିଲା। ଲକ୍‍ଡାଉନ୍‍ ସମୟରେ ଲୋକେ କାମ ପାଉ ନଥିବା ବେଳେ ଗ୍ରାମ ରୋଜଗାର ସେବକ(ଜିଆର୍‍ଏସ୍‍) ବେଣୁଧର ମହାକୁଡ ଲୋକଙ୍କୁ କାମ କରିବାକୁ ଡାକିଥିଲେ। ମନରେଗା ଜବକାର୍ଡ ପାଇଥିବା ଓ ଯେଉଁମାନେ ପାଇ ନାହାନ୍ତି ସେମାନଙ୍କୁ ଜବକାର୍ଡ କରିଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ। ବହୁ ଲୋକ ମାଟି କାମ କରିବାକୁ ଆସିଥିଲେ। ଜୁନ୍‍ ମାସରେ ୧୨ରୁ ୧୫ ଦିନ ଯାଏ ଲୋକେ ମାଟି କାମ କରିଥିଲେ। କିନ୍ତୁ ମାଟି କାମ କରିଥିବା କିଛି ଲୋକଙ୍କ ଖାତାରେ କମ୍‍ କମ୍‍ ଟଙ୍କା ଦିଆଯାଇଥିବା ବେଳେ ଅଧିକାଂଶ କାମ କରିଥିବା ଲୋକଙ୍କ ବ୍ୟାଙ୍କ ଖାତାରେ ଟଙ୍କାଟିଏ ପଡ଼ି ନାହିଁ। ଟଙ୍କା ପଡ଼ି ନଥିବାରୁ କାମ କରିଥିବା ଲୋକେ ଜିଆର୍‍ଏସ୍‍ ଶ୍ରୀ ମହାକୁଡଙ୍କୁ ଫୋନ୍‍ କରି ଜଣାଇଥିଲେ। ତାଙ୍କ ଗାଁ ବହଲପଦରକୁ ଯାଇଥିଲେ। ପଞ୍ଚାୟତକୁ ମଧ୍ୟ ଯାଇ ସାକ୍ଷାତ କରିବାକୁ ଉଦ୍ୟମ କରିଥିଲେ। ଶ୍ରମିକଙ୍କ ସହ ଭେଟ ପଡ଼ିଲେ ଟଙ୍କା ପଡ଼ିଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ବ୍ୟାଙ୍କ ସମ୍ବନ୍ଧୀୟ କାଗଜପତ୍ର ମାଗିଲେ ବି ପାଉଣା ପାଇ ନଥିବା ଲୋକେ ତାହା ବି ଦେଉଛନ୍ତି। ହେଲେ ମାସ ପରେ ମାସ ବିତି ଯାଇଥିଲେ ବି ବ୍ୟାଙ୍କ ଖାତାରେ କାମ ବାବଦରେ ଟଙ୍କାଟିଏ ପଡ଼ି ନଥିବା ଖଇରପାଲି ଗାଁର ସର୍ଜନ ବାଗ, ଦୟା ହରପାଲ, ଭକ୍ତ ହରପାଲ, ଅରକ୍ଷିତ ଜୁଏଡ, ଅଶୋକ ଜୁଏଡଙ୍କ ସହ ଅନ୍ୟମାନେ ଅଭିଯୋଗ କରୁଛନ୍ତି। ଏସଂପର୍କରେ ଜିଆର୍‍ଏସ୍‍ ଶ୍ରୀ ମହାକୁଡଙ୍କୁ ଯୋଗାଯୋଗ କରାଯାଇଥିଲା। ଆଧାର ଜରିଆରେ ବ୍ୟାଙ୍କ ଖାତାଗୁଡ଼ିକୁ ଟଙ୍କା ଜମା କରାଯାଉଛି। ଅଫିସ୍‍ରୁ ସେମାନଙ୍କ ଟଙ୍କା ପକାଯାଇଛି। ବ୍ୟାଙ୍କ ଖାତାରେ ସମସ୍ୟା ଥିବାରୁ ଟଙ୍କା ଜମା ହୋଇପାରି ନାହିଁ ଭଳି ଅନେକ କଥା କହିଥିଲେ। ତେବେ କେତେ ଟଙ୍କାର କାମ, କେତେଜଣ ଶ୍ରମିକ କାମ କରିଥିଲେ ବୋଲି ପଚାରିବାରୁ ସ୍ପଷ୍ଟ କରିପାରି ନଥିଲେ ଶ୍ରୀ ମହାକୁଡ। ଓଲଟି ବ୍ୟାଙ୍କ ଖାତା ଅପଡେଟ୍‍ ନଥିବା, ସେମାନେ ଚେକ୍‍ କରୁ ନଥିବା କହି କାମ କରିଥିବା ଶ୍ରମିକମାନେ ଭୁଲ ବୋଲି ଦର୍ଶାଇବାକୁ ପଛେଇ ନଥିଲେ ଜିଆର୍‍ଏସ୍‍ ଶ୍ରୀ ମହାକୁଡ। କେବଳ ସେତିକି ନୁହେଁ, କିଏ ଆପଣଙ୍କୁ ଅଭିଯୋଗ କଲା ବୋଲି ଜାଣିବାକୁ ବେଶ ଆଗ୍ରହ ଦେଖାଉଥିଲେ ଜିଆର୍‍ଏସ୍‍ ମହାଶୟ। ଜିଲାରେ ମନରେଗା ଯୋଜନାରେ କାମ କରି ପାଉଣା ପାଇ ନଥିବା ଲୋକଙ୍କ ଅଭିଯୋଗ ଲମ୍ବା। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏଭଳି ଅଭିଯୋଗର ସତ୍ୟତା ଯାଞ୍ଚ ସହ କେଉଁଠି ତ୍ରୁଟି ରହିଛି ତାହା ଦେଖି ସମାଧାନ କରିବାକୁ ଦାବି ହେଉଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories