www.samajalive.in
Monday, December 8, 2025
14.1 C
Bhubaneswar

ଅତାବିରାରେ ୨ ହତ୍ୟାକାଣ୍ଡ : ବାପାକୁ କଚାଡ଼ି ମାରିଦେଲା ପୁଅ; ଭାଉଜକୁ ହତ୍ୟା କଲା ଦିଅର

କାଠଡେରା/ରେଙ୍ଗାଲିକ୍ୟାମ୍ପ : ଜନ୍ମକଲା ବାପାକୁ ତଳେ କଚାଡ଼ି ମାରିବା ଏବଂ ଭାଉଜକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରି ଦୁଇଟି ଜଘନ୍ୟ ଅପରାଧ ବରଗଡ଼ ଜିଲା ଅତାବିରାରେ ଘଟିଥିବା ଜଣାପଡିଛି । ଦୁଇଟିଯାକ ଘଟଣା ସାର ଜିଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ସୂଚନାରୁ ପ୍ରକାଶ ଯେ ବରଗଡ ବ୍ଲକ ଅନ୍ତର୍ଗତ ବରଡୋଲ ଗ୍ରାମର ସୌକିଲାଲ ସେଠ(୫୮) ଏବଂ ସାନପୁଅ ପ୍ରଦୀପଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ତଗୋଳ ହୋଇଥିଲା । ଶୁକ୍ରବାର ଦିନ ପ୍ରଦୀପ ବାପାଙ୍କୁ ବାଇକରେ ବସାଇ ଅତାବିରା ବ୍ଲକ ଅନ୍ତର୍ଗତ ପାହାଡଶ୍ରୀଗିଡା ଗ୍ରାମରେ ଶ୍ବଶୁର ଘରେ ରହୁଥିବା ବଡଭାଇ ପ୍ରମୋଦଙ୍କ ପାଖକୁ ନେଇଥିଲା । ମାତ୍ର ଘରେ ତାଲାପଡିଥିବାରୁ ବାପାଙ୍କୁ ଘର ସମ୍ମୁଖରେ କଚାଡିଦେଇ ଚାଲିଯାଇଥିଲା । ସୌକିଲାଲ ସେଠାରେ ଅଚେତ ଅବସ୍ଥାରେ କିଛି ସମୟ ପଡ଼ି ରହିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ପ୍ରମୋଦ ଅତାବିରା ଥାନାରେ ଅଭିଯୋଗ କରିଥିଲେ। ଅତାବିରା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତକରି ବ୍ୟବଛେଦ ପାଇଁ ବରଗଡ ପଠାଇଥିବା ଜଣାଯାଇଛି।

ଦ୍ବିତୀୟ ଘଟଣାଟି ଘଟିଛି ଦୀପାବଳି ରାତିରେ, ଅତାବିରା ଥାନା ଅନ୍ତର୍ଗତ ପାହାଡ଼ଶ୍ରୀଗିଡା ପଞ୍ଚାୟତର ଦଶାଡିବ୍ରିଜ ପଡ଼ା​‌ରେ। ଅର୍କେଷ୍ଟ୍ରା ଖଡ଼ିଆ (୨୧) ନାମକ ଜଣେ ଯୁବକ ନିଜ ଭାଉଜ ବୃନ୍ଦାବତୀ ଖଡ଼ିଆ(୩୦)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ସୂତ୍ର ଅନୁଯାୟୀ ଦିଅର ଓ ଭାଉଜ ମଧ୍ୟରେ କୌଣସି ସାମାନ୍ୟ ଘଟଣାକୁ ନେଇ ଯୁକ୍ତିତର୍କ ହୋଇଥିଲା ଓ ପରେ ଏହା ହତ୍ୟା ପର୍ୟ୍ୟନ୍ତ ଯାଇଥିଲା । ଭାଉଜକୁ ହତ୍ୟା କରି ପଳାଇବାକୁ ଉଦ୍ୟମ କରୁଥିବା ଅର୍କେଷ୍ଟ୍ରାକୁ ଗାଁ ଲୋକେ କାବୁକରି ସ୍ଥାନୀୟ ସରପଞ୍ଚ ବିଜୟ ଭୋଇଙ୍କୁ ଖବର ଦେଇଥିଲେ । ଶ୍ରୀ ଭୋଇ ପହଞ୍ଚି ପଚରାଉଚରା କରିବା ପରେ ଅର୍କେଷ୍ଟ୍ରା ନିଜ ଅପରାଧ ସ୍ବୀକାର କରିଥିଲା । ସରପଞ୍ଚଙ୍କଠାରୁ ଖବର ପାଇ ଅତାବିରା ଥାନା ଅଧିକାରୀ ପୁରୁଷୋତ୍ତମ ଭୋଇ, ଏଏସଆଇ ତ୍ରିଲୋଚନ ଦାଶ ଓ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ ଚାନ୍ଦ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାରମ୍ଭିକ ତଦନ୍ତ ପରେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଛି । ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories