ଆସୁଛି ବିଗବସ୍‍ ସିଜନ-୧୨

0

ମୁମ୍ବଇ : କଲର୍ସ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ଓ ବିବାଦୀୟ ରିଆଲିଟି ଶୋ ‘ବିଗବସ୍‍ ସିଜନ-୧୨’ ଆରମ୍ଭ ତାରିଖ ଧାର୍ଯ୍ୟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର-୧୬ ତାରିଖରେ ‘ବିଗବସ ସିଜନ-୧୨’ ଟେଲିଭିଜନରେ ପଦର୍ଶନ କରାଯିବ। ଶୋ ପାଇଁ ଆବଶ୍ୟକ ଥିବା ସମସ୍ତ ପ୍ରସ୍ତୁତି ଶେଷ ପ୍ରର୍ଯ୍ୟାୟରେ ପହଞ୍ଚି ସାରିଛି ବୋଲି କୁହାଯାଇଛି। ଆବଶ୍ୟକ ପଡିଲେ ଶେଷ ମୁହୁର୍ତ୍ତରେ ମଧ୍ୟ ଏହାର ତାରିଖ ପରିବର୍ତ୍ତନ କରାଯାଇପାରିବ।
କଲର୍ସ ଚ୍ୟାନେଲରେ ପ୍ରସାରିତ ଷ୍ଟଣ୍ଟ ରିଆଲିଟି ଶୋ’ ଖତରୋଁ କି ଖିଲାଡି, ବିଗବସ୍‍ ସରିବାପରେ ପ୍ରସାରଣ କରାଯିବାର ଯୋଜନା ରହିଥିଲା। କିନ୍ତୁ, ‘ଖତରୋଁ କି ଖିଲାଡି’ର ସୁଟିଙ୍ଗ ଆରମ୍ଭ ହୋଇସାରିଛି। ଏହି ସିଜନରେ ବିଭିନ୍ନ ପ୍ରକାରର ଯୋଡିଙ୍କୁ ଆଣିବାର ଯୋଜନା ରଖାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଶୋ’ର ଉପସ୍ଥାପକ ଅଭିନେତା ସଲମନ ଖାନ ହିଁ ରହିଛନ୍ତି।

Leave A Reply