www.samajalive.in
Sunday, December 7, 2025
23.1 C
Bhubaneswar

ଓଡ଼ିଶାକୁ ମିଳିଲା ଷ୍ଟାର୍ଟଅପ୍ ଲିଡ଼ରର ସ୍ବୀକୃତି

ଭୁବନେଶ୍ବର: ଜାତୀୟ ସ୍ତରରେ ଓଡ଼ିଶା ଷ୍ଟାର୍ଟଅପ୍ ଲିଡ଼ର ସୀକୃତି ହାସଲ କରିଛି। ୨୦୧୯ ମସିହା ପାଇଁ ଭାରତ ସରକାରଙ୍କ ଦ୍ଵାରା କରାଯାଇଥିବା ଷ୍ଟାର୍ଟଅପ୍ ରୟାକିଂରେ ରାଜ୍ୟ ଏହି ସ୍ଥାନ ପାଇଛି। ଇତି ମଧ୍ୟରେ ରାଜ୍ୟରେ ଷ୍ଟାର୍ଟଅପ୍ ସଂଖ୍ୟା ୭୭୪ କୁ ବୃଦ୍ଧି ପାଇଛି ଏବଂ ଏଥିରେ ୬୦୦୦ ଯୁବକ ଯୁବତୀମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଷ୍ଟାର୍ଟଅପ୍ କାଉନ୍‌ସିଲ୍ ବୈଠକରୁ ଏହା ଜଣା ପଡିଛି । ଲୋକସେବା ଭବନ କନଭେନସନ୍ ହଲ୍‌ଠାରେ ଅନୁଷ୍ଠିତ ଏହି ବୈଠକରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ରାଜ୍ୟରେ ଷ୍ଟାର୍ଟଅପ୍ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ଅଗ୍ରଗତି ସମୀକ୍ଷାକରି, ଲକ୍ଷ୍ୟଭିତ୍ତିକ ସହଭାଗିତା ଏବଂ ସହାୟତ୍ମକ ନିୟାମକ ମାଧ୍ୟମରେ ରାଜ୍ୟରେ ଷ୍ଟାର୍ଟଅପ୍ ଇକୋ ସିଷ୍ଟମକୁ ଅଧିକ କ୍ରିୟାଶୀଳ ଓ ଫଳପ୍ରସୁ କରିବା ପାଇଁ ମୁଖ୍ୟ ଶାସନ ସଚିବ  ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଇନକ୍ୟୁବେଟର ଏବଂ ଷ୍ଟାର୍ଟଅପ୍ ମାନଙ୍କ ମଧ୍ୟରେ ଲଗାତାର ଯୋଗାଯୋଗ ଏବଂ ସକ୍ରିୟ ସଂପର୍କ ଉପରେ ଶ୍ରୀ ତ୍ରିପାଠୀ ଗୁରୁତ୍ବ ଆରୋପ କରିଥିଲେ।

- Advertisement -

ବର୍ତ୍ତମାନ ଇଡକୋର ନିର୍ମାଣାଧିନ ଜିରୋ-ହବକୁ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏକ ଉନ୍ନତ୍ତ ଷ୍ଟାର୍ଟଅପ୍ ହବ୍ ଭାବେ ବିକଶିତ କରି ଏଥିରେ ପରୀକ୍ଷଣ ଓ ଉତ୍ପାଦ ବିକାଶ ନିମନ୍ତେ ସାଧାରଣ ସୁଯୋଗ ସୃଷ୍ଟିକରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ

ବୌଦ୍ଧିକ ସଂପତ୍ତି ପଞ୍ଜୀକରଣ ଉପରେ ଗୁରୁତ୍ବ ଆରୋପକରି ଏଥି ନିମନ୍ତେ ଏକ ସହାୟକ ନିୟାମକ ପ୍ରସ୍ତୁତ କରିବାପାଇଁ ମଧ୍ୟ ଶ୍ରୀ ତ୍ରିପାଠୀ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଓଡ଼ିଶା ରାଜ୍ୟ କୌଶଳ ବିକାଶ କର୍ତ୍ତୁପକ୍ଷ ଅଧ୍ୟକ୍ଷ ଶ୍ରୀ ସୁବ୍ରୋତୋ ବାଗଚୀ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କଳାହାଣ୍ଡିଠାରେ କାର୍ଯ୍ୟରତ ଅମ୍ବିକା ଓ ସଦାନନ୍ଦ ଶତପଥୀ ନାମକ ଷ୍ଟାଟଅପ୍ ଦମ୍ପତିଙ୍କ ସହ ଡ଼ିଜିଟାଲ୍ ମୋଡ଼ରେ ଆଲୋଚନା କରିଥିଲେ। ଆଲୋଚନା ମାଧ୍ୟମରେ ସେମାନଙ୍କର ଅଗ୍ରଗତି ଏବଂ ସମସ୍ୟା ବିଷୟ ଜାଣି ସେମାନଙ୍କୁ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବାସ୍ତବବାଦୀ ପରାମର୍ଶ ଦେଇଥିଲେ।

ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ଜଣାଇଥିଲେ ଯେ ୨୦୧୭ ଜୁନ୍ ମାସରେ ରାଜ୍ୟର ପ୍ରଥମ ଷ୍ଟାର୍ଟଅପଙ୍କୁ ସ୍ବୀକୃତି ମିଳିଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଷ୍ଟାର୍ଟଅପ୍ ସଂଖ୍ୟା ୭୭୪ କୁ ବୃଦ୍ଧି ପାଇଛି ଯେଉଁମାନଙ୍କ ମଧ୍ୟରେ ୨୫୦ ଜଣ ମହିଳା ଅଛନ୍ତି । ଇତି ମଧ୍ୟରେ ରାଜ୍ୟରେ ୧୭ଟି ଇନ୍‌କ୍ୟୁବେଟର, ୧୭ଟି ଅଣୁକ୍ଷୁଦ୍ର ଶିଳ୍ପ ଇକ୍ୟୁବେଟର୍, ଏବଂ ୧୩ ଟି ନୋଡାଲ୍ ସଂସ୍ଥା କାର୍ଯ୍ୟ କରୁଛନ୍ତି। ୧୯୬ ଷ୍ଟାର୍ଟଅପକୁ ପ୍ରାୟ ୧୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି।

ଅଧିକ ୫ଟି ଷ୍ଟାର୍ଟଅପ୍ ଉଦ୍ୟାଗ ଏବଂ ୪ଟି ଇନ୍‌କ୍ୟୁବେଟରଙ୍କୁ ଆର୍ଥିକ ସହାୟତା ପାଇଁ ଆସିଥିବା ପ୍ରସ୍ତାବ ଗୁଡ଼ିକର ବିଚାର କରାଯାଇ ସେଗୁଡିକୁ ସହାୟତା ନିମନ୍ତେ ବୈଠକରେ ନିତୀଗତ ନିଷ୍ପତ୍ତି ହୋଇଥିଲା। ଏହି ସଂସ୍ଥାମାନେ ସମୁଦାୟ ୨.୮୮ କୋଟି ଟଙ୍କାର ବିଭିନ୍ନ ପ୍ରକାର ସହାୟତା ପାଇବେ।

ଭୁବନେଶ୍ବର ସ୍ଥିତ ସେଣ୍ଟାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ଓ ଜୀବନ ବିଜ୍ଞାନ ପ୍ରତିଷ୍ଠାନଙ୍କୁ ଷ୍ଟାଅପ୍ ନୋଡାଲ୍ ସଂସ୍ଥାଭାବେ ତାଲିକାଭୁକ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଅନୁମୋଦନ ଦେଇଥିଲେ।

ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ବିଜ୍ଞାନ ଓ ବୈଷୟିକ ଜ୍ଞାନ ପ୍ରମୁଖ ଶାସନ ସଚିବ ଶ୍ରୀ ସନ୍ତୋଷ ଷଡ଼ଙ୍ଗୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ତଥା ଇଡକୋର ଅଧ୍ୟକ୍ଷ ଶ୍ରୀ ସଂଜୟ ସିଂ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ରଙ୍କ ସମେତ ଏସ୍.ଟି.ପି.ଆଇ, ଏବଂ ଟାଏ ଭୁବନେଶ୍ୱରର ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶ ଗ୍ରହଣ କରିଥିଲେ । ଷ୍ଟାର୍ଟଅପ୍ କାଉନ୍‌ସିଲ୍‌ର ଏଭାନଜେଲିଷ୍ଟ ଶ୍ରୀ ପ୍ରଶାନ୍ତ ବିଶାଳ ଷ୍ଟାର୍ଟଅପ୍ ମାନଙ୍କ ବିଷୟରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନା କରିବାସହ ବୈଠକର ସଂଯୋଜନା କରିଥିଲେ।

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories