ସୁଇସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଜମା ୮୦% କମିଛି

0

ନୂଆଦିଲ୍ଲୀ : ସୁଇସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଜମା ୮୦% ହ୍ରାସ ପାଇଥିବା ଜଣାପଡିଛି। ମଙ୍ଗଳବାର ଭାରତ ସରକାରଙ୍କ ସୂଚନା ଅନୁଯାୟୀ ୨୦୧୩ ବର୍ଷ ତୁଳନାରେ ୨୦୧୭ରେ ସୁଇସ୍‍ ବ୍ୟାଙ୍କରେ ଭାରତୀୟ ଜମା ୮୦% ହ୍ରାସ ପାଇଛି। ସରକାରାଙ୍କ ଏହି ସୂଚନା ନିକଟରେ ପ୍ରକାଶ ପାଇଥିବା ଗଣମାଧ୍ୟମ ରିପୋର୍ଟର ସମ୍ପୂର୍ଣ୍ଣ ଭିନ୍ନ। ନିକଟରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୧୭ରେ ସୁଇସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଜମା ୫୦% ବୃଦ୍ଧି ପାଇଛି। ସରକାରଙ୍କ କହିବା ଅନୁଯାୟୀ ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ଭୁଲ୍‍। ସୁଇଜରଲ୍ୟାଣ୍ଡ ରାଷ୍ଟ୍ରଦୂତ ଆଣ୍ଡ୍ରେଆସ୍‍ ବାଉମ୍‍ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲଙ୍କ ନିକଟକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଭାରତୀୟମାନେ ସୁଇସ୍‍ ବ୍ୟାଙ୍କରେ ଜମା କରିଥିବା ଅର୍ଥ ଅଘୋଷିତ ଅଟେ। ୨୦୧୭ ଡିସେମ୍ବର ୨୧ରେ ଭାରତ ସରକାର ଓ ସୁଇଜରଲ୍ୟାଣ୍ଡ ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ଅନୁଯାୟୀ ଦୁଇଦେଶ ପରସ୍ପରର ବ୍ୟାଙ୍କ ତଥ୍ୟ ଆଦାନ ପ୍ରଦାନ କରିବେ। ୨୦୧୯ ସେପ୍ଟେମ୍ବରରୁ ଏହି ତଥ୍ୟ ବାର୍ଷିକ ଭିତ୍ତିରେ ଆଦାନ ପ୍ରଦାନ ହେବ।

Leave A Reply