ବଜାରକୁ ଆସିଲା ହୋଣ୍ଡା ଆକ୍ଟିଭା ଆଇର ନୂଆ ମଡେଲ୍‍

0

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର କମ୍ପାନୀ ଭାରତରେ ଆକ୍ଟିଭା-ଆଇ-୨୦୧୮ର ନୂଆ ମଡେଲ୍‍ ବଜାର ପ୍ରବେଶ କରାଇଛି। ନୂଆଦିଲ୍ଲୀରେ ଏହାର ଏକ୍ସ ସୋ ରୁମ ମୂଲ୍ୟ ୫୦,୦୧୦ ଟଙ୍କା ରଖାଯାଇଛି। ଯୁବପୀଢିମାନଙ୍କୁ ନଜରରେ ରଖି ନୂଆ ଆକ୍ଟିଭା-ଆଇ ନିର୍ମାଣ କରାଯାଇଛି। ପୂରୁଣା ହୋଣ୍ଡା ଆକ୍ଟିଭା ତୁଳନାରେ ଏହାର ଓଜନ କମ ରହିବା ସହ ଦେଖିବାକୁ ମଧ୍ୟ ପତଳା ଓ ଆକର୍ଷଣୀୟ ରହିଛି। ନୂଅଆକ୍ଟିଭା-ଆଇକୁ ଗ୍ରାହକ ନୀଳ, ଲାଲ ମେଟାଲିକ, ମାଟିଆ, ଧୂସର, ବାଇଗଣୀ ଆଦି ପାଞ୍ଚଟି ରଙ୍ଗରେ ପାଇପାରିବେ। ଏହାବ୍ୟତୀତ ନୂଆ ଆକ୍ଟିଭା-ଆଇରେ ବିଭିନ୍ନ ସୁବିଧା ସୁଯୋଗ ସହ ଦେଖିବା ପାଇଁ ଆକର୍ଷଣୀୟ କରାଯାଇଛି।
ଦୁଇଟି ରଙ୍ଗର ମିଶ୍ରଣ,
ସମଗ୍ର ଗାଡିରେ ଗ୍ରାଫିକ୍ସର ବ୍ୟବହାର,
ସିଟକୁ ଖୋଲିବାପାଇଁ ସ୍ୱିଚ୍‍,
ମୋବାଇଲ ଚାର୍ଜ
ଯାନ୍ତ୍ରିକ ଦୃଷ୍ଟିରୁ ଦେଖିବାକୁ ଗଲେ ନୂଆ ଆକ୍ଟିଭା-ଆଇରେ ପୂରୁଣା ସ୍କୁଟର ପରି ୧୦୯.୧୯ ସିସି, ଚାରୋଟି ପବନ ପ୍ରବାହିତ ଇଂଜିନ ଓ ଟ୍ୟୁବଲେସ ଟାୟାର ଦିଆଯାଇଛି।

Leave A Reply