ଆତଙ୍କବାଦୀ ଆକ୍ରମଣରେ ଯବାନ ସହିଦ, ୨ ଆହତ

0

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ସିଆରପିଏଫ୍‍ ଯବାନଙ୍କ ପାଟ୍ରୋଲିଂ ଗାଡି ଉପରେ ଆତଙ୍କବାଦୀମାନେ ବଡ ଧରଣର ଆକ୍ରମଣ ଘଟାଇଛନ୍ତି। ଶ୍ରୀନଗର ନିକଟ ବାଟାମାଲୁ ଚେକପୋଷ୍ଟ ନିକଟରେ ମଙ୍ଗଳବାର ଏହି ଆକ୍ରମଣ ହୋଇଛି। ପାଟ୍ରୋଲିଂ ଗାଡିଟି ଚେକପୋଷ୍ଟ ନିକଟରେ ଅଟକିବା ସମୟରେ ଆତଙ୍କବାଦୀମାନେ ଏହା ଉପରକୁ ଆଖିବୁଜା ଗୁଳିଚଳାଇଥିଲେ। ଆକ୍ରମଣରେ ସିଆରପିଏଫର ଜଣେ ଯବାନ ସହିଦ ହୋଇଥିବାବେଳେ ୨ଜଣ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଶ୍ରୀନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀମାନେ ଘଟଣାସ୍ଥଳରୁ ପଳାଇଥିବାବେଳେ ସେମାନଙ୍କୁ ଧରିବା ପାଇଁ ବ୍ୟାପକ ତଲାସ ଚାଲିଛି।

Leave A Reply