ବାଲେଶ୍ବର: ବାଲେଶ୍ବର ଜିଲାର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆରଡ଼ବଜାର ହରିପୁର ଛକରୁ ୪୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଥିବାବେଳେ ଏହା ବିକ୍ରି କରୁଥିବା ଅଭିଯୋଗରେ ଜଣକୁ ପୁଲିସ ଗିରଫ କରିଛନ୍ତି।
ସୂଚନା ଯୋଗ୍ୟ ଯେ ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଆରଡ଼ବଜାର ମସ୍ଜିଦ୍ ଲେନ୍ର ଏସ୍.କେ.ସଫିକ୍(୩୧) ବ୍ରାଉନ୍ ସୁଗାର କାରବାର କରୁଥିବା ପୁଲିସକୁ ସୂଚନା ମିଳିଥିଲା। ପୁଲିସ ଆରଡ଼ବଜାର ହରିପୁର ଛକରେ ଚଢ଼ାଉ କରି ୪୦ ଗ୍ରାମ ବ୍ରାଉନ୍ ସୁଗାର ସମେତ ନଗଦ ଟଙ୍କା ଓ ମୋବାଇଲ୍ ଫୋନ୍ ଜବତ କରିଥିଲା। ଏ ସଂକ୍ରାନ୍ତରେ ସହଦେବ ଖୁଣ୍ଟା ପୁଲିସ କେସ୍ ନଂ ୨୧୦/୨୦୨୦, ୟୁ/ଏସ୍ ୨୧(ବି) ଏଡ୍ପିଏସ୍ ଆକ୍ଟରେ ମାମଲା ରୁଜୁ କରି ବ୍ରାଉନ୍ ସୁଗାର ବିକ୍ରି ଅଭିଯୋଗରେ ଏସ୍.କେ.ସଫିକ୍କୁ ପୁଲିସ ଅଟକ ରଖିଛି। ଏସ୍ଆଇ ନୀଳମଣି ନାୟକଙ୍କ ନେତୃତ୍ବରେ ଏହି ଚଢ଼ାଉ କରାଯାଇଥିଲା ବୋଲି ସୂଚନା ଦିଆଯାଇଛି।
୪୦ ଗ୍ରାମ ବ୍ରାଉନ୍ ସୁଗାର ଜବତ, ଜଣେ ଅଟକ
Popular Categories



