www.samajalive.in
Tuesday, December 9, 2025
26.1 C
Bhubaneswar

ବାମୁଣୀ ମକା ପ୍ରୋସେସିଂ ପ୍ଲାଣ୍ଟ ବିବାଦ : ପୃଥକ ପୃଥକ ୩ଟି ମାମଲା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷଗୁମଡା ବ୍ଲକ ଅନ୍ତର୍ଗତ ବାମୁଣୀ ଗାଁ ରେ ହେବାକୁ ଥିବା ମକା ପ୍ରୋସେସିଂ ପ୍ଲାଣ୍ଟରେ ବିବାଦ ଥମିବାରେ ନା ନେଉନାହିଁ, ଦିନକୁ ଦିନ ପ୍ଲାଣ୍ଟ ହେବାନେଇ ଜଟିଳ ପରିସ୍ଥିତି ଦେଖିବାକୁ ମିଳୁଥିବା ବେଳେ ପ୍ରଶାସନକୁ ଚାଲେଞ୍ଜ କରି ଗ୍ରାମବାସୀ କମ୍ପାନୀ ତରଫରୁ ନିର୍ମାଣ ହେଉଥିବା କାର୍ଯ୍ୟକୁ ବନ୍ଦ କରିବା ସହ ଏଥିରେ ନିୟୋଜିତ ଥିବା କିଛି  କର୍ମଚାରୀଙ୍କୁ ଅଟକ ରଖିବା ପରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ନବରଙ୍ଗପୁର ଉପଜିଲାପାଳ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ପୁଲିସଙ୍କୁ ଖବର ଦେବା ପରେ ଘଟଣାସ୍ଥଳରେ ନବରଙ୍ଗପୁର ଏସପି, ଡିଏସ୍ପି, ଥାନା ଅଧିକାରୀ ଙ୍କ ସହ ଏକ ପ୍ଲାଟୁନ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ। ହେ​ଲେ କେହି ବୁଝିବାକୁ ରାଜି ନ ହେବାରୁ ଶେଷରେ ପୁଲିସ ତରଫରୁ ଲାଠିଚାର୍ଜ କରାଯାଇଥିଲା। ଏହାର ଜବାବରେ ଉପସ୍ଥିତ ଗ୍ରାମର ଶହ ଶହ ମହିଳା ଓ ପୁରୁଷ ମଧ୍ୟ ପୁଲିସ ଉପରକୁ ପାଲଟା ଆକ୍ରମଣ କରିଥିଲେ। କିଛି ସମୟ ପାଇଁ ସ୍ଥାନଟି ରଣକ୍ଷେତ୍ର ପାଲୋଟି ଯାଇଥିଲା । ଏଥିରେ ୪/୫ ଜଣ ପୁଲିସ କର୍ମଚାରୀଙ୍କ ସହ ୧୦ ରୁ ୧୫ ଜଣ ଗ୍ରାମବାସୀ ମଧ୍ୟ ଆହତ ହୋଇଥିଲେ, ଅଟକ ଥିବା କମ୍ପନୀ କର୍ମଚାରୀଙ୍କୁ ପୁଲିସ ମୁକୁଳାଇ ଥିବା ବେଳେ ଘଟଣାସ୍ଥଳରେ ଏବେବି ଗୋଟେ ପ୍ଲାଟୁନ ପୁଲିସ କମ୍ପାନୀ କର୍ମଚାରୀଙ୍କ ସହ ସେହି ସ୍ଥାନରେ ରହିଥିବା ବେଳେ ଗ୍ରାମରେ ଉାତ୍ତେଜନା ଲାଗି ରହିଛି। ପୁଲିସ ତରଫରୁ ଆଜି ପୃଥକ ପୃଥକ ଭାବେ ଗ୍ରାମବାସୀଙ୍କ ନାମରେ କୋଷଗୁମୁଡା ଥାନାରେ ଏତଲା ଦିଆଯାଇଛି । ମାଜୀଷ୍ଟ୍ରେଟ ଦାୟିତ୍ୱରେ ଥିବା କୋଡୀଙ୍ଗା ତହସିଲଦାର ତରଫରୁ ଗୋଟିଏ, କମ୍ପାନୀ ତରଫରୁ ଏବଂ ଠିକାଦାର ତରଫରୁ ଗୋଟିଏ ଏପରି ୩ଟି ଏତଲା ଦିଆ ଯାଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାପଡାହାଣ୍ଡି ଏସଡ଼ିପିଓ ଆଦିତ୍ୟ ସେନ ପ୍ରକାଶ କରିଛନ୍ତି । ଏପଟେ ଗ୍ରାମବାସୀ ତାଙ୍କ ଜିଦରେ ଅଟଳ ଥିବା ବେଳେ ଇଞ୍ଚେ ଜାଗା ମଧ୍ୟ କମ୍ପାନୀ କୁ ଦେବୁନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହି ଘଟଣାକୁ ନେଇ ଅଖିଳ ଭାରତ କୃଷକ ସଭା ଏବଂ ଓଡିଶା ଆଦିବାସୀ ଅଧିକାର ମଞ୍ଚ ତୀବ୍ର ନିନ୍ଦା ଏବଂ ପ୍ରତିବାଦ ଜଣାଇଛି । ମଞ୍ଚର ସମ୍ପାଦକ ଏକ ପ୍ରେସ ବିବୃତି ରେ ମକା ପ୍ରକ୍ରିୟା କରଣ କାରଖାନା ନିର୍ମାଣ ନାମରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଆଦିବାସୀ ମାନଙ୍କୁ ଦମନ କରିବା ପାଇଁ କ’ଣ  ନବୀନ ସରକାରଙ୍କ ନିର୍ଦ୍ଦେଶ ରହିଛି କି ବୋଲି ପ୍ରଶ୍ନ କରିଛନ୍ତି।

Hot this week

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

Related Articles

Popular Categories