www.samajalive.in
Friday, December 12, 2025
23.1 C
Bhubaneswar

ସଲପ ରସ ପିଇ ୪ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଆଡିବଙ୍ଗା ଗ୍ରାମରେ ସଲପ ରସ ପିଇ ୪ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରିଛନ୍ତି। ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡମେଡିକାଲକୁ ନେବାକୁ ପରାମର୍ଶ ଦିଆଯାଇଛି। ଗୁରୁତର ଅସୁସ୍ଥମାନେ ହେଲେ କାଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଆଡିବଙ୍ଗା ଗ୍ରାମର ଅଶୋକ ବଲ୍ୟାର ସିଂ (୪୦), ପ୍ରକାଶ ପଡ୍ରା (୩୫), ସନ୍ତୋଷ ମଲ୍ଲିକ (୪୦), ଓ ବ୍ରାହ୍ମଣୀଗାଁର ଦେବେନ୍ଦ୍ର ନାୟକ (୪୦)।
ସୁଚନା ପ୍ରକାର , ସବୁଦିନ ପରି ଆଜି ମଧ୍ୟ ଗ୍ରାମର କିଛି ବ୍ୟକ୍ତି ସଲପ ରସ ପିଇବା ପାଇଁ ଗ୍ରାମ ନିକଟରେ ଥିବା ସଲପ ଗଛକୁ ଯାଇଥିଲେ। ବ୍ରାହ୍ମଣୀଗାଁ ଅଞ୍ଚଳର ଦେବେନ୍ଦ୍ର ମଧ୍ୟ ସେମାନଙ୍କ ସହ ସକାଳୁ ସଲପ ପିଇବା ଉଦ୍ଦେଶ୍ୟରେ ଯାଇଥିଲା। ମିଳିତ ଭାବେ ସମସ୍ତେ ସଲପ ରସ ପାନ କରିଥିଲେ। ସମସ୍ତେ ଥଣ୍ଡାଦିନରେ ସଲପ ରସର ମଜା ନେଉଥିବା ବେଳେ ତାହା କୌଣସି ମତେ ବିଷାକ୍ତ ହୋଇଯାଇଥିଲା ସଲପରସ ପିଇବାର କିଛି ସମୟ ମଧ୍ୟରେ ଦେବେନ୍ଦ୍ର ସମେତ ଅନ୍ୟ ୩ ଜଣ ଯାକ ହଠାତ୍‍ ସେଠାରେ ହିଁ ଅସୁସ୍ଥ ହୋଇ ପଡ଼ିଥିଲେ। ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚି ଗୁରୁତର ଅବସ୍ଥାରେ ସେମାନଙ୍କୁ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରିଥିଲେ। ରିପୋର୍ଟ ଲେଖାହେବା ସୁଦ୍ଧା ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories