www.samajalive.in
Friday, December 12, 2025
27.1 C
Bhubaneswar

କଟକ, ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରରେ ସ୍ଥାପନ ହେବ ୪ ବାଣିଜ୍ୟିକ ଅଦାଲତ

ଭୁବନେଶ୍ବର: ରାଜ୍ୟରେ ୪ ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ। ବାଣିଜ୍ୟିକମାମଲାଗୁଡିକର ବିଚାର ନିମନ୍ତେ ଏ ଭଳି କୋର୍ଟ ପ୍ରତିଷ୍ଠା କରାଯାଉଛି। ଓଡିଶା ସିଭିଲକୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ ର ଉପଧାରା (୧)ର କ୍ଷମତା ପ୍ରୟୋଗକରି ଧାରା ୧୦ ଓ ବାଣିଜ୍ୟିକ କୋର୍ଟ ଅଧିନିୟମ ୨୦୧୫ ର ଧାରା ୩ ର ପଠନ ସହିତ ଏବଂ ବିଧା ବିଭାଗର ଅଧିସୂଚନା ସଂଖ୍ୟା ୧୨୬୪୦, ବିଧି ତା ୨୬.୧୦.୨୦୧୭ର ଅଧିକ୍ରମଣରେ ରାଜ୍ୟ ସରକାର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସୁପାରିସ ଏବଂ ପରାମର୍ଶକ୍ରମେ  କଟକ, ଭୁବନେଶ୍ୱର, ବ୍ରହ୍ମପୁରରେ ଓ ସମ୍ବଲପୁର ଠାରେ ୪ ଗୋଟି ସିଭିଲ ଜଜ୍ ( ସିନିୟର ଡିଭିଜନ ) କୋର୍ଟ ପ୍ରତିଷ୍ଠା କରିବା ନିମନ୍ତେ ନିଷ୍ପତି ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଏହା ବର୍ତମାନ ବିଦ୍ୟମାନ ଥିବା ସେହି କୋର୍ଟଗୁଡିକ ସହିତ ପ୍ରତିଷ୍ଠିତ ହେବ। କଟକରେ ସ୍ଥାପନ ହେବାକୁ ଥିବା ବାଣିଜ୍ୟିକ ଅଦାଲତର ସୀମା କଟକ, ଅନୁଗୋଳ, ଢ଼େଙ୍କାନାଳ, ଯାଜପୁର, ଭୁବନେଶ୍ବର ଅଦାଲତର ସୀମା ଖୋର୍ଧା ଜିଲା ରହିଛି। ସେହିପରି ବ୍ରହ୍ମପୁର ବାଣିଜ୍ୟିକ ଅଦାଲତରେ ଗଞ୍ଜାମ, କନ୍ଧମାଳ, ଗଜପତି, ବୌଦ୍ଧ ଆଦି ଜିଲା ସାମିଲ ଥିବାବେଳେ ସମ୍ବଲପୁରରେ ହେବାକୁଥିବା ବାଣିଜ୍ୟିକ ଅଦାଲତରେ ସମ୍ବଲପୁର, ବରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ା ଜିଲାକୁ ସାମିଲ କରାଯାଇଛି । ଏ ନେଇ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories