www.samajalive.in
Thursday, December 11, 2025
13.1 C
Bhubaneswar

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଙ୍କଳ୍ପ ଦିବସ ପାଳିତ

ଫୁଲବାଣୀ: ଦେଶରେ ଦୃତଗତିରେ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ବିକାଶ କ୍ଷେତ୍ରରେ ନାନା ପ୍ରକାର ଅନ୍ତରାୟ ସୃଷ୍ଟି ହେଉଛି। ଆଜି ଜନସଂଖ୍ୟା ନିୟନ୍ତ୍ରଣ ସଂକଳ୍ପ ଦିବସ ପାଳନ ଅବସରରେ ଜନସଂଖ୍ୟା ଫାଉଣ୍ଡେସନ କନ୍ଧମାଳ ଶାଖା ପକ୍ଷରୁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ଦୀପଦାନ କରାଯାଇ ସଙ୍କଳ୍ପ ଦିବସ ପାଳନ କରାଯାଇଛି। କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସଭାପତି ଅଶୋକ କୁମାର ପରିଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ସଙ୍କଳ୍ପ କାର୍ଯ୍ୟକ୍ରମରେ ଫୁଲବାଣୀର ଅନେକ ବୁଦ୍ଧିଜୀବି, ବରିଷ୍ଠନାଗରିକ, ସ୍ୱେଛାସେବୀମାନେ ଯୋଗ ଦେଇ ଦୀପଦାନ କରି ସଙ୍କଳ୍ପ ନେଇଛନ୍ତି। ୧୯୫୧ ମସିହାରେ କରାଯାଇଥିବା ଭାରତରେ ପ୍ରଥମ ଜନଗଣନା ଅନୁସାରେ ଦେଶର ଜନସଂଖ୍ୟା ୩୬ କୋଟି ଥିବାବେଳେ ଆଜି ତାହା ୧୩୨ କୋଟିରେ ପହଞ୍ଚିଛି। ଜନସଂଖ୍ୟା ହାର ଏହି ଅନୁସାରେ ବୃଦ୍ଧି ହେଲେ ଆଗାମୀ ୨୦୫୦ ମସିହା ବେଳକୁ ଭାରତ ଚୀନ ଠାରୁ ମଧ୍ୟ ଲୋକ ସଂଖ୍ୟାରେ ବଳିଯିବ। ପରିଣାମ ସ୍ୱରୁପ ଦେଶରେ ଭିତ୍ତିଭୂମିର ଘୋର ଅଭାବ ଦେଖାଦେବ। ଏଭଳି ସ୍ଥିତିରେ ଆଗକୁ ଚାଷ ଜମି ନିଅଣ୍ଟ ହେବା ସହିତ ଖାଦ୍ୟ ଶସ୍ୟର ଉତ୍ପାଦନ ମଧ୍ୟ କମିବ। ଏହାଦ୍ୱାରା ବେରୋଜଗାରୀ ବୃଦ୍ଧି ହୋଇ ଲୋକଙ୍କର ଶିକ୍ଷା,ସ୍ୱାସ୍ଥ୍ୟ,କ୍ଷେତ୍ରରେ ଅଧୋପତନ ଘଟିବ। ଫଳରେ ଅସାମାଜିକ କାର୍ଯ୍ୟକଳାପର ବୃଦ୍ଧି ପାଇବା ସହିତ ଲୋକଙ୍କର ମୌଳିକ ଆବଶ୍ୟକତା ପୁରଣ ହେବନାହିଁ। ତେଣୁ ପୁର୍ବରୁ ଯେଉଁଭଳି “ଆମେ ଦୁଇ ଆମର ଦୁଇ” ନାରା ଦେଉଥିଲେ ତା ପରିବର୍ତେ ବର୍ତମାନ “ଆମେ ଦୁଇ ଆମର ଏକ” ନାରା ଦେବାର ସମୟ ଆସିଛି ବୋଲି ସେଠାରେ ମତ ପ୍ରକାଶ ପାଇଥିଲା। ଏହା ସହିତ ଦେଶରେ ଏ ନେଇ କଠୋର ଆଇନ ତୁରନ୍ତ ଦେଶରେ ଲାଗୁ କରାଯିବାକୁ ଦାବି କରାଯାଇଥିଲା। ଏହାର ଖିଲାପକାରୀଙ୍କୁ କଠୋର ଦଣ୍ଡ ବିଧାନର ଆଇନ ମଧ୍ୟ ଆଣିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି। ବହୁ ସନ୍ତାନ ବିଶିଷ୍ଟ ପରିବାରକୁ ସରକାରୀ ସୁବିଧାରୁ ବଂଚିତ କରାଯିବା ଦରକାର ବିକାଶ ଶୀଳ ରାଷ୍ଟ୍ରମାନଙ୍କର ସମକକ୍ଷ ହେବାକୁ ହେଲେ ଏହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଏଠାରେ ମତ ପ୍ରକାଶ ପାଇଥିଲା। ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରସନ୍ନ ସାହାଣୀ, ପ୍ରିୟନାଥ ଶର୍ମା, ମନୋଜ କୁମାର ଚୌଧୁରୀ, ଉମେଶ ପ୍ରସାଦ ପାତ୍ର, ପ୍ରଶାନ୍ତ କୁମାର ପ୍ରଧାନ, ପ୍ରମୋଦ ପଟ୍ଟନାୟକ, ସଚ୍ଚିଦାନନ୍ଦ ପଟ୍ଟନାୟକ, ଗୌରହରି ସାହୁ, ପରେଶ ମହାପାତ୍ର, ଭାଗିରାମ ଦିଗାଲ, ଗୋଲଖ କହଁରଙ୍କ ସମେତ ରବିନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories