www.samajalive.in
Tuesday, December 9, 2025
23.1 C
Bhubaneswar

ପିକ୍‍ଅପ୍ ଭ୍ୟାନ-ଟାଟା ଏସିଇ ମୁହାଁମୁହିଁ ଧକ୍କା, ୪ଆହତ

ଆଠଗଡ : ଆଠଗଡ ମୁଣ୍ଡଳି ରାସ୍ତାର ଧୁରୁକୁଡିଆ ନିକଟସ୍ଥ ବୁଲାଣିରେ ବିପରୀତ ଦିଗରୁ ଆସୁଥିବା ଏକ ଟାଟା ଏସିଇ ସହ ଏକ ମହେନ୍ଦ୍ରା ପିକ୍‍ଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣ ଆହତ ହୋଇଥିବା ଜଣାପଡିଛି। ଅପରାହ୍ନ ୩ଟା ବେଳେ ଭୁବନେଶ୍ୱର ଆଡୁ ଅନୁଗୁଳ ଆସୁଥିବା ଏକ ଟାଟା ଏସଇସି ଗାଡି ସହିତ ଆଠଗଡ ଆଡୁ ଭୁବନେଶ୍ୱର ଦ୍ରୁତଗତିରେ ଯାଉଥିବା ଏକ ପିକ୍‍ଅପ ଭ୍ୟାନ ଧୁରୁକୁଡିଆ ନିକଟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଟାଟା ଏସଇ ଗାଡିଟି ଭାଙ୍ଗିରୁଜି ଯାଇଥିବାବେଳେ ଏଥିରେ ବସିଥିବା ବ୍ରହ୍ମପୁର ଅଞ୍ଚଳର ଗୋବିନ୍ଦ ଦାସ, କୁନା ଦାସ ଓ ପବିତ୍ର ନାଏକ ଗୁରୁତର ହୋଇଥିଲେ। ସେହିପରି ପିକ୍‍ଅପ ଭ୍ୟାନର ଡ୍ରାଇଭର ଦୁର୍ଘଟଣା ପରେ ଫେରାର ହୋଇଯାଇଥିବାବେଳେ ସେହି ଗାଡିରେ ଥିବା ଅନ୍ୟଜଣେ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଉଭୟ ଗାଡିର ଆହତଙ୍କୁ ଉଦ୍ଧାର କରି ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୩ଜଣଙ୍କୁ ୧୦୮ଆମ୍ବୁଲାନ୍ସରେ କଟକ ପଠାଇଥିବାବେଳେ ଅନ୍ୟଜଣେ ଆହତଙ୍କୁ ଦମକଳ ବାହିନୀ ସାହାଯ୍ୟରେ ଆଠଗଡ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ଆଠଗଡ ପୁଲିସ ଦୁର୍ଘଟଣାଗ୍ରସ୍ତ ୨ଟି ଗାଡିକୁ ଜବତ କରି ରାସ୍ତାରୁ ହଟାଇବାପରେ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ସ୍ୱଭାବିକ ହୋଇଥିଲା।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories