www.samajalive.in
Saturday, December 13, 2025
21.1 C
Bhubaneswar

ପୁଲିସ ଅଧିକାରୀଙ୍କ ଥାନାରେ ଥାର୍ଡ୍ ଡିଗ୍ରୀ ଘଟଣା; ସନ୍ଧ୍ୟାରାଣୀ ଜେନାଙ୍କୁ ଦୁଇ ବର୍ଷ ପାଇଁ ଥାନା ମନା

ପାଟଣା : ପାଟଣା ଥାନାରେ ପୂର୍ବତନ ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଜଣେ ଅଭିଯୁକ୍ତ ତାଳସରୁଆ ଗ୍ରାମର ଚିତ୍ତରଞ୍ଜନ ମହାନ୍ତ ଓରଫ ରାଜୁ ମହାନ୍ତଙ୍କୁ ପ୍ରବଳ ମାଡ଼ ସହ ଗୋଇଠା ମାରିବା ଘଟଣା ଗତ ମଇ ମାସରେ ଭାଇରାଲ୍ ହେବାପରେ ରାଜ୍ୟ ଡିଜିପି ଅଭୟ ଗତ ମଇ ୨୩ ରେ ତତ୍କାଳୀନ ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଙ୍କୁ ନିଲମ୍ବିତ କରିଥିଲେ। ଏପରିକି ପୀଡ଼ିତଙ୍କୁ ୧୦ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ପୂର୍ବରୁ ରାଜ୍ୟ ମାନବିକ ଅଧିକାର ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ଘଟଣାକୁ ଗୁରୁତ୍ଵ ଦେଇ କୁଡୁମୀସେନା ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲା। ସେହି ସମୟରେ ରାଜ୍ୟ ମାନବିକ ଅଧିକାର ଆୟୋଗ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ରାଜ୍ୟ ମାନବିକ ଅଧିକାର ଆୟୋଗ ପକ୍ଷରୁ ଆଜି ଘଟଣାର ବିଚାର କରାଯାଇ ପୂର୍ବତନ ଥାନାଧିକାରିଣୀ ସନ୍ଧ୍ୟାରାଣୀ ଜେନାଙ୍କୁ ଆସନ୍ତା ଦୁଇବର୍ଷ ପାଇଁ ଥାନା ଡ୍ୟୁଟି ନଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅଭିଯୁକ୍ତଙ୍କ ପ୍ରତି ପୁଲିସର କିପରି ବ୍ୟବହାର ରହିବ ସେହି ଶିକ୍ଷା ଲାଭ ପାଇଁ ତାଙ୍କୁ ଟ୍ରେନିଂରେ ପଠାଇବାକୁ କୁହାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories