www.samajalive.in
Saturday, December 13, 2025
21.1 C
Bhubaneswar

ବିନ୍ଦୁସାଗରରେ ପିଣ୍ଡଦାନ ବନ୍ଦ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଓ ବିନ୍ଦୁ ସାଗରରେ ପୟାଶ୍ରାଦ୍ଧ ଓ ପିଣ୍ଡଦାନ ବନ୍ଦ କରାଯାଇଛି। ଲୋକ ଗହଳିକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ କଟକଣା ଲଗାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଏବଂ ବିନ୍ଦୁସାଗରରେ ପୟାଶ୍ରାଦ୍ଧ ଓ ପିଣ୍ଡଦାନ କଲେ ବହୁ ପୂର୍ବପୁରୁଷଙ୍କ ଅମର ଆତ୍ମାକୁ ଶାନ୍ତି ମିଳିଥାଏ ଏବଂ ସେମାନେ ସ୍ବର୍ଗପ୍ରାପ୍ତି ହୁଅନ୍ତି ବୋଲି ବିଶ୍ବାସ ରହିଛି। ଏଠାରେ ପୟାଶ୍ରାଦ୍ଧ ଓ ପିଣ୍ଡଦାନ କଲେ ଅଶେଷ ପୂଣ୍ୟ ଲାଭ ହୁଏ ବୋଲି କଥିତ ରହିଛି। ତେବେ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଭୁବନେଶ୍ୱର ବିନ୍ଦୁସାଗରରେ ଚଳିତ ବର୍ଷ ପିଣ୍ଡଦାନ ବନ୍ଦ କରାଯାଇଛି।

- Advertisement -

ଏ ବର୍ଷ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇ ପାରିବ ନାହିଁ। ଲୋକ ଗହଳିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କଟକଣା ଜାରି କରାଯାଇଛି।  ମହାମାରୀ କରୋନାର ହଟ୍‌ସ୍ପଟ୍‌ ସେଣ୍ଟର୍‌ ଥିଲା ରାଜଧାନୀ ଭୁବନେଶ୍ୱର। ଏଠାରେ ପ୍ରତିଦିନ ବହୁ ଲୋକେ ଆକ୍ରାନ୍ତ ହେଉଥିବାବେଳେ ଅନେକଙ୍କ ମୃତ୍ୟୁ ହୋଇଛି। ବିଏମ୍‌ସି ଏବଂ ରାଜ୍ୟ ସରକାରଙ୍କ ସମୟପୋଯୋଗୀ ପଦକ୍ଷେପ ଯୋଗୁ କରୋନା ସଂକ୍ରମଣ ଆୟତ୍ତକୁ ଆସିପାରିଛି। ଏବେ ପ୍ରତିଦିନ ୪୦ରୁ ୫୦ ଜଣ ଲେଖାଏ ଆକ୍ରାନ୍ତ ହେଉଛନ୍ତି। ଶୀତ ଋତୁରେ କରୋନା ଦ୍ବିତୀୟ ଲହର ଆଶିବ। ଶୀତ ଦିନେ ଅଧିକ ସଂଖ୍ୟକ ଲୋକେ କରୋନା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ସତର୍କ ନରହିଲେ କରୋନା ବ୍ୟାପିବାର ବହୁ ସମ୍ଭାବନା ରହିଛି। ସେଥିପାଇଁ ଜନ ଗହଳିକୁ ଏଡ଼ାଇବା ପାଇଁ ବିନ୍ଦୁ ସାଗରରେ ହେବାକୁ ଥିବା ପୟା ଶ୍ରାଦ୍ଧ ଓ ପିଣ୍ଡ ଦାନ ବନ୍ଦ କରାଯାଇଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories