www.samajalive.in
Sunday, December 14, 2025
26.1 C
Bhubaneswar

ପାରମ୍ପରିକ ଦୀପାବଳି; ଫାଙ୍କା ପଡିଛି ମାଟି ଦୀପ ଦୋକାନ

ବାଙ୍କୀ : ଆଲୋକର ପର୍ବ ଦୀପାବଳି ଶନିବାର ପାଳନ ପାଇଁ ଆଜିଠୁ ଚଳଚଞ୍ଚଳ ଗାଁଠୁ ସହର ।ଚଳିତ ବର୍ଷ ପୂର୍ବ ବର୍ଷ ପରି ଦୀପାବଳି ପାଳନର ଉତ୍ସୁକତା ନାହିଁ। ସହରରେ ରହୁଥିବା ଗାଁଲୋକ ଗାଁ ମୁହାଁ ହୋଇନଥିବା ଦେଖିବାକୁ ମିଳୁଛି। ଦୀର୍ଘ ୮ମାସ ଧରି ମହାମାରୀ କରୋନା ପ୍ରଭାବରେ ପାରମ୍ପରିକ ପର୍ବ-ପର୍ବାଣୀ, ଧର୍ମ ଅନୁଷ୍ଠାନ, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି। ସରକାରୀ କଟକଣା ମହାମାରୀ କରୋନାରୁ ବଞ୍ଚିବା ପାଇଁ ଶ୍ରେଷ୍ଠ ଉପଚାର ବୋଲି ଜନସାଧାରଣରେ ସଚେତନତା ବଢିଛି। ଯେଉଁ ବାଙ୍କୀ ବଜାରରେ ରାସ୍ତା ପାର୍ଶ୍ବରେ ମାଳମାଳ ବାଣ ଦୋକାନ ଦୀର୍ଘ ୧୫ଦିନ ଧରି ବିଗତ ବର୍ଷରେ ପତିଆରା ବଢାଇଥିଲା, ସେହି ବଜାରରେ ବାଣ ଦୋକାନଟିଏ ଦେଖିବାକୁ ମିଳୁନାହିଁ। ଶବ୍ଦ ହୀନ ହୋଇଛି ସହର ଓ ଗାଁ। ଅବିଭାବକ ପାଖରେ ବାଣ ପାଇଁ ଜିଦ୍‍ କରୁନାହାଁନ୍ତି ପିଲାଏ। ସମସ୍ତେ ନିରାଡମ୍ବର ଦୀପାବଳୀ ପାଳନ ପାଇଁ ସଂକ୍ଷିପ୍ତ ପ୍ରସ୍ତୁତି।

- Advertisement -

ଚଳିତ ବର୍ଷ ବନ୍ୟା ପ୍ରଭାବରେ ବିଲିପଡା ପଞ୍ଚାୟତ ଅଞ୍ଚଳର ଓସ୍ତପୁର, ଧରସ ଓ ପାଖରାଖାଲ ଗ୍ରାମରେ ବ୍ୟାପକ ନଳିତା ଚାଷୀ କ୍ଷତି ସହିଥିବାରୁ ବାଙ୍କୀ ବଜାରରେ କାଉଁରିଆ ଅଭାବ ଦେଖାଦେଇଛି। ଶୁକ୍ରବାର ଦିନ ସକାଳେ ବାଙ୍କୀ ବଜାରରେ କାଉଁରିଆ ବିଡା ୧୦ଟଙ୍କା, ଆଖୁ ଖଣ୍ଡ ୧୦ଟଙ୍କା ଓ ମୂଳା ବିଡା ୧୫ଟଙ୍କା ହୋଇଥିଲାବେଳେ ମାଟି ଦୀପ ଦୋକାନ ଫାଙ୍କା ପଡିଛି। ବ୍ୟବସାୟୀ ମାନେ ଦୁଇ ପଇସା ପାଇବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସେହିପରି ଚଳିତ ବର୍ଷ ମଧ୍ୟ ମୁଆଁ, ଆରିସା, ସାକର ଦୋକାନ ଫିକା ପଡିଛି। ସେପଟେ ନିରାଡମ୍ବର ଦୀପାବଳୀ ଉତ୍ସବ ପାଳନ ପାଇଁ ପ୍ରତି ପରିବାରର ଲୋକମାନେ,  ବରିଷ୍ଠ ବ୍ୟକ୍ତିମାନେ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି। ସନ୍ଧ୍ୟାରେ କେବଳ ମହମବତୀ ଓ ରଙ୍ଗ ବେରଙ୍ଗର ଲିଚୁ ଲାଇଟ କିଣିବା ପାଇଁ କିଶୋରଠାରୁ ଯୁବ ପିଢୀ ପର୍ଯ୍ୟନ୍ତ ବଜାର ଜାମ କରିଥିବା ଦେଖିବାକୁ ମିଳିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories