www.samajalive.in
Sunday, December 14, 2025
26.1 C
Bhubaneswar

ଡ୍ରେନ୍‌ ମୁକୁଳା, ମିଳୁନି ସ୍ବାସ୍ଥ୍ୟସେବା

ଚନ୍ଦ୍ରଶେଖରପୁର: ପୌର ପରିଷଦ ଭାଙ୍ଗିବାର ଇତିମଧ୍ୟରେ ୨ବର୍ଷ ବିତିସାରିଛି। ବିଏମ୍‌ସି ଅନ୍ତର୍ଗତ ବିଭିନ୍ନ ୱାର୍ଡର ଉନ୍ନୟନମୂଳକ କାର୍ଯ୍ୟକ୍ରମ ପ୍ରଶାସକଙ୍କ ହାତରେ ଥିବାବେଳେ ଜନସାଧାରଣ ଦୁର୍ଦଶା ଭୋଗୁଛନ୍ତି। ଜନପ୍ରତିନିଧିଙ୍କ ପ୍ରତ୍ୟକ୍ଷ ଭୂମିକା ରହୁନଥିବାରୁ ଅଧିକାଂଶ କାର୍ଯ୍ୟ ଅଧାପନ୍ତରିଆ ରହିଛି। ଏମିତି ଚିତ୍ର ଦେଖିବାକୁ ମିଳିଛି ୱାର୍ଡ ନଂ ୬ରେ।

ୱାର୍ଡ ସମ୍ପର୍କରେ
ଏହି ୱାର୍ଡର ମୋଟ ଜନସଖ୍ୟା ୧୩ହଜାର ୫୪୭। ଏମାନଙ୍କ ମଧ୍ୟରୁ ପୁରୁଷ ୬ହଜାର ୭୫୭ ଏବଂ ମହିଳା ୬ହଜାର ୭୯୦। ଘର ସଂଖ୍ୟା ୨୫୫୦। ୱାର୍ଡ ଅଧୀନରେ ଶୈଳଶ୍ରୀବିହାର ଫେଜ୍‌-୭, ସ୍ୱର୍ଣ୍ଣପୁରୀ, ଶାଶ୍ୱତବିହାର, ଇନ୍ଦ୍ରପୁରୀ, କୋ-ଅପରଟିଭ କଲୋନୀ, ପଦ୍ମାବତୀ ବିହାର, ପ୍ରଗତି ବିହାର, ଗାୟତ୍ରୀ ବିହାର, ଚନ୍ଦକା ଶିଳ୍ପାଞ୍ଚଳ, ବଜରଙ୍ଗ ବିହାର, ଶିଶୁ ବିହାର, ଆନନ୍ଦ ବିହାର, ସାଇ ବିହାର, ଗ୍ରିନ ପାର୍କ, କ୍ରିଷ୍ଣା ଏନକ୍ଲେଭ, ବିଷ୍ଣୁପ୍ରିୟା ନଗର, ରଙ୍ଗେଶ୍ୱର ନଗର, ଆମ୍ରପଲ୍ଲି, ନୀଳପଡ଼ିଆ ବସ୍ତି, ନାଗେଶ୍ୱର ବସ୍ତି ରହିଛି। ୧୩ଟି ମନ୍ଦିର ଥିବାବେଳେ ସରକାରୀ ବେସରକାରୀ ସମୁଦାୟ ୧୩ଟି ସ୍କୁଲ ରହିଛି। ବିଶ୍ୱବିଦ୍ୟାଳୟ ଓ ବୈଷୟିକ ମହାବିଦ୍ୟାଳୟ ୯ଟି ଥିବା ବେଳେ ୨ଟି ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି।

- Advertisement -

ପ୍ରମୁଖ ସମସ୍ୟା
ରାସ୍ତାଘାଟ, ଡ୍ରେନେଜ, ​ସ୍ୱେରେଜ୍‌ କାମ ହୋଇଥିଲେ ମଧ୍ୟ ଅଧିକାଂଶ ଅଧାପନ୍ତରିଆ ହୋଇ ରହିଛି। ଅଧିକାଂଶ ଡ୍ରେନ୍‌ ମୁକୁଳା ପଡ଼ିଥିବା ହେତୁ ଅନେକ ସମୟରେ ଗାଈ, ଷଣ୍ଢ ଗଳି ପଡ଼ି ମୃତ୍ୟୁ ଘଟୁଛି। ଶୈଳଶ୍ରୀବିହାରସ୍ଥିତ ଆମ୍ରପଲ୍ଲୀ ଓ ଶାଶ୍ୱତବିହାର ତଳି ଅଞ୍ଚଳ ହେତୁ ପ୍ରତିବର୍ଷ ବର୍ଷାପାଣି ଘେରରେ ଅଞ୍ଚଳବାସୀଙ୍କୁ ବୁଡ଼ିବାକୁ ପଡ଼ୁଛି।

ୱାର୍ଡରେ ଗୋଟିଏ ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ। ଫଳରେ କୌଣସି ଜରୁରୀ ସମୟରେ ଅନ୍ୟ ୱାର୍ଡରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ପଡ଼ୁଛି। ରାସ୍ତାପାର୍ଶ୍ବ ବିଦ୍ୟୁତକରଣ କରାଯାଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ କିଛି ଅଞ୍ଚଳ ଅନ୍ଧାରରେ ରହୁଛି। ବଜରଙ୍ଗ ବିହାର, ଶିଶୁବିହାର ଅଞ୍ଚଳରେ ରାସ୍ତା, ଡ୍ରେନ୍‌ କାମ ପୌର ଶାସନ ସମୟରେ ଭିତ୍ତିପ୍ରସ୍ତର ଦିଆଯାଇଥିଲା। ତାହା ଏବେ କାମ ଚାଲିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories