ମୁମ୍ବଇ: ତେଲୁଗୁ କବି ବରବରା ରାଓଙ୍କ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ଗୁରୁବାର ଅଗ୍ରାହ୍ୟ କରିଦେଇଛନ୍ତି। ଭୀମା କୋରେଗାଓଁ ମାମଲାରେ ବରବରା ରାଓ ୨୦୧୮ ଜାନୁଆରୀରୁ ଗିରଫ ହୋଇ ଜେଲ୍ରେ ଅଛନ୍ତି। ତେବେ ସ୍ବାସ୍ଥ୍ୟଗତ କାରଣକୁ ନେଇ ସେ ଜାମିନ ପାଇଁ ଆବେଦନ କରିଥିବାବେଳେ ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଜାମିନ ଅଗ୍ରାହ୍ୟ କରିବା ସହିତ ହାଇକୋର୍ଟ ବରବରା ରାଓଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଲାଗି ମହାରାଷ୍ଟ୍ର ସରକାର ଓ ଏନଆଇଏକୁ ନିର୍ଦେଶ ଦେଇଛନ୍ତି। ଗୁରୁବାର କିମ୍ବା ଶୁକ୍ରବାର ସକାଳ ସୁଦ୍ଧା ରାଓଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ନାନାବତୀ ହସ୍ପିଟାଲକୁ ନେଇ ରାଓଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ କୁହାଯାଇଛି। ଡାକ୍ତରୀ ରିପୋର୍ଟ ମିଳିବା ପରେ ନଭେମ୍ବର ୧୭ରେ ଜାମିନ ଆବେଦନ ଉପରେ ପୁନର୍ବାର ଶୁଣାଣି କରାଯିବ ବୋଲି ହାଇକୋର୍ଟ କହିଛନ୍ତି।
Popular Categories



