www.samajalive.in
Sunday, December 7, 2025
26.1 C
Bhubaneswar

ଗୋଟିଏ ପରିବାର ୬ ଜଣଙ୍କୁ ହତ୍ୟା ଘଟଣା ; ମୁହଁ ଖୋଲୁନି ପୁଲିସ, ତଦନ୍ତ ଜାରି ଓ ୨ ଅଟକ

ପାଟଣାଗଡ : ପାଟଣାଗଡ ବ୍ରହ୍ମପୁରା ସଅଁରାପଡ଼ାରେ ରହୁଥିବା ବୁଲୁ ଜାନୀ, ସ୍ତ୍ରୀ ଜ୍ୟୋତି ଓ ୪ ପୁଅଝିଅଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ପାଟଣାଗଡ ସହ ବଲାଙ୍ଗିର ଜିଲା ସ୍ତବ୍ଧ ହୋଇଯାଇଥିଲା। ଗୁରୁବାର ମୃତକଙ୍କ ସଂପର୍କୀୟମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହୋଇଛି। ପୁଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ତନାଘନା ତଦନ୍ତ ଚଳାଇଛି। ୨ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଥିବା ବେଳେ ମୃତକଙ୍କ ଶେଷକୃତ୍ୟ କରାଯାଇଛି। କାନ୍ଦବୋବାଳିରେ ସମଗ୍ର ଅଞ୍ଚଳ ଫାଟି ପଡୁଥିବା ବେଳେ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ପାଟି କରି ସଂପର୍କୀୟମାନେ କହୁଛନ୍ତି।

ଗତ ୧୦ ତାରିଖ ମଙ୍ଗଳବାର ରାତିରେ ବିଳମ୍ବିତ ରାତିରେ ଶ୍ରୀ ଜାନୀ, ସ୍ତ୍ରୀ ଓ ୪ପୁଅ ଝିଅଙ୍କୁ ନୃସଂଶ ଭାବେ ହତ୍ୟା କରାଯାଇ ସେମାନଙ୍କୁ କମ୍ବଳ ଢାଙ୍କି ହତ୍ୟାକାରୀମାନେ ଚମ୍ପଟ ମାରିଥିଲେ। ବୁଧବାର ସକାଳେ ଏହା ପ୍ରଚାରିତ ହେବା ପରେ ଲୋକଙ୍କ ସହ ପୁଲିସ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଥିଲେ। ଭୁବନେଶ୍ୱରରେ ରହୁଥିବା ମୃତକଙ୍କ ୫ ପୁଅ, ୩ ବୋହୂ ଓ ନାତି ନାତୁଣୀମାନେ ଗୁରୁବାର ପାଟଣାଗଡରେ ପହଞ୍ଚିଥିଲେ। ସେମାନଙ୍କୁ ୬ଜଣଙ୍କର ମୃତ ଦେହ ହସ୍ତାନ୍ତର କରାଯାଇଥିଲା। ପୁଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତନାଘନା ତଦନ୍ତ ଜାରି ରଖିଥିବା ସହ ସନ୍ଦେହରେ ୨ଜଣ ଭୋଲା ଜାନୀ ଓ ଶିବା ଜାନୀଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି। ବଲାଙ୍ଗିର ଏସପି ଏମ୍.ସନ୍ଦୀପ ସମ୍ପଦ, ଏଏସପି ମନୋରଂଜନ ପ୍ରଧାନ, ପାଟଣାଗଡ ଏସଡିପିଓ ସୁରେଶ ଚନ୍ଦ୍ର ନାଏକ, ଥାନଧିକାରୀ କେ ପ୍ରୟଙ୍କା ରାଉତରାୟ ପ୍ରମୁଖ ପାଳି କରି ଜେରା କରୁଥିବା ବେଳେ କିଛି ବି ସୂଚନା ମିଳି ପାରୁ ନାହିଁ ହତ୍ୟାକାଣ୍ଡ ନେଇ।

- Advertisement -

ଭୁବନେଶ୍ୱରର ଷ୍ଟେସନ ରୋଡରେ ରହୁଥିବା ମୃତ ବୁଲୁ ଜାନୀଙ୍କ ପୁଅ ସରୋଜ, ବିକାଶ, ଫିରୋଜ, ସମୀର ଓ ଶ୍ରୀଲାଲ ଗୁରୁବାର ପହଞ୍ôଚବା ପରେ ନିଜ ବାପା-ମାଆ, ଭାଇ-ଭଉଣୀଙ୍କ କ୍ଷତ ବିକ୍ଷତ ମୃତ ଦେହ ଦେଖିବାକୁ ସାହାସ କରି ନଥିଲେ। ଦୁଃଖରେ ଅତ୍ୟନ୍ତ ମ୍ରିୟମାଣ ହୋଇପଡିଥିବା ସମସ୍ତ ପୁଅ, ତିନି ବୋହୂ ହତ୍ୟାକାରୀଙ୍କୁ ଫାଶୀ ଦିଅ ବୋଲି ଦାବି କରିଥିଲେ। ଯଦି ହତ୍ୟାକାରୀଙ୍କୁ ଫାଶୀ ଦିଆ ନଯାଏ, ତାହେଲେ ଜାନୀ ପରିବାରର ବଞ୍ଚି ରହିଥିବା ସମସ୍ତ ସଦସ୍ୟଙ୍କୁ ଫାଶୀ ଦେବାକୁ ସେମାନେ ଅନୁରୋଧ କରିଥିଲେ। ନିଜ ବାପା-ମାଆ ଓ ଭାଇ-ଭଉଣୀଙ୍କୁ ହରାଇବା ପରେ  କାହା ମୁହଁ ଦେଖି ବଞ୍ଚିବେ ବୋଲି ଅତି ଭାବବିହ୍ୱଳ କଣ୍ଠରେ ସେମାନେ କହୁଥିଲେ। ପୁଲିସ ଜାନୀ ପରିବାର ସଦସ୍ୟମାନଙ୍କୁ ଗୁଡେଇ ତୁଡେଇ ବିଭିନ୍ନ ପ୍ରଶ୍ନ ପଚାରିବା ପରେ ସମସ୍ତ ସଦସ୍ୟ ପହଞ୍ଚିଥିଲେ ଡାକ୍ତରଖାନାରେ। ବାପା-ମାଆ ଓ ଭାଇ-ଭଉଣୀଙ୍କ କ୍ଷତ ବିକ୍ଷତ ମୃତ ଦେହ ଦେଖିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗୋଟିଏ ଗାଡିରେ ୬ମୃତକଙ୍କ ବ୍ୟବଚ୍ଛେଦ ପାଇଁ ନିଆଯାଇଥିବା ବେଳେ ୩ ଜଣ ଡାକ୍ତର ଶବ ବ୍ୟବଚ୍ଛେଦ କରିଥିଲେ। ବ୍ୟବଚ୍ଛେଦ ସରିବା ପରେ ମାୟାବତୀ ନଦୀ କୂଳ ଶ୍ମଶାନ ଘାଟକୁ ନିଆଯାଇଥିଲା ୬ଜଣଙ୍କ ଶବ। ସେଠାରେ ସେବା ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମୃତକଙ୍କ ଶେଷକୃତ୍ୟ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଝାଡଖଣ୍ଡ ରାଜ୍ୟ ଟାଟା ନିକଟସ୍ଥ ବାଗବେହେରା ଅଞ୍ଚଳରୁ  ପ୍ରାୟ ୧୫ ବର୍ଷ ତଳୁ ସେମାନେ ଆସି ପାଟଣାଗଡରେ ରହୁଥିବା ସୂଚନା ଦେଇଥିଲେ ମୃତକଙ୍କ ପୁଅ ସରୋଜ। ଗତ ତିନି ବର୍ଷ ତଳେ ସେହି ଅଞ୍ଚଳରୁ ଆସି ଏଠାରେ ରହୁଥିବା ଶିବା ଜାନୀ ଓ ତାଙ୍କ ଭିଣୋଇ ସୁରେଶ ସହ ସେମାନଙ୍କ ପାରିବାରିକ କଳହ ରହିଥିଲା। ଏସଂପର୍କରେ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା। ତେବେ ଆପୋଷ ବୁଝାମଣା ମାଧ୍ୟମରେ ତାହା ସମାଧାନ ହୋଇଥିଲା। ବର୍ଷେ ତଳେ ନିଜର ବଡ ଭାଇ ସଂଗ୍ରାମ ଜାନୀଙ୍କୁ କୋଟପାଡ ଅଞ୍ଚଳରେ ହତ୍ୟା କରାଯାଇଥିବା କହିଥିଲେ ସରୋଜ। ତେବେ ପୂର୍ବ ଶତ୍ରୁତା କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଯାଇଥିବା ସେ କହିବା ସହ କିଛି ଲୋକ ଏହି ଘଟଣା ସହ ସଂପୃକ୍ତ ଥାଇପାରନ୍ତି ବୋଲି ସେ ସେମାନଙ୍କ ନାଁ ନେଇଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories