www.samajalive.in
Monday, December 8, 2025
16.1 C
Bhubaneswar

ଝାରମୁଣ୍ଡାରେ ପ୍ରସ୍ତାବିତ ମିନି ଷ୍ଟାଡିୟମ ପାଇଁ ଅନ୍ୟ ସ୍ଥାନ ନିରୂପଣ ଦାବି

ଲୋଇସିଂହା : ଲୋଇସିଂହା ବ୍ଳକର ଝାରମୁଣ୍ଡା ଗ୍ରାମରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମିନି ଷ୍ଟାଡିୟମକୁ ଗ୍ରାମର ନର୍ଦ୍ଦିଷ୍ଟ ଛୋଟ ପଡିଆରେ ନିର୍ମାଣ ନକରି ଖାଲି ପଡିଥିବା ଅନ୍ୟ ପଡିଆ ଜମିରେ ନିର୍ମାଣ କରିବାକୁ ଗ୍ରାମର ବହୁ ଚାଷୀ, କ୍ରୀଡାବିତ, ଶିକ୍ଷିତ ଯୁବକ ସମେତ ବହୁ ଗ୍ରାମବାସୀ ଓ ମହିଳା ବ୍ଲକ ବିଡିଓଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ମିନି ଷ୍ଟାଡିୟମ ଭାବରେ ପଡିଆର ଦୈର୍ଘ୍ୟ ଓ ପ୍ରସ୍ଥ କମ୍ ରହିଥିବା ବେଳେ ପଡିଆରେ ଗତ କିଛି ବର୍ଷ ହେଲା ଅନୁଷ୍ଠିତ ଧନୁଯାତ୍ରା ପାଇଁ ସରକାରୀ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ କଂସ ଦରବାର ନିର୍ମାଣ କରାଯାଇଛି। ଏହାଛଡ଼ା ପଡିଆରେ ଗ୍ରାମର ଛୋଟବଡ ପର୍ବପର୍ବାଣୀ,  ତାରାତାରିଣୀ ପୂଜା, ଜଳନ୍ଧର ବଧ, ଗୋବର୍ଦ୍ଧନ ପୂଜା, କୃଷ୍ଣ ଜନ୍ମ, ଧନୁଯାତ୍ରା, ଗଣେଶ ପୂଜା, ଗଜଲକ୍ଷ୍ମୀ ପୂଜା ଆଦି ଅନୁଷ୍ଠିତ ହୋଇଥାଏ। ଗ୍ରାମରେ କଲ୍ୟାଣ ମଣ୍ଡପ ନଥିବା ବେଳେ ବିବାହ, ବ୍ରତ ତଥା ଅନ୍ୟାନ୍ୟ ସାମଜିକ କାର୍ଯ୍ୟକ୍ରମ ପାଇଁ ଗ୍ରାମବାସୀମାନେ ଏହି ପଡିଆକୁ ନିର୍ଭର କରିଥାନ୍ତି। ପଡିଆର ଅନ୍ୟ ପାଶ୍ୱର୍ରେ ଅଙ୍ଗନବାଡି କେନ୍ଦ୍ର ଓ ଯାଦବ ସମାଜର ଯାଦବ ଭବନ ରହିଛି।  ପ୍ରାୟ ୩୦/୪୦ ଜଣ ଚାଷୀ ନିଜ ଜମିକୁ ସେମାନଙ୍କ ଜମିକୁ ବଳଦ ଗାଡି ଓ ହଳ ନଙ୍ଗଳ ନେଇ ଯିବା ଆସିବା କରିଥାନ୍ତି। ପଡିଆର ଆର ପାଶ୍ୱର୍ରେ ୨/୩ଟି ଗରୀବ ପରିବାର ରହୁଥିବା ଓ ଏଠାରେ ବିପିଏଲ ଟ୍ରାନସଫର୍ମର ଓ ୧୧ କେଭି ବିଦ୍ୟୁତ ଟ୍ରାନସଫର୍ମର ରହିଛି। ଏହି ପରିସ୍ଥିତିରେ ଛୋଟ ପଡିଆକୁ ମିନି ଷ୍ଟାଡିୟମ ନିର୍ମାଣ କରାଗଲେ ସଂପୂର୍ଣ୍ଣ ଗ୍ରାମବାସୀ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଅନ୍ୟତ୍ର ଏହାକୁ ସ୍ଥାନାନ୍ତରିତ କରିବା ପାଇଁ ଶତାଧିକ ଗ୍ରାମବାସୀ ସ୍ୱାକ୍ଷର ସମ୍ବଳିତ ଦାବି ପତ୍ର ସେମାନେ ପ୍ରଦାନ କରିଛନ୍ତି। ଗ୍ରାମକୁ ଯିବା ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସରକାରୀ ପଡିଆ, ଜମି, ରହିଥିବା ବେଳେ ଏହି ସ୍ଥାନକୁ ମିନି ଷ୍ଟାଡିୟମ କରାଗଲେ ଝାରମୁଣ୍ଡା ତଥା ଆଖପାଖ ଗ୍ରମାଞ୍ଚଳର ବହୁ କ୍ରୀଡାବିତ ତଥା ଜନ ସାଧାରଣ ଉପକୃତ ହେବେ ବୋଲି ସେମାନେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଗ୍ରାମବାସୀଙ୍କ ଏହି ଦାବି ପ୍ରତି ବ୍ଲକ ତଥା ଜିଲା ପ୍ରଶାସନ ଧ୍ୟାନ ନଦେଲେ ଆଗାମୀ ଦିନରେ ଗ୍ରାମରେ ଅଶାନ୍ତ ପରିବେଶ ସୃ୍ଷ୍ଟି ହେବା ଆଶଙ୍କା ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories