www.samajalive.in
Saturday, December 13, 2025
26.1 C
Bhubaneswar

ମନ୍ତ୍ରୀ ପରିଷଦ ବୈଠକରେ ୧୧୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମଞ୍ଜୁରୀ

ଭୁବନେଶ୍ବର: ଆସନ୍ତା ୨୦ ତାରିଖରେ ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ । ୨୬, ୨୭, ୨୮ ତାରିଖରେ ବଜେଟ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଅର୍ଥମନ୍ତ୍ରୀ ଏହି ବଜେଟ୍ ଉପସ୍ଥାପନ କରିବେ । ଚଳିତ ବର୍ଷ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ପ୍ରାୟ ୧୧୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଣିବେ । ଗୁରୁବାର ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କରୋନାଗ୍ରସ୍ତ ରାଜ୍ୟ ଅର୍ଥନୀତିକୁ ସୁଧାରିବା ଦିଗରେ କିଛି ପଦକ୍ଷେପ ନିଆଯିବା ଉପରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭର୍ଚ୍ୟୁଆଲ ବୈଠକରେ ଯୋଡ଼ି ହୋଇଥିବାବେଳେ ସଚିବାଳୟରୁ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀମାନେ ନିଜ ବାସଭବନରୁ ଏଥିରେ ଯୋଗ ଦେଇଥିଲେ ।

- Advertisement -

କୋଭିଡ଼ ସଂକ୍ରମଣ ପରେ ରାଜ୍ୟର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି । କେନ୍ଦ୍ରରୁ ଜିଏସଟି ଭରଣା ବାବଦରେ ଯେଉଁ ଅର୍ଥ ମିଳିବା କଥା ତାହା ମଧ୍ୟ ମିିଳିନାହିଁ । ଏହି ସ୍ଥିତିରେ ବିକାଶମୂଳକ କାର୍ଯ୍ୟଗୁଡ଼ିକ ଶେଷ ହୋଇପାରୁ ନାହିଁ । ଅନ୍ୟପକ୍ଷରେ ରୋଜଗାର ସୃଷ୍ଟି କ୍ଷେତ୍ରରେ କିଛି ପଦକ୍ଷେପ ଗ୍ରହଣ କରିବାକୁ ସରକାର ଯୋଜନା କରିଛନ୍ତି । ଏଥିପାଇଁ ଆବଶ୍ୟକ ଅର୍ଥ ଭରଣା ପାଇଁ ଅତିରିକ୍ତ ବଜେଟର ଆବଶ୍ୟକତା ରହିଛି । ପୂର୍ବରୁ ଅତିରିକ୍ତ ବଜେଟ ଆକାର ୫ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲେ ହେଁ ତାହା ୧୧ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ସୂଚନା ମିଳିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories