www.samajalive.in
Monday, December 8, 2025
13.1 C
Bhubaneswar

ଚାଷ ଜମି ଫାଟି ଆଁ କଲାଣି, କେନାଲରେ ପାଣି ଛାଡୁ ନାହାନ୍ତିଗୋହିରା ଡ୍ୟାମ କର୍ତ୍ତୃପକ୍ଷ

ଦେବଗଡ଼:ଚାଷ ଜମି ଫାଟି ଆଁ କଲାଣି। ଫଳରେ କ୍ଷୀର ଢୋକୁଥିବା ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବାର ଆଶଙ୍କା ଦେଇଛି। ଫଳରେ ଅନିୟମିତ ବର୍ଷା ଯୋଗୁଁ ବିଳମ୍ବରେ ଚାଷ କରିଥିବା ରିଆମାଳ ବ୍ଲକ ମଳେହିପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଳବାହାଳ ଗ୍ରାମର ଚାଷୀଙ୍କ ମୁଣ୍ଡରେ ଚଡକ ପରିଛି। ଏନେଇ ସେମାନେ ଗୋହୀରା ଡ୍ୟାମ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ କେନାଲ୍‌ରେ ପାଣି ଛାଡି ବିପଦରୁ ଉଦ୍ଧାର କରିବାକୁ ଗୋହିରା ଡ୍ୟାମ କର୍ତ୍ତୃପକ୍ଷଙ୍କ ନିକଟରେ ଗୁହାରୀ କରିଛନ୍ତି।
ଏପରିକି ଏନେଇ ଚାଷୀମାନେ ରିଆମାଳ ବ୍ଲକ କୃଷି ଅଧିକାରୀ ଓ ରିଆମାଳ ତହସିଲଦାରଙ୍କ ନିକଟରେ ମଧ୍ୟ ଲିଖିତ ଭାବେ ଗୁହାରୀ କରିଛନ୍ତି। ମାତ୍ର ବିଡମ୍ବନାର ବିଷୟ ଏହା ଯେ, ଆବେଦନର ୭ ଦିନ ପରେ ମଧ୍ୟ ଡ୍ୟାମ କର୍ତ୍ତୃପକ୍ଷଙ୍କ ନିକଟରେ ତାହା କୁମ୍ଭୀର କାନ୍ଦଣା ସଦୃଶ ହୋଇଛି ଏବଂ କର୍ତ୍ତୃପକ୍ଷ କେଲାନରେ ପାଣି ଛାଡିବାକୁ ଉଚିତ ମଣୁନାହାନ୍ତି। ଫଳରେ ସମ୍ପୃକ୍ତ ଛାଷୀମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଭାବ ଏବଂ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାସହ ପର୍ଯ୍ୟାପ୍ତ ପାଣିରେ ଭରପୁର ଗୋହିରା ଜଳ ସେଚନ ପ୍ରକଳ୍ପ କାହା ସ୍ୱାର୍ଥରେ ବୋଲି ଚାଷୀ ମାନେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଗୋହିରା ଡ୍ୟାମ କର୍ତ୍ତୃପକ୍ଷ ନାନା ଆଳ ଦେଖାଇବା ସହ ଜଳ ସେଚନର ସମୟ ସୀମା ଶେଷ ହୋଇଥିବାରୁ ଆଉ କେନାଲରେ ଜଳ ସେଚନ ସମ୍ଭବ ନୁହେଁ ବୋଲି ଉତ୍ତର ଦେଇଛନ୍ତି।
ରେଙ୍ଗାଳବାହାଳ ଗ୍ରାମର ଗରିବ ଚାଷୀ ମାନଙ୍କର ଅଭିଯୋଗ ଅନୁଯାୟୀ ଏବର୍ଷ ଧାର୍ଯ୍ୟ ସମୟ ପୂର୍ବରୁ ଶୀଘ୍ର ବର୍ଷା ହେବାରୁ ଅନେକ ଚାଷୀ ଶୀଘ୍ର ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଅନିୟମିତ ବର୍ଷା ଯୋଗୁଁ ସଠିକ ସମୟରେ ଚାଷ କାର୍ଯ୍ୟ କରିପାରିନଥିଲେ। ତେବେ ଶୀଘ୍ର ଚାଷ ଆରମ୍ଭ କରିଥିବା ଚାଷୀମାନଙ୍କର ଧାନ ଇତିମଧ୍ୟରେ ପାଚିବା ସହ ଅମଳକ୍ଷମ ହୋଇସାରିଛି ଓ ଅମଳ ହେଉଛି ମଧ୍ୟ। ମାତ୍ର ବିଳମ୍ବରେ ଚାଷ ଆରମ୍ଭ କରିଥିବା ଚାଷୀ ମାନଙ୍କର ଧାନ ଏବେ କ୍ଷୀର ଢୋକିବା ଆରମ୍ଭ କରିଥିବାରୁ ଏହା ଅମଳ କ୍ଷମ ହେବା ପାଇଁ ଆଉ କିଛି ଦିନ ଲାଗିବ। ତେବେ ପାଣି ଅଭାବରୁ ବର୍ତ୍ତମାନ ଏହି ଚାଷ ଜମି ଗୁଡିକ ଶୁଖିଯିବାସହ ପାଟି ଆଁ କଲାଣି। ଆଉ ଅଳ୍ପ ଦିନ ମଧ୍ୟରେ କଞ୍ଚା ଧାନଗଛ ଗୁଡିକ ମଧ୍ୟ ଶୁଖିଯିବା ସହ ଫସଲ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି।
ଫଳରେ ଧାନ ଅମଳ ନେଇ ବିଳମ୍ବରେ ଚାଷ କରିଥିବା ଚଷୀ ମାନଙ୍କ ମଧ୍ୟରେ ଭାଲେଣି ସୃଷ୍ଟି ହୋଇଛି। ଏଣୁ ଏହି ଶଙ୍କଟରୁ ଉଦ୍ଧାର ପାଇଂ ସେମାନେ ସେଠାକାର ଯୋଗମାୟା ପାଣିପଂଚାୟତ ମାଧ୍ୟମରେ ବ୍ଲକ କୃଷି ଅଧିକାରୀଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଅବଗତ କରିବାସହ ଆବଶ୍ୟକ ପଦେକ୍ଷେପ ଗ୍ରହଣ ପାଇଁ ନିବେଦନ କରିଥିଲେ। ସେହିପରି ଗତ ୪ ତାରିଖ ଦିନ ସେମାନେ ଗୋହିରା ଡ୍ୟାମ(ଜଳ ସେଚନ ପ୍ରକଳ୍ପ)ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ସେମାନଙ୍କର ସମସ୍ୟା ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ। କେନାଲ ସହାୟତାରେ ସେମାନଙ୍କର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ଚାଷୀଙ୍କର ଅଭିଯୋଗ ପାଇବାପରେ ରିଆମାଳ ବ୍ଲକ କୃଷି ଅଧିକାରୀ ସମ୍ପୃକ୍ତ ଶୁଖିଲା ଜମିକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବାସହ ଅଳ୍ପଦିନ ମଧ୍ୟରେ ଜଳ ସେଚନ ନହେଲେ ଏକର ଏକର ଚାଷ ଜମିରେ ଫସଲ ନଷ୍ଟ ହେବ ବୋଲି ହୃଦୟଙ୍ଗମ କରିବା ସହ ଏ ସମ୍ପର୍କରେ ଗୋହୀରା ଡ୍ୟାମର ଏସ୍‌ଡିଓ.( ସହକାରୀ ନିର୍ବାହୀ ଯନ୍ତ୍ରୀ)ଙ୍କୁ ଚିଠି ନମ୍ବର-୨୦୮/ତା-୪-୧୧-୨୦୨୦ରିଖରେ ପତ୍ର ଲେଖି ସମ୍ପୃକ୍ତ ଚାଷ ଜମି ଗୁଡିକୁ ଜଳସେଚନପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପତ୍ର ଲେଖିଥିଲେ।
ମାତ୍ର ଇତି ମଧ୍ୟରେ ଏହାର ୭ ଦିନ ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ ଛାଷ ଜମି ଗୁଡିକୁ ଜଳ ସେଚନର କୌଣସି ବ୍ୟବସ୍ଥା କରାଯାଇନାହିଁ। ଫଳରେ ଜଳକର ପ୍ରଦାନ ସତ୍ୱେ ଆବଶ୍ୟକ ସମୟରେ ଯଦି ଡ୍ୟାମର ପାଣି କାର୍ଯ୍ୟରେ ନଲାଗେ ତେବେ ଏହା କାହା ସ୍ବାର୍ଥରେ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି।
ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ସୁବ୍ରତ କୁମାର ସାହୁଙ୍କୁ ପଚାରିବାରୁ ଚାଷୀ ମାନଙ୍କର ଅଭିଯୋଗ କ୍ରମେ ସହକାରୀ କୃଷି ଅଧିକାରୀଙ୍କ ଜରିଆରେ ସେ ପାଣି ଅଭାବରୁ ପ୍ରାୟ ୪୦ ଏକରରୁ ଊର୍ଦ୍ଧ୍ବ ଚାଷଜମିରେ ଫସଲ ନଷ୍ଟ ହେବାର ଅାଶଙ୍କା ରହିଥିବା ଜାଣିବାକୁ ପାଇଛନ୍ତି ଓ ଜଳ ସେଚନ ନିମନ୍ତେ ଗୋହୀରା ଡ୍ୟାମର ଏସଡିଓଙ୍କୁ ଲିଖିତ ଭାବେ ଜଣାଇଥିବା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଗୋହୀରା ଡ୍ୟାମର ଏସଡିଓ(ସକକାରୀ ନିର୍ବାହୀ ଯନ୍ତ୍ରୀ)ଦୁର୍ଯ୍ୟୋଧନ ସାହୁଙ୍କ ମତାମତ ଲୋଡିବାରୁ ସରକାରୀ ନିୟମ ଅନୁଯାୟୀ ଗତ ୩୧ ତାରିଖଠାରୁ ଗୋହିରା ଡ୍ୟାମରୁ କେନାଲ ଯୋଗେ ଜଳସେଚନ ବନ୍ଦ କରାଯାଇଥିବା ଉତ୍ତର ଦେବାସହ ବର୍ତ୍ତମାନ ଉକ୍ତ କେନାଲ ମାଧ୍ୟମରେ ଜଳସେଚନ କରାଗଲେ ଯେଉଁମାନେ ଧାନ ଅମଳ କରୁଛନ୍ତି ଏବଂ ଯେଉଁ ଚାଷୀ ମାନେ ଚଣା ଜାତୀୟ ଚାଷ ଆରମ୍ଭ କରିଛନ୍ତି ସେମାନେ ଗୁରୁତର କ୍ଷତିଗ୍ରସ୍ଥ ହେବାର ଆଶଙ୍କା ରହିଛି ବୋଲି ପ୍ରକାଶ କରିଛନ୍ତି। ସେହିପରି ଉପରୋକ୍ତ କାରଣରୁ ଏବେ ଆଉ ଜଳ ସମ୍ପୃକ୍ତ ଚାଷ ଜମି ଗୁଡିକୁ କେନାଲ ଯୋଗେ ଜଳସେଚନ କରିବା ସମ୍ଭବ ନୁହେଁ ବୋଲି ରୋକଠୋକ ଭାବେ ମନା କରିଛନ୍ତି। ଏଣୁ ଦେବଗଡ ଜିଲାପାଳ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମହଲରେ ଦାବି ହେଉଛି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories