www.samajalive.in
Friday, December 12, 2025
15.1 C
Bhubaneswar

ଶୀତଦିନେ ଖାଆନ୍ତୁ ମୂଳା ; ମିଳେ ଆଶ୍ଚର୍ଯ୍ୟଜନକ ଲାଭ

ଆରମ୍ଭ ହେଲାଣି ଶୀତଦିନ। ଏହିଦିନ ଖାଦ୍ୟ ପାଇଁ ଏପରି ବହୁ ଜିନିଷ ସହଜରେ ଉପଲବ୍ଧ ହୋଇଥାଏ ଓ ଏହାସହ ତାହାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ ମଧ୍ୟ ହୋଇଥାଏ। ଏହି ଶୀତଦିନେ ଅଧିକ ସେବନ କରାଯାଉଥିବା ଜିନିଷ ମଧ୍ୟରୁ ଏକ ମୁଖ୍ୟ ଜିନିଷ ହେଉଛି ମୂଳା। ଖୁବ କମ ଲୋକେ ଏହାର ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଣ ବିଷୟରେ ଜାଣିଥିବେ। ଜାଣନ୍ତୁ ଶୀତଦିନେ ଏହାର ଉପକାରିତା ବିଷୟରେ….
ମୂଳାରେ ବହୁ ମାତ୍ରାରେ ଭିଟାମିନ ସି ରହିଛି। ଯାହା ଶୀତଦିନେ ହେଉଥିବା ଥଣ୍ଡା, କଫ ସମସ୍ୟାରୁ ଶରୀରକୁ ଦୂରେଇ ରଖିଥାଏ। ଏହା ଶରୀରରେ ରେଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ମୂଳା ଶରୀରକୁ ଆବଶ୍ୟକ ପରିମାଣରେ ପୋଟାସିୟମ ଯୋଗାଇଥାଏ। ଯାହାଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇ ରହିଥାଏ।
ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ନିୟମିତ ମୂଳା ଖାଇବା ଦ୍ୱାରା ହୃଦୟ ଜନିତ ରୋଗ ହେବାର ସମ୍ଭବନା ଖୁବ କମ ଥାଏ। ଏହା ରକ୍ତରେ ଅମ୍ଳଜାନର ମାତ୍ରାକୁ ମଧ୍ୟ ସଠିକ ରଖିଥାଏ।
ମୂଳାରେ ଅଧିକ ମାତ୍ରାରେ ଫାଇବର ରହିଛି। ପ୍ରତିଦିନ ଏହାକୁ ସାଲାଡ଼ରେ ଗ୍ରହଣ କରିବା ଦ୍ୱାରା ଶରୀରରେ ଫାଇବର ଅଭାବ ହୋଇନଥାଏ। ଯକୃତକୁ ସୁସ୍ଥ ରଖିଥାଏ।
ମୂଳା ପାଚନ ତନ୍ତ୍ର ପାଇଁ ବେଶ ଲାଭଦାୟକ। ଏହାଛଡା ଏହା ଗ୍ୟାସଟିକ, ଏସିଡିଟି, ମୋଟାପଣକୁ ମଧ୍ୟ ହ୍ରାସ କରିଥାଏ।
ନିୟମିତ ମୂଳା ଜୁସ ପିଇବା ଦ୍ୱାରା ତ୍ୱଚା ଖୁବ ଉଜ୍ଜ୍ୱଳ ହୋଇଥାଏ। ଏଥିରେ ଭିଟାମିନ ସି, ଫସଫରସ ଆଦି ରହିଛି। ଏହା ବ୍ରଣ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏହାକୁ କେଶରେ ଲଗାଇବା ଦ୍ୱାରା ରୂପି ସସମ୍ୟା ଦୂର ହୋଇଥାଏ। କେଶ ମୂଳ ମଜଭୂତ ହୋଇଥାଏ।
ଲାଲ ମୂଳାରେ ଭିଟାମିନ ଇ, ଏ, ସି, ବି୬, କେ ଭରପୁର ମାତ୍ରାରେ ରହିଛି। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ, ଫାଇବର, ପୋଟାସିୟମ, ଫସଫରସ, ମାଗ୍ନେସିୟମ, କ୍ୟାଲସିୟମ, ଆଇରନ ଆଦି ମଧ୍ୟ ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories