www.samajalive.in
Tuesday, December 9, 2025
17.1 C
Bhubaneswar

କୁଚିଣ୍ଡା ଡାକ୍ତରଖାନାରେ ଡାକ୍ତରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ, କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

 

କୁଚିଣ୍ଡା-କୁଚିଣ୍ଡା ଉପଖଣ୍ଡୀୟ ସରକାରୀ ଡାକ୍ତରଖାନାରେ ଗତକାଲି ବିଳମ୍ବିତ ରାତ୍ରରେ ଜନୈକ ଯୁବକ ଉନ୍ମତ କାଣ୍ଡ ଭିଆଇବା ସହ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ମାରିବାକୁ ଉଦ୍ୟମ କରୁଥିବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଆଜି ଡାକ୍ତରଖାନାରେ ତୀବ୍ର ପ୍ରତିକ୍ରhୟା ପ୍ରକାଶ ପାଇଥିବା ବେଳେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ସହ ୨୪ଘଣ୍ଟା ମଧ୍ୟରେ ଗିରଫ ନକଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

- Advertisement -

ଅଭିଯୋଗ ଅନୁସାରେ  କୁଚିଣ୍ଡା ଉପଖଣ୍ଡୀୟ ଡାକ୍ତରଖାନାରେ ଗତରାତ୍ରରେ ଡା. ପଦ୍ମଲୋଚନ ମହନ୍ତ ରାତ୍ର ସେବା ଦାୟିତ୍ୱରେ ଥିଲେ। ବିଳମ୍ବିତ ରାତ୍ରରେ କିରା ଗ୍ରାମର ସୁକାନ୍ତ ମହାପାତ୍ର ନାମକ ଯୁବକ  ଅଶାଳୀନ ଭାବେ ଗାଳିଗୁଲଜ କରିବା ସହ ମାରିବାକୁ ଉଦ୍ୟମ କରିଥିଲା। ଭୟରେ ଡାକ୍ତର ଉପସ୍ଥିତ ବୁଦ୍ଧି ଲଗାଇ ରକ୍ଷା ପାଇ ଯାଇଥିବା ପ୍ରକାଶ। ଏହି ଘଟଣାକୁ ନେଇ ଆଜି ହସପିଟାଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉପଖଣ୍ଡ ଚିକିତ୍ସା ଅଧିକାରୀ ଦାୟିତ୍ୱରେ ଥିବା ଡାକ୍ତର କ୍ଷେତ୍ରମୋହନ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ରୋଗୀଙ୍କୁ ନିରନ୍ତର ସେବା ଦେଉଥିବା ଡାକ୍ତରଙ୍କ ପ୍ରତି ଏତାଦୃଶା ବ୍ୟବହାର ଓ ଆକ୍ରମଣ ଉଦ୍ୟମ ଯୋଗୁଁ ତୀବ୍ର ଉଦବେଗ ପ୍ରକାଶ କରି ଏହାର ନିନ୍ଦା କରିଥିଲେ। ଏସଂକ୍ରାନ୍ତରେ କୁଚିଣ୍ଡା ପୁଲିସ ସମେତ ତାଙ୍କ କର୍ତ୍ତୃପକ୍ଷ ଓ ସଂଘକୁ ଲିଖିତ ଭାବେ ଅବଗତ କରି ଆଗାମୀ ୨୪ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ ନକଲେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିବା ଜଣାଯାଇଛି। ଅନ୍ୟପକ୍ଷେ କୁଚିଣ୍ଡା ଥାନା ଅଧିକାରୀ କମଲ ପଣ୍ଡା ଏଦିଗରେ ସେ ପଦକ୍ଷେପ ନେଉଥିବା ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories