www.samajalive.in
Sunday, December 7, 2025
26.1 C
Bhubaneswar

ଡାକ୍ତରଖାନାରେ ଡାକ୍ତରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ, ଗିରଫ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

କୁଚିଣ୍ଡା : କୁଚିଣ୍ଡା ଉପଖଣ୍ଡୀୟ ସରକାରୀ ଡାକ୍ତରଖାନାରେ ଗତକାଲି ବିଳମ୍ବିତ ରାତ୍ରରେ ଜନୈକ ଯୁବକ ଚିକିତ୍ସା ପାଇଁ ଆସି ଉନ୍ମତ କାଣ୍ଡ ଭିଆଇବା ସହ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ମାରିବାକୁ ଉଦ୍ୟମ କରୁଥିବା ଗୁରୁତର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଆଜି ଡାକ୍ତରଖାନାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ  ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ସହ ୨୪ଘଣ୍ଟା ମଧ୍ୟରେ ଗିରଫ ନକଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିବା ସୂଚନା ହସ୍ତଗତ ହୋଇଛି।

ସୂଚନା ଅନୁଯାଇ କୁଚିଣ୍ଡା ଉପଖଣ୍ଡୀୟ ଡାକ୍ତରଖାନାରେ ଗତରାତ୍ରରେ ଡା. ପଦ୍ମଲୋଚନ ମହନ୍ତ ରାତ୍ର ସେବା ଦାୟିତ୍ୱରେ ଥିଲେ। ବିଳମ୍ବିତ ରାତ୍ରରେ କିରା ଗ୍ରାମର ସୁକାନ୍ତ ମହାପାତ୍ର ନାମକ ଯୁବକ ଆସି କୋଆଡ ଅଶାଳୀନ ଭାବେ ଗାଳିଗୁଲଜ କରିବା ସହ ମାରିବାକୁ ଉଦ୍ୟମ କରିଥିଲା। ଭୟରେ ଡାକ୍ତର ଉପସ୍ଥିତ ବୁଦ୍ଧି ଲଗାଇ ରକ୍ଷା ଯାଇଥିବା ପ୍ରକାଶ। ଏହି ଘଟଣାକୁ ନେଇ ଆଜି ହସ୍ପିଟାଲରେ ତୀବ୍ର ପ୍ରତିକ୍ରିୟ ପ୍ରକାଶ ପାଇଛି। ଉପଖଣ୍ଡ ଚିକିତ୍ସା ଅଧିକାରୀ ଦାୟିତ୍ୱରେ ଥିବା ଡାକ୍ତର କ୍ଷେତ୍ରମୋହନ କାଣ୍ଡଙ୍କ ଅଧ୍ୟକ୍ଷତରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ରୋଗୀଙ୍କୁ ନିରନ୍ତର ସେବା ଦେଉଥିବା ଡାକ୍ତରଙ୍କ ପ୍ରତି ଏତାଦୃଶା ବ୍ୟବହାର ଓ ଆକ୍ରମଣ ଉଦ୍ୟମ ଯୋଗୁଁ ତୀବ୍ର ଉଦବେଗ ପ୍ରକାଶ କରି ଏହାର ନିନ୍ଦା କରିଥିଲେ। ଏସଂକ୍ରାନ୍ତରେ କୁଚିଣ୍ଡା ପୁଲିସ ସମେତ ତାଙ୍କ କର୍ତ୍ତୃପକ୍ଷ ଓ ସଂଘକୁ  ଲିଖିତ ଭାବେ ଅବଗତ କରି ଆଗାମୀ ୨୪ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ ନକଲେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିବା ଜଣାଯାଇଛି। ଅନ୍ୟପକ୍ଷେ କୁଚିଣ୍ଡା ଥାନା ଅଧିକାରୀ କମଲ ପଣ୍ଡା ଏଦିଗରେ ସେ ପଦକ୍ଷେପ ନେଉଥିବା ସୂଚନା ଦେଇଛନ୍ତି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories