ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ର ନିହ୍ନୁଆଁ ଛକ ନିକଟରେ ଆଜି ଭୋର ସମୟରେ ରାସ୍ତା ପାର୍ଶ୍ବ ରେ ଛିଡା ହୋଇଥିବା ଏକ ୧୨ ଚକିଆ ଟ୍ରକ ପଛରେ ଦୃତଗତିରେ ଆସୁଥିବା ଅନ୍ୟ ଏକ ୧୨ ଚକିଆ ଟ୍ରକ ଧକ୍କା ଦେଇଥିଲା । ଉଭୟ ଟ୍ରକ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ ନିହ୍ନୁଆଁ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ରେ ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମେଡିକାଲ ରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
Popular Categories



