www.samajalive.in
Saturday, December 13, 2025
21.1 C
Bhubaneswar

ବାଣ ଫୁଟାଇଲେ ତତକ୍ଷଣାତ୍ ମାମଲା; ୬ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ

ନୂଆଦିଲ୍ଲୀ: କରୋନା ଓ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନେଇଛନ୍ତି ବଡ଼ ପଦ​‌କ୍ଷେପ । ନଭେମ୍ବର ୩୦ ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ଆଜି ରାତିରୁ କାର୍ଯ୍ୟକାରୀ ହେବ । ଯଦି ଏହି ଅବଧି ମଧ୍ୟରେ କୌଣସି ବ୍ୟକ୍ତି ବାଣ ଫୁଟାନ୍ତି ତେବେ ତାଙ୍କୁ ୧ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦିଆଯିବ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ।

ଦିଲ୍ଲୀର ପ୍ରଦୂଷଣ ଏବେ ଶୀର୍ଷସ୍ତରରେ ପହଞ୍ଚିଛି । ଏହି ସ୍ଥିତିରେ ଆଜି  ପରିବେଶ ମନ୍ତ୍ରୀ ଗୋପାଳ ରାୟ ପୁଲିସ ଅଧିକାରୀ, ମ୍ୟୁନିସିପାଲିଟି କର୍ପୋରେସନ୍, ପରିବହନ ବିଭାଗ ଏବଂ ଜିଲ୍ଲା ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ବୈଠକ ପରେ ଶ୍ରୀ ରାୟ କହିଛନ୍ତି ଯେ ଯେଉଁମାନେ ବାଣ ଫୁଟାଇ ପ୍ରଦୂଷଣ ବଢ଼ାଇବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ବାୟୁ ପ୍ରଦୂଷଣ ଆଇନ ଅନୁସାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବ ଏବଂ ୧ରୁ ୬ବର୍ଷପର୍ଯ୍ୟନ୍ତ ଜେଲ ଦଣ୍ଡ ମିଳିବ।  ଏଭଳି ପରିସ୍ଥିତିରେ ଦିଲ୍ଲୀ ପୁଲିସ ସିଧାସଳଖ ଏଫଆଇଆର ପଞ୍ଜିକରଣ କରିବ, ଏସଡିଏମ ଏବଂ ଡିଏମ ମଧ୍ୟ ଦିଲ୍ଲୀ ପୋଲିସ ଉପରେ ନଜର ରଖିବେ।

- Advertisement -

ଉଲ୍ଲେଖନୀୟ ବିଷୟ ହେଉଛି ଦିଲ୍ଲୀ ଏବଂ ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯେଉଁ କାରଣରୁ  ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ (ଏନସିଆର) ନଭେମ୍ବର୯ ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବାଣ ଫୁଟାଇବା ଓ ବିକ୍ରି ନିଷେଧ କରାଯାଇଛି ।

ଅନ୍ୟପକ୍ଷରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ସୋମବାର ଏକ ନୂତନ ଆଦେଶ ଜାରି କରି ଏହି ସମୟ ମଧ୍ୟରେ ଏନସିଆରରେ ଅଗ୍ନିକାଣ୍ଡ ଘଟାଇବାକୁ ବାରଣ କରିଛି । ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି ଯେତେବେଳେ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିଛି ଏବଂ ଦୀପାବଳି ପରେ ଅବସ୍ଥା ଆହୁରି ଖରାପ ହେବାର ସମ୍ଭାବନା ରହିଛି।
ଏନଜିଟି କେବଳ ଦିଲ୍ଲୀ-ଏନସିଆର ପାଇଁ ନୁହେଁ, ଦେଶର ଅନ୍ୟ ସହରରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଟ୍ରିବ୍ୟୁନାଲ କହିଛନ୍ତି ଯେ ଯେଉଁ ସହରରେ ପ୍ରଦୂଷଣର ଅବସ୍ଥା ସ୍ୱାଭାବିକ, ସୁପ୍ରିମକୋର୍ଟଙ୍କ ଦ୍ବାରା ମାର୍ଗଦର୍ଶିକା ଅନୁସାରେ ଗ୍ରୀନ କ୍ରାକର ଦୀପାବଳି ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ଜଳାଯାଇ ପାରିବ ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories