www.samajalive.in
Sunday, December 14, 2025
26.1 C
Bhubaneswar

ଅବକାରୀ ବିଭାଗ ଏବଂ ଜୟପାଟଣା ପୁଲିସର ଚଢ଼ଉ ୨୨୦ ଲିଟର ଦେଶୀ ମଦ ଜବତ, ୩ କୋର୍ଟ ଚାଲାଣ

ମୁଖୀଗୁଡା : ଆଜି ସକାଳୁ ଅବକାରୀ ବିଭାଗ ଏବଂ ଜୟପାଟଣା ପୁଲିସ ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ ପୁଝାରିଗୁଡା ପଞ୍ଚାୟତର ସବିଗୁଡା ଏବଂ ପଲସ ପିପଳଗୁଡା ଗ୍ରାମରେ ଚଢଉ କରି ବେଆଇନ ଭାବେ ଦେଶୀ ମଦ ତିଆରି କରି ଜରି ପାକିଙ୍ଗ କରି ବିକ୍ରିକରୁଥିବା ଅଭିଯୋଗରେ ଜଣକୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ୨ଜଣଙ୍କୁ ଜୟପାଟଣା ପୁଲିସ ଗିରଫ କରି କୋର୍ଟ ଚାଲାନ କରିଛି ।

ଆଜି ସକାଳୁ ଅବକାରୀ ବିଭାଗ ଏବଂ ଜୟପାଟଣା ପୋଲିସ ଜୟପାଟଣା ବ୍ଲକ ର ସବିଗୁଡା ଗ୍ରାମର ଗଣପତି ଦିଶାରିଙ୍କ ଘରେ ଚଢଉ କରି ୨୦ଲିଟର ଦେଶୀ ମଦ,୨୦୦ଲିଟର ମହୁଳପୋଚ ୨ଟି ସିଲିଙ୍ଗ ମେସିନ,୫୦୦ ମଦ ପ୍ୟାକିଙ୍ଗ ଜରି ଜବତ କରି ଗଣପତି ଦିଶାରୀକୁ ଅବକାରୀ ବିଭାଗ ଗିରଫକରି କୋର୍ଟ ଚାଲାଣ କରିଛି । ସେହିପରି ପଳସପିପଳଗୁଡା ଗ୍ରାମର ତ୍ରିନାଥ ବେଶ୍ରାଙ୍କ ଘରେ ଚଢଉ କରାଯାଇ ୨୦୦ଲିଟର ଦେଶୀ ମଦ,୬୦୦କେଜି ମଦ ପୋଚ,ଜରି ସିଲିଙ୍ଗ ମେସିନ,ଗ୍ୟାସଚୁଲା ମଦ ପ୍ୟାକିଙ୍ଗ ଜରି ଜବତ କରାଯାଇ ଜୟପାଟଣା ପୁଲିସ ଏକ ମାମଲା ରୁଜୁ କରି ତ୍ରିନାଥ ବେଶ୍ରା ଓ ପୁଅ ସୁରେଶ ବେଶ୍ରା କୁ ଗିରଫ କରି କୋର୍ଟ ଚାଲାଣ କରିଛି। କଳାହାଣ୍ଡ ଜିଲ୍ଲା ଅବକାରୀ ଡେପୁଟିସୁପରିଟେଣ୍ଡେଣ୍ଟ ଉମାଶଙ୍କର ପ୍ରଧାନ,ଜୟପାଟଣା ଏସ.ଆଇ ସୁବାସ ଚନ୍ଦ୍ର ବାରିକ,ଜିଲ୍ଲା ମୋବାଇଲ ଟିମରୁ ଦିଲ୍ଲୀପ ରଥ,ଲଳିତ ମୋହନ ମିଶ୍ର ସଙ୍ଗମିତ୍ରା ପ୍ରଧାନ, ଜୟପାଟଣା ଥାନା ଅଧିକାରୀ ରଶ୍ମିତା ପ୍ରଧାନ, ଏସ.ଆଇ ଲିଙ୍ଗରାଜ ସେଠୀ ,ପ୍ରମୁଖଏହି ଚଢଉ ରେ ସାମିଲ ଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories