www.samajalive.in
Saturday, December 13, 2025
26.1 C
Bhubaneswar

ଟ୍ରାକ୍ଟରରେ କଂଗ୍ରେସ ନେତା : ଭୁବନେଶ୍ଵରରୁ କଟକ କଂଗ୍ରେସର କ୍ଷେତି ବଞ୍ଚାଓ ଯାତ୍ରା

ଭୁବନେଶ୍ଵର : କେନ୍ଦ୍ରର କୃଷି ଆଇନ୍‌କୁ ବିରୋଧ କରି ରାଜ୍ୟ କଂଗ୍ରେସ ଆଜି ଆୟାଜନ କରିଛି କ୍ଷେତି ବଂଚାଅ ଯାତ୍ରା । ଏହି ଯାତ୍ରାରେ କଂଗ୍ରେସର ନେତା ଓ କର୍ମୀମାନେ ଟ୍ରାକ୍ଟର ରାଲି କରି ଭୁବନେଶ୍ଵର କଂଗ୍ରେସ ଭବନରୁ କଟକ ଜିଲା ଅନ୍ତର୍ଗତ ପ୍ରତାପନଗରୀ ନିକଟସ୍ଥ ଧାକୁଲେଇ ମନ୍ଦିର, ୪୨ ମୌଜା ଓ ପ୍ରେସଛକ ଦେଇ ଶକ୍ତିନଗରସ୍ଥ କଟକ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଞ୍ଚିବେ। ଏଥିରେ ଓଡିଶା ପ୍ରଭାରୀ ଚେଲାକୁମାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଦଳର ସମସ୍ତ ନେତା ଓ ଛାମୁଆ ସଂଗଠନ ରାଲିରେ ଉପସ୍ଥିତ ରହିଛନ୍ତି ।

ଏହା ସହ ଆଗାମୀ ଦିନରେ ବିଭିନ୍ନ ଜିଲାରେ ଏହି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେଲ୍ଲାକୁମାର କହିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ମଧ୍ୟ ସମାଲୋଚନା କରିଛନ୍ତି । ସେପଟେ କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଏକ କୋଟିର ଦସ୍ତଖତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦିଆଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କଂଗ୍ରେସ ନଭେମ୍ବର ୧ ତାରିଖରୁ ସାରା ଦେଶରେ ଏଭଳି ରାଲିର ଆୟୋଜନ କରୁଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories