www.samajalive.in
Friday, December 5, 2025
20.1 C
Bhubaneswar

ପୁରୀ ଓ ଲିଙ୍ଗରାଜ ମନ୍ଦିର ପରେ ଫୋକସରେ ସମଲେଶ୍ୱରୀ ପୀଠ

ସମ୍ବଲପୁର: ରାଜ୍ୟ ସରକାର ପୁରୀ ଓ ଲିଙ୍ଗରାଜ ମନ୍ଦିରର ବିକାଶ ଯୋଜନାଗୁଡିକୁ କାର୍ଯ୍ୟାନ୍ୱିତ କରୁଥିବା ବେଳେ ଏବେ ଫୋକସରେ ରହିଛି ସମ୍ବଲପୁରର ସମଲେଶ୍ୱରୀ ପୀଠ। ଗତ ଜାନୁଆରୀ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତରେ ଆସି ମାଁ ସମଲେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହିତ ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ ବୋଲି ଘୋଷଣା କରିଥିଲେ। ତେବେ ପରବର୍ତ୍ତୀ ସମୟରେ କରୋନା ସଙ୍କଟ ଯୋଗୁଁ ବିକାଶ ପାଇଁ ସର୍ଭେ କାର୍ଯ୍ୟ ବନ୍ଦ ରହିଥିଲା। ତେବେ ରବିବାର ରାଜସ୍ୱ ନିରୀକ୍ଷକଙ୍କ ଏକ ଦଳ ପ୍ରଥମ ପର୍ଯ୍ୟାୟରେ ମନ୍ଦିର ପରିସର, ପାର୍ଶ୍ବ ଦେବାଦେବୀ, ମନ୍ଦିର ଦ୍ୱାର, ପୂଜକଙ୍କ ଘର ଇତ୍ୟାଦିକୁ ମାପଯୁକ ଆରମ୍ଭ କରିଛନ୍ତି। ସମସ୍ତ ମାପଯୁକ ପରେ ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ସରକାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ। ଏ ସର୍ମ୍ପକରେ ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଦଳ ଆସି ଆମର ଓ ଟ୍ରଷ୍ଟ ବୋର୍ଡ ସହିତ ବୈଠକ କରି ବିଭିନ୍ନ ଆଲୋଚନା କରିଥିଲେ। ତେବେ କରୋନା ପରେ ପୁର୍ନବାର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସମ୍ବଲପୁର ରାଜସ୍ୱ ନିରୀକ୍ଷକ ବିଭାଗ ତରଫରୁ ଘର ମାନଙ୍କୁ ମାପଯୁକ କରୁଛନ୍ତି। ବିକାଶ ପାଇଁ ଯଦି ଆବଶ୍ୟକ ହୁଏ ତାହା ହେଲେ ପୂଜକ ମାନଙ୍କୁ ମନ୍ଦିର ପାଚେରୀ ନିକଟରେ ହିଁ ଗୃହ ନିର୍ମାଣ କରାଯାଇ ଦିଆଯିବ ବୋଲି କହିଛନ୍ତି। ମନ୍ଦିରର ବିକାଶ ନିତାନ୍ତ ଦରକାର ଅଛି। ଭକ୍ତ ମାନେ ଆସିବା ସମୟରେ ଗାଡିମଟର ଆଦି ପାର୍କିଂ ସମେତ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପର୍ଯ୍ୟଟନର ମଧ୍ୟ ସୁବିଧା ହେବ। କିନ୍ତୁ ସମସ୍ତଙ୍କର ସୁବିଧାକୁ ଧ୍ୟାନ ଦେଇ ସମସ୍ତ କାର୍ଯ୍ୟ କରାଯିବା ଉଚିତ ବୋଲି ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି। ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗର ସହାୟକ ଇଞ୍ଜିନିୟର ମାନସ ରଞ୍ଜନ ମଲିକ କହିଛନ୍ତି ଯେ ଆର ଆଣ୍ଡ ବି -୧ର ଏକଜ୍ୟୁକିଟିଭ ଇଞ୍ଜିନିୟରଙ୍କ ନିର୍ଦ୍ଦେଶ କ୍ରମେ ଆମେ ସମଲେଶ୍ୱରୀ ମନ୍ଦିର ଠାରୁ ନେଇ ରାଜଘାଟ, ବାଲିବନ୍ଧା ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳ ବୁଲି ମାପଯୁକ କରୁଛୁ। ଆମ ସାଥିରେ ଆରଆଇ ଓ ଅମିନ ମଧ୍ୟ ରହିଛନ୍ତି ଏବଂ ଏ ସର୍ମ୍ପକରେ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିବୁ ବୋଲି ଇଞ୍ଜିନୟର ମଲିକ କହିଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories