www.samajalive.in
Saturday, December 6, 2025
19.1 C
Bhubaneswar

“ପରିବେଶବିଜ୍ଞାନୀ ପାଇଁ ବହୁ ସୁଯୋଗ ରହିଛି”

ନବରଙ୍ଗପୁର: ସାଂପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ବିଦ୍ୟାର୍ଥୀ ପରିବେଶ ବିଜ୍ଞାନ ଆହରଣ ସହ ପରିବେଶ ବିଜ୍ଞାନ ପ୍ରତି ଅଧିକ ଆକୃଷ୍ଟ ହେବା ଦରକାର ବୋଲି ରାଷ୍ଟ୍ରୀୟ ବନଷ୍ପତି ଗବେଷଣା ସଂସ୍ଥାନର ନିର୍ଦ୍ଦେଶକ ପ୍ରଫେସର ସରୋଜକାନ୍ତ ବାରିକ ପରାମର୍ଶ ଦେଇଛନ୍ତି। “ମୁଁ ବି ସମର୍ଥ” କ୍ୟାରିୟର ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଫେସର ବାରିକ ଅର୍ଥନୀତି, ଆଇନ, ସମାଜବିଜ୍ଞାନ ସହ ପଦାର୍ଥବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଓ ବନଷ୍ପତି ବିଜ୍ଞାନ ଭଳି ପାଠ୍ୟକ୍ରମ ଦ୍ୱାରା ପରିବେଶ ବିଜ୍ଞାନୀ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି। ଜେ.ଏସ୍‍.ଡବ୍ଳ୍ୟୁ, ମୁମ୍ବାଇର ମୁଖ୍ୟପରିଚାଳକ ଡଃ.ଆନନ୍ଦ ରାୟ ଯୋଗଦେଇ ଶିଳ୍ପାୟନ ବଢୁଥିବାରୁ ଶିଳ୍ପସଂସ୍ଥାରେ ପରିବେଶ ବିଜ୍ଞାନର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ବିଦ୍ୟାର୍ଥୀମାନଙ୍କର ପାଇଁ ଶିଳ୍ପ ସଂସ୍ଥାରେ ଅନେକ ସୁଯୋଗ ରହିଛି ବୋଲି ଡଃ.ରାୟ ପ୍ରକାଶ କରିଛନ୍ତି। ଚେନ୍ନେଇସ୍ଥିତ ଭାରତୀୟ କୃଷି ଗବେଷଣା ସଂସ୍ଥାନ ଅଧିନସ୍ଥ କେନ୍ଦ୍ରୀୟ ଖାରାଜଳ ଜୀବ ପରିପାଳକ ସଂସ୍ଥାନର ପ୍ରଧାନବୈଜ୍ଞାନିକ ଡଃ.ସରସ୍ୱତୀ .ଆର ଯୋଗଦେଇ ଜୀବ ବିଜ୍ଞାନରେ ରହିଥିବା ସୁଯୋଗ ସମ୍ପର୍କରେ ପ୍ରକାଶ କରିଥିଲେ। ଗୁଜୁରାଟ ଆନନ୍ଦ ସ୍ଥିତ ନଧୁବାଇ ପଟେଲ କଲେଜର ସହକାରୀ ପ୍ରଫେସର ଡଃ.ସୁସ୍ମିତା ସାହୁ ଯୋଗଦେଇ ପରିବେଶ ବିଜ୍ଞାନରେ ଛାତ୍ରଛାତ୍ରୀ ଅଧିକ ଯତ୍ନବାନ ହେବା ସହ ପରିବେଶ ସଂରକ୍ଷଣ ପାଇଁ ଉତ୍ତରଦାୟୀ ହେବା ଆବଶ୍ୟକ ବୋଲି କହିଥିଲେ। ଭୁବନେଶ୍ୱରସ୍ଥିତ ସିଏସଆଇଆଇଏମଟି ସଂସ୍ଥାର ପ୍ରଧାନବୈଜ୍ଞାନିକ ଡଃ.ମନିଷ କୁମାର ଯୋଗଦେଇ ପରିବେଶ ବିଜ୍ଞାନୀ ପାଇଁ ସିଏସଆଇଆର, ଆଇସିଏଆର, ଶିଳ୍ପ ସଂସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଗବେଷକ ହେବା ସହ ଅଧ୍ୟାପନାରେ ଯୋଗଦେଇ ପାରିବେ ବୋଲି ସେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଲକ୍ଷ୍ମୀନାରାୟଣ ବକ୍ସି ବିଶ୍ୱର ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ପରିବେଶ ବିଜ୍ଞାନୀଙ୍କର ପାଇଁ କର୍ମସଂସ୍ଥାନ ଅନେକ ମାତ୍ରାରେ ବଢୁଥିବା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡିଶା ସମେତ ତାମିଲନାଡୁ, ମହାରାଷ୍ଟ୍ର ଓ ଗୁଜରାଟର ବିଦ୍ୟାର୍ଥୀ ଯୋଗଦେଇ କ୍ୟାରିୟର ସମ୍ବନ୍ଧରେ ପ୍ରଶ୍ନ ପଚାରିଥିଲେ।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories