www.samajalive.in
Thursday, December 11, 2025
16.1 C
Bhubaneswar

ସୀମା ଆରପଟେ ଅନୁପ୍ରବେଶ ଲାଗି ପ୍ରସ୍ତୁତ ୫୦ରୁ ଅଧିକ ଆତଙ୍କବାଦୀ: ଭାରତ ବିରୋଧରେ ପାକିସ୍ଥାନର ଆଉ ଏକ ଷଡ଼ଯନ୍ତ୍ର

ଶ୍ରୀନଗର: ଆନ୍ତର୍ଜାତିକ ଚାପ ସତ୍ବେ ଭାରତ ବିରୋଧୀ କାର୍ଯ୍ୟକଳାପ ଓ ଆତଙ୍କବାଦ କାର୍ଯ୍ୟକଳାପରୁ ବିରତ ହେଉନାହିଁ ପାକିସ୍ଥାନ । ଏବେ ଭାରତ ଭିତରକୁ ୫୦ରୁ ଅଧିକ ଆତଙ୍କବାଦୀ ପଠାଇବାକୁ ଏକ ପୁରା ଯୋଜନା ପ୍ରସ୍ତୁତ କରିଛି । ଭାରତୀୟ ସେନାକୁ ମିଳିଥିବା ସୂଚନା ଅନୁସାରେ ସୀମା (ଲାଇନ ଅଫ୍ କଂଟ୍ରୋଲ) ଆରପଟେ ପାକିସ୍ଥାନର  ଲଞ୍ଚିଂ ପ୍ୟାଡରେ ପ୍ରାୟ ୫୦ ଆତଙ୍କବାଦୀ ଲୁଚି ରହିଛନ୍ତି। ଏହି ସମସ୍ତ ଆତଙ୍କବାଦୀ ଲଶ୍କର ଏବଂ ହିଜବୁଲ ଗୋଷ୍ଠୀର, ଯେଉଁମାନେ କେଲ, ତେଜିଆନ ଏବଂ ସର୍ଦ୍ଦାର ଲଞ୍ଚ ପ୍ୟାଡରେ ଜମା ହୋଇଛନ୍ତି ଓ ଭାରତ ଭିତରକୁ ପଶିବାକୁ ସୁଯୋଗ ଅପେକ୍ଷାରେ ରହିଛନ୍ତି ।

ବାସ୍ତବରେ ପାକିସ୍ତାନୀ ସେନା କାଶ୍ମୀରରେ ଆତଙ୍କବାଦୀଙ୍କୁ ପ୍ରବେଶ ଷଡଯନ୍ତ୍ରରେ ଲିପ୍ତ ରହିଛି। ଏହି କାରଣରୁ ଆତଙ୍କବାଦୀଙ୍କ ଏକ ବଡ଼ ଦଳ ମାସିଲ ସେକ୍ଟର ମାଧ୍ୟମରେ କାଶ୍ମୀରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଠାରେ ସତର୍କ ଥିବା ସେନା ଏବଂ ବିଏସଏଫ ଯବାନମାନେ ସେମାନଙ୍କ  ଷଡଯନ୍ତ୍ରକୁ ପଣ୍ଡ କରି ଦେଇଥିଲେ । ସେନାର ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ । ଅନ୍ୟପକ୍ଷରେ ଜଣେ ଭାରତୀୟ ସେନା ମଧ୍ୟ ଏଥିରେ ସହିଦ ହୋଇଥିଲେ ।

- Advertisement -

ଏହାପୂର୍ବରୁ ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିଆ କହିଛନ୍ତି ଯେ ନଭେମ୍ବର ୮ତାରିଖ ରାତି ପ୍ରାୟ ଗୋଟାଏ ସମୟରେ ଲୋସିରେ ଥିବା ମାସିଲ ସେକ୍ଟର (ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର) ନିକଟରେ ଏକ ପାଟ୍ରୋଲିଂ ଦଳ କିଛି ଅଜ୍ଞାତ ବ୍ୟକ୍ତି  ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ | ଏହା ଦେଖି ସେଠାରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ସେବେଠାରୁ ସେକ୍ଟରରେ ସର୍ଚ୍ଚ ଅପରେସନ ଜୋରଦାର ହୋଇଛି ଏବଂ ଆତଙ୍କବାଦୀଙ୍କ କମ୍ବିଂ ଅପରେସନ ଚାଲୁ ରହିଛି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories