www.samajalive.in
Saturday, December 13, 2025
26.1 C
Bhubaneswar

ଯାତନା ଦେଉଛି ସ୍ମାର୍ଟସିଟି : ରାଜମହଲରୁ ବମିଖାଲ ୭୦ ଖାଲ

ଉତ୍ତରଭୁବନେଶ୍ୱର: ସ୍ମାର୍ଟ ସିଟି ଏବେ ଯନ୍ତ୍ରଣା ଦେଉଛି। ରାସ୍ତାଘାଟ ସବୁ ଯେମିତି ବାଟ ହୁଡିଥିବା ବେଳେ ରାସ୍ତାଘାଟ ସବୁଠି ଖାଲଖମା ମୁଣ୍ଡ ଟେକିଛି। କେବଳ ଆଳ ଦେଖାଇ ସମ୍ପୃକ୍ତ ବିଭାଗ ଏବଂ ପ୍ରଶାସନ ଏଡାଇ ଯାଉଥିବା ବେଳେ ଏ ଦିଗରେ କେହି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି। କହିବାକୁ ଗଲେ ବାଣୀବିହାରରୁ ରାଜମହଲ ଯାଇଥିବା ଜନପଥ ଏବଂ ରାଜମହଲରୁ ବମିଖାଲ ରାସ୍ତା ମଝିରେ ୭୦ ଖାଲ। ଗାଡିମୋଟର ଖାଲରେ ପଡି ଦୁର୍ଘଟଣାଗ୍ରସ୍ତ ହେଉଥିବା ବେଳେ ଲୋକେ ଖଣ୍ଡିଆ ଖାବରା ହେଉଛନ୍ତି।

ଏମିତି ଅଭିଯୋଗକୁ ନେଇ ଶନିବାର ‘ସମାଜ’ ପକ୍ଷରୁ ବିଭିନ୍ନ ସ୍ଥାନରେ ଅନୁଧ୍ୟାନ କରାଯାଇଥିଲା। ଭିଏସ୍ଏସ୍ ନଗର ବଜାର ମୁଖ୍ୟ ଛକରେ ଦୁଇଟି ସ୍ୱେରେଜ ବୃହତ ଖାଲ ମାସତଳେ ଖୋଳା ଯାଇଥିଲେ ମଧ୍ୟ କାମ ହେବାର ନାଁ ଗନ୍ଧ ନାହିଁ ବୋଲି ସ୍ଥାନୀୟ ବ୍ୟବସାୟୀ କହିଛନ୍ତି। ସେହିପରି ବଜାର ଛକରୁ ପ୍ରଭୁଜୀ ସ୍କୁଲ ପର୍ଯ୍ୟନ୍ତ ଡାହାଣ ପାର୍ଶ୍ବ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଜାରି ରହିଥିବା ବେଳେ ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି। ରୂପାଲି ଛକ ଉପରେ ଦୀର୍ଘ ଦିନ ହେଲା ଖାଲଯୋଗୁ ପ୍ରତ୍ୟେକ ଗାଡି ସେହି ସ୍ଥାନରେ ଝୁଣ୍ଟୁଛି। ଶ୍ରୀୟା ଟକିଜ୍ ଛକ ପାଖରେ ଖାଲ ଥିଲେବି କେହି ଦୃଷ୍ଟି ଦେଉନାହାନ୍ତି।

- Advertisement -

ମାଷ୍ଟରକ୍ୟାଣ୍ଟିନ ଛକ ଖାଲ ଅଧା ପିଚୁ ପଡିଛି ଅଧା ଛଡା ଯାଇଛି। ରାଜମହଲ ଛକ ଉପରେ ବୃହତ ଖାଲ ଲୋକଙ୍କୁ ଅଡୁଆରେ ପକାଉଛି। କଳ୍ପନା ଛକ ବସଷ୍ଟପ ପାଖରେ ରାସ୍ତା ଉପରେ ଖାଲ ମରାମତି ହେଉନାହିଁ। ଝାରପଡା ଜେଲ୍ ରୋଡ ମଝିରେ ବଡ ଖାଲ ସମସ୍ତଙ୍କୁ ଅଡୁଆରେ ପକାଉଛି। ବମିଖାଲ ନିକଟ କଟକ ରୋଡର ୧୦ଟି ସ୍ଥାନରେ କେବୁଲ୍ ଖାଲ ରହିଥିବା ବେଳେ ଗାଡିମୋଟର ଖାଲରେ ପଡି ଭାଙ୍ଗୁଥିବା ସ୍ଥାନୀୟ ବ୍ୟବସାୟୀ କହିଛନ୍ତି। ଲୋକଙ୍କ କହିବା ଅନୁସାରେ ଏ ଦିଗରେ ପୂର୍ତ୍ତ ବିଭାଗ କିମ୍ବା ବିଏମସି ଥରେ ହେଲେ ଦୃଷ୍ଟି ଦେଉ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories