www.samajalive.in
Sunday, December 14, 2025
23.1 C
Bhubaneswar

ଅନ୍ଧକାରରେ ଚାଲିଛି ଏଟିଏମ୍ ସେବା

ଚୁଡାପାଲି : ବଲାଙ୍ଗିର ସଦର ବ୍ଲକର ଚୁଡାପାଲି ବସଷ୍ଟାଣ୍ଡରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ୍ କାଉଣ୍ଟର ଅବ୍ୟବସ୍ଥିତ ହୋଇ ପଡି ରହିଛି। କାଉଣ୍ଟରରେ ଲାଗିଥିବା  ଦୁଇଟି ମେସିନରୁ ଗୋଟିଏ ପ୍ରାୟତଃ ଚାଲୁ ନଥିବାର ଅଭିଯୋଗ ଆସୁଛି। ଆହୁରି ମଧ୍ୟ ଦୀର୍ଘ ଦେଢ ମାସ ହେବ କାଉଣ୍ଟରରେ ବିଜୁଳି ଆଲୁଅ ବନ୍ଦ ହୋଇଯାଇଛି। ସଂନ୍ଧ୍ୟା ପରଠୁ ପୂରା ଅନ୍ଧାରରେ ଏଟିଏମ ସେବା ଚାଲିଛି। ଏଟିଏମକୁ ଆସୁଥିବା ଗ୍ରାହକ ହଇରାଣରେ ପଡୁଛନ୍ତି। ଲାଇଟ୍ ଜଳୁ ନଥିବା ଯୋଗୁଁ ଲୋକେ ନିଜ ନିଜର ମୋବାଇଲର ଟର୍ଚ୍ଚରେ ଏଟିଏମର କି ବୋର୍ଡ ପରି·ଳନା କରୁଥିବାର ଦେଖା ଯାଉଛି। ଆଖପାଖ ୫ଟି ପଞ୍ଚାୟତ ସହ ବହୁ ଲୋକେ ଏହି ଏଟିଏମ୍  ଉପରେ ନିର୍ଭର କରୁଥିବା ବେଳେ ଉପଭୋକ୍ତାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସଂପର୍କରେ ସ୍ଥାନୀୟ ଲୋକେ ଶାଖା ପରିଚାଳକଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ବି କୌଣସି ପରିବର୍ତ୍ତନ ନାହିଁ। ଏଣୁ ଯଥା ଶୀଘ୍ର ଏସ୍‌ବିଆଇ ଏଟିଏମ୍ କାଉଣ୍ଟରର ଭିତ୍ତିଭୂମି ବିକାଶ ସହ ଏହାକୁ ବ୍ୟବହାର ଉପଯୋଗୀ କରିବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories