www.samajalive.in
Thursday, December 11, 2025
18.1 C
Bhubaneswar

କନ୍ଧମାଳ: ପୁଣି ୧୫୫ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍‍ ଓ ଅବକାରୀ ବିଭାଗ

ଫୁଲବାଣୀ: କନ୍ଧମାଳ ଜିଲାରେ ଗତ ୨ଦିନରେ ୨ଟି ଅଞ୍ଚଳର ୨୮୦ ଏକର ଜମିରୁ ୨ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଥିବା ବେଳେ ଆଜି ପୁଣିଥରେ ସଦରଥାନା ଅନ୍ତର୍ଗତ ଦୁଡ଼ୁକି ପଂଚାୟତର କାଡ଼୍ରାପଡ଼ା, ସାଇପଦର ଓ ବପତିଙ୍ଗିଆ ଆଦି ଗ୍ରାମର ସଂରକ୍ଷିତ ଜଙ୍ଗଲମାନଙ୍କରେ ବେଆଇନ ଭାବେ ଲାଗିଥିବା ପ୍ରାୟ ୧୫୫ ଏକର ଜମିରୁ ପୁଲିସ୍‍ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ଗଞ୍ଜେଇ ଗଛ କାଟିବା ସହିତ ସେଠାରେ ନଷ୍ଟ କରିଦେଇଥିବ ନେଇ ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ସେଠୀ ସୂଚନା ଦେଇଛନ୍ତି। ଏହି ମାମଲାରେ ପୁଲିସ୍‍ କେସ ନଂ ୧୦୭/୨୦ରେ ଏକ ମାମଲା ରୁଜୁ କରିଛି। ଅତିରିକ୍ତ ଜିଲାପାଳ ଜୁଗଳ କିଶୋର ମିଶ୍ରଙ୍କ ଉପସ୍ଥିତିରେ ଅବକାରୀ ସହ ନିରୀକ୍ଷକ ଟି.ଓରାମ୍‍, ୨ ପ୍ଳାଟୁନ୍‍ ପୁଲିସ୍‍, ୫୦ଜଣ ଶ୍ରମିକ ସହିତ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇଥିଲେ।

ପ୍ରକାଶ ଯେ, ଶୁକ୍ରବାର ଗୋଛାପଡ଼ା ଥାନା ଅନ୍ତର୍ଗତ ପଲାବୃଡ଼ି ପଂଚାୟତର ସାଇତିଙ୍ଗିଆ, କଲିଗୁଡ଼ା ଆଦି ଅଞ୍ଚଳର ୧୬୦ ଏକର ଜମିରୁ ୧ କୋଟି ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଥିବା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ ସୂଚନା ଦେଇଥିବା ବେଳେ ଗୁରୁବାର ଭୃଙ୍ଗିଯୋଡ଼ି ପଂଚାୟତ ଅନ୍ତର୍ଗତ କଟିମାହା, ସୁରାଲେଇ ଆଦି ୪ଟି ଗ୍ରାମରେ ବେଆଇନ ଭାବେ ଲାଗିଥିବା ପ୍ରାୟ ୧୪୦ ଏକର ଜମିରୁ ୧ କୋଟି ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories