www.samajalive.in
Sunday, December 14, 2025
23.1 C
Bhubaneswar

ବାର ଅନୁଯାୟୀ ଦାନର ମହତ୍ତ୍ୱ

ଭିନ୍ନ ଭିନ୍ନ ଦ୍ରବ୍ୟ ଦାନ ଦେବା ଓ ଗ୍ରହଣ କରିବା ଏହା ସର୍ବଦା ଦେଖିବାକୁ ମିଳିଥାଏ। ମାତ୍ର ଏହା ଉପରେ କେତେକ ନିୟମ ରହିଛି। ଏପରି ବହୁ ଦ୍ରବ୍ୟ ଅଛି ଯାହାକୁ ବାର ଅନୁଯାୟୀ ଗ୍ରହଣ କରିବା ଉଚିତ ନୁହେଁ। ଏହା ଦ୍ୱାରା ଆମର ବହୁ କ୍ଷତି ଘଟିଥାଏ। ଜାଣନ୍ତୁ ଏହା ବିଷୟରେ
ସୋମବାର –
ଏହି ବାରରେ କାହାଠାରୁ କ୍ଷୀର ଆଣନ୍ତୁ ନାହିଁ କିମ୍ବା କେହି ଦେଲେ ମଧ୍ୟ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଭାଗ୍ୟରେ ଥିବା ଭଲ ସମୟ କ୍ଷୟ ହୋଇ ଦୁର୍ଭାଗ୍ୟ ଆସିଥାଏ।
ମଙ୍ଗଳବାର –
ଏହି ଦିନ କାହାଠାରୁ ମିଠା  ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ କର୍ମ କ୍ଷେତ୍ରରେ କୁପ୍ରଭାବ ପଡ଼ିଥାଏ।
ବୁଧବାର –
ଏହି ବାରରେ ଅଣ୍ଡା ଓ ସବୁଜ ପନିପରିବା କେହି ଦେଲେ ଆଣନ୍ତୁ ନାହିଁ। ଏହା ଦ୍ୱାରା ଗୃହରେ ଅଶାନ୍ତି ଲାଗିରହେ।
ଗୁରୁବାର –
ଏହି ବାରରେ କାହା ଠାରୁ କୌଣସି ହଳଦିଆ ଦ୍ରବ୍ୟ ଦାନ ଭାବେ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଧନ ହାନି ହେବା ସହ ଶରୀର ଅସୁସ୍ଥ ହୋଇଥାଏ।
ଶୁକ୍ରବାର –
ଏହି ବାରରେ କାହା ଠାରୁ ସେଣ୍ଟ୍‍, ରୁମାଲ୍‍ ଓ ଫୁଲ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କୁ ଅଶୁଭ ଫଳ ମିଳିଥାଏ।
ଶନିବାର –
ଏହି ବାରରେ କାହା ଠାରୁ ଲୁହା ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ପରିବାରରେ ସଭିଁଙ୍କ ଶରୀର ଅସୁସ୍ଥ ରହିଥାଏ।
ରବିବାର –
ଏହି ବାରରେ କାହାଠାରୁ ଅଟା, ସୁଜି ଆଦିରେ ପ୍ରସ୍ତତ ଖାଦ୍ୟ ଓ ତମ୍ବାରେ ତିଆରି ବସ୍ତୁ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ପରିବାରରେ ଅଶାନ୍ତି ଲାଗି ରହିବା ସହ ଧନ ହାନି ହୋଇଥାଏ।
ଏହି ସବୁ ଦ୍ରବ୍ୟ ବ୍ୟତୀତ ଯଦି କେହି ଧଳା ରଙ୍ଗର ମିଠା ଦିଏ, ତେବେ ସେଥିରୁ କିଛି ପ୍ରଥମେ ବାହାରେ ପକାନ୍ତୁ। ଏହା ପରେ ଗ୍ରହଣ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଉପରେ ଏହାର କୁପ୍ରଭାବ ପଡ଼ି ନଥାଏ।
ଲେମ୍ବୁ –
କାହାଠାରୁ ଲେମ୍ବୁ ମଧ୍ୟ ଉଦ୍ଧାର ନେବା ଉଚିତ ନୁହେଁ ,ଏହା ଦ୍ୱାରା ପରିବାର ଓ ସଂପର୍କୀୟଙ୍କ ମଧ୍ୟରେ ସଂପର୍କରେ ତିକ୍ତତା ଆସିଥାଏ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories