www.samajalive.in
Saturday, December 13, 2025
14.1 C
Bhubaneswar

ଆମେରିକା ନିର୍ବାଚନରେ ଅନ୍ୟ ଜଣେ ଜୋ’

ୱାଶିଂଟନ୍ : ଡେମୋକ୍ରାଟ୍‌ ଜୋ ବିଡେନ୍‌ଙ୍କ ହ୍ବାଇଟ୍‌ ହାଉସ୍‌ ପ୍ରବେଶ ପାଇଁ ପଥ ପରିଷ୍କାର ହେଉଥିବାବେଳେ ଆଉ ଜଣେ ଜୋ’ଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୁଖ୍ୟତଃ ଦୁଇ ପ୍ରତିଦ୍ବନ୍ଦ୍ବୀ ବିଡେନ୍‌ ଓ ଡୋନାଲ୍ଡ ଟ୍ରମ୍ପ ପ୍ରମୁଖ ଭାଗରେ ଥିଲେ ମଧ୍ୟ ତୃତୀୟ ପ୍ରାର୍ଥୀଙ୍କ ସର୍ମ୍ପରେ ପ୍ରାୟତଃ ଚର୍ଚ୍ଚା ହେଉ ନାହିଁ। ନିର୍ବାଚନ ଫଳାଫଳରେ ତୃତୀୟ ସ୍ଥାନରେ ରହିଛନ୍ତି ଏହି ଅନ୍ୟତମ ଜୋ। ଦୌଡ଼ରେ ବହୁ ପଛରେ ପଡ଼ିଥିବାରୁ ତାଙ୍କର ଗୁରୁତ୍ବ ଉପଲବ୍ଧି ହୋଇ ନାହିଁ; କିନ୍ତୁ ଚଳିତ ନିର୍ବାଚନର ଫଳାଫଳ ନିର୍ଣ୍ଣୟରେ ଜୋ’ଙ୍କର ବଡ଼ ଭୂମିକା ରହିଥିବା କୁହାଯାଉଛି। ଜୋ’ଙ୍କ ପୁରା ନାମ ହେଉଛି ଜୋ ଜର୍ଗନ୍‌ସନ୍‌। ଲିବରଟେରିଆନ୍‌ ପାର୍ଟିର ପ୍ରାର୍ଥୀ ଥିଲେ ୬୩ ବର୍ଷୀୟା ଜୋ। ଲିବରଟେରିଆନ୍‌ ପାର୍ଟି ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଏବଂ ସେ ଜାତୀୟସ୍ତରରେ ୧.୨ ପ୍ରତିଶତ ଭୋଟ୍‌ ପାଇବାକୁ ସମର୍ଥ ହୋଇଛନ୍ତି।

ୱିସ୍‌କନ୍‌ସିନ୍‌ ପ୍ରଦେଶରେ ସେ ୩୮ହଜାର ଭୋଟ ପାଇବା ଦ୍ବାରା ବିଡେନ୍‌ ଓ ଟ୍ରମ୍ପଙ୍କ ଭୋଟ ବ୍ୟବଧାନ ନଗଣ୍ୟ ଥିଲା। ଏଥିସହିତ ପାର୍ଟି ଏହାର ୪୯ ବର୍ଷ ଇତିହାସରେ ସେ ଦ୍ବିତୀୟ ସର୍ବାଧିକ ଭୋଟ ପାଇଛନ୍ତି ଏବଂ ପ୍ରଥମ ଥର ପାଇଁ ପ୍ରମୁଖ ଯୁଦ୍ଧ କ୍ଷେତ୍ର ଭାବେ ପରିଚିତ ରାଜ୍ୟଗୁଡ଼ିକରେ ଉଭୟ ଡେମୋକ୍ରାଟିକ୍‌ ଓ ରିପବ୍ଲିକାନ୍‌ ଦଳର ବହୁ ଭୋଟ୍‌ ତାଙ୍କ ଥାଳକୁ ଯିବାରୁ ସେ ନିର୍ଣ୍ଣାୟକ ଭୂମିକା ରାଜନୀତି ବିଶାରଦମାନେ ମତ ଦିଅନ୍ତି। ନିର୍ବାଚନରେ ସେ ନିଜର ସାଥୀ (ଉପରାଷ୍ଟ୍ରପତି ପ୍ରାର୍ଥୀ) ଭାବେ ଶିଳ୍ପପତି ଜେରୋମି ‘ସ୍ପାଇକ’ କୋହେନ୍‌ଙ୍କୁ ବାଛିଥିଲେ। ଉଭୟଙ୍କ ନାମ ୱାଶିଂଟନ୍‌ ଡିସି ସହିତ ସମସ୍ତ ୫୦ଟି ରାଜ୍ୟର ବାଲାଟରେ ସ୍ଥାନ ପାଇଥିଲା। ୨୦୧୬ ନିର୍ବାଚନରେ ତାଙ୍କ ଦଳର ପ୍ରାର୍ଥୀ ଗ୍ୟାରୀ ଜନସନ୍‌ ଦଳୀୟ ଇତିହାସରେ ସର୍ବାଧିକ ୩.୩ ପ୍ରତିଶତ ଭୋଟ ପାଇଥିଲେ।

- Advertisement -

ଜୋ ଜର୍ଗନସନ୍‌ ହେଉଛନ୍ତି ଜଣେ ମନସ୍ତତ୍ତ୍ବବିତ୍‌। ସେ ଦକ୍ଷିଣ କାରୋଲିନା ଅନ୍ତର୍ଗତ କ୍ଲେମସନ୍‌ ବିଶ୍ବବିଦ୍ୟାଳୟରେ ଏହି ବିଷୟର ପ୍ରାଧ୍ୟାପିକା ଅଛନ୍ତି। ରାଜନୀତିରେ ଜୋ ନୂଆ ନୁହନ୍ତି। ୧୯୯୨ରେ ସେ ଦକ୍ଷିଣ କରୋଲିନାରୁ ଆମେରିକା କଂଗ୍ରେସ ପାଇଁ ଲିବରଟେରିଆନ୍‌ ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ। ସେଥିରେ ତାଙ୍କୁ ୨.୨ ପ୍ରତିଶତ ଭୋଟ ମିଳିଥିଲା। ୧୯୯୬ରେ ସେ ନିଜ ଦଳରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ। ସେତେବେଳେ ଲିବରଟେରିଆନ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ହ୍ୟାରୀ ବ୍ରାଉନ୍‌। ଚଳିତ ନିର୍ବାଚନରେ ସେ ‘ଆଇ ଆମ୍‌ ୱିଥ୍‌ ହର୍‌’ ସ୍ଲୋଗାନ୍‌ ଦେଇ ସାମାଜିକ ଗଣମାଧ୍ୟମରେ ଛାଇ ଯାଇଥିଲେ। ୨୦୧୬ରେ ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ ଏହି ସ୍ଲୋଗାନ୍‌ ଦେଇଥିଲେ।

ଜୋ ଆମେରିକା ରାଜନୀତିରେ ପ୍ରଚଳିତ ଦୁଇ ଦଳୀୟ ବ୍ୟବସ୍ଥାର ଘୋର ବିରୋଧୀ ଭାବେ ପରିଚିତ। ସୂଚନାଯୋଗ୍ୟ ଯେ ଲିବରଟେରିଆନ୍‌ ପାର୍ଟି ୧୯୭୧ରେ ପ୍ରତିଷ୍ଠା ହୋଇଥିଲା। ସମୟକ୍ରମେ ଏହା ଆମେରିକାର ତୃତୀୟ ସର୍ବବୃହତ୍‌ ରାଜନୈତିକ ଦଳରେ ପରିଣତ ହୋଇଛି; ମାତ୍ର ୧୯୭୨ ନିର୍ବାଚନଠାରୁ ଅଦ୍ୟାବଧି ଏହି ଦଳ କୌଣସି ନିର୍ବାଚନରେ ୪ ପ୍ରତିଶତରୁ ଅଧିକ ପପୁଲାର (ଲୋକପ୍ରିୟ) ଭୋଟ୍‌ ପାଇ ନାହିଁ। ଚଳିତ ନିର୍ବାଚନରେ ଏହି ଦଳର ଦୁଇ ଜଣ ପ୍ରାର୍ଥୀ ସ୍ଥାନୀୟ ବ୍ୟବସ୍ଥାପକ ସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୨ରେ ଏହି ସଫଳତା ମାତ୍ର ଜଣେ ପାଇଥିଲେ।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories