www.samajalive.in
Friday, December 12, 2025
16.1 C
Bhubaneswar

ବରିଷ୍ଠ ବିଜେପି ସଂଗଠକ ବିପ୍ର ପ୍ରଧାନଙ୍କ ବିୟୋଗ, ସମଗ୍ର ଜିଲାରେ ଶୋକର ଛାୟା

କ.ନୂଆଗାଁ/ଫୁଲବାଣୀ/ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ବରିଷ୍ଠ ବିଜେପି ସଂଗଠକ ତଥା ବିଶିଷ୍ଠ ଆଦିବାସୀ ନେତା ବିପ୍ର ଚରଣ ପ୍ରଧାନ(୪୮)ଙ୍କ ଅକାଳ ବିୟୋଗରେ ସମଗ୍ର ଜିଲାରେ ଶୋକରଛାୟା ଖେଳି ଯାଇଛି। ସ୍ୱର୍ଗତ ବିପ୍ର ବିଜେପିର ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସହିତ ବନବାସୀ କଲ୍ୟାଣୀ ଆଶ୍ରମର ମଧ୍ୟ ଦାୟିତ୍ୱ ତୁଲାଉଥିଲେ। ଜଣେ ଆଦିବାସୀ ନେତା ଭାବେ ଜିଲ୍ଲା ତଥା ଜିଲ୍ଲା ବାହାରେ ବେଶ ପରିଚିତ ଥିଲେ। ସେ କ.ନୁଆଗାଁ ବ୍ଲକର ସିର୍ତ୍ତିଗୁନା ପଂଚାୟତର ପୁର୍ବତନ ସମିତି ସଭ୍ୟ ଥିଲେ। ତାଙ୍କର ନିଜ ଘର କ.ନୁଆଗାଁ ବ୍ଲକ ଅନ୍ତର୍ଗତ ଗୁଞ୍ଜିଗ୍ରାମରେ। ଯୁବ ବୟସରୁ ସେ ଗ୍ରାମର ମୁଖିଆ ଭାବେ ଦାୟିତ୍ୱ ତୁଲାଉଥିଲେ। ର ଗୁଜିଗାଁରେ ତାଙ୍କର ଘର। ସେ ତାଙ୍କ ବାସଭବନରେ ହଠାତ୍‍ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଖାଲି ବିଜେପି ନୁହଁ ସାରା ଜିଲ୍ଲାରେ ସବୁ ସଂଗଠନ ତଥା ଅଂଚଳବାସୀଙ୍କ ମଧ୍ୟରେ ଶୋକରଛାୟା ଖେଳିଯାଇଥିଲା। ଜଣେ ପରୋପକାରୀ ଓ ମେଳାପି ନେତା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହି ଖବର ପାଇଁ ତାଙ୍କର ଶେଷ ଦର୍ଶନ ପାଇଁ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଜିଲ୍ଲା ଯୁବ ମୋର୍ଚ୍ଚ ସଭାପତି ରଂଜିତ ସାହୁ, ସୁରେନ୍ଦ୍ର ପାତ୍ର, କ୍ଷମା ସାଗର ପ୍ରଧାନ, ବାଲିଗୁଡ଼ା ମଣ୍ଡଳ ସଭାପତି ଦିବାକର ସାହୁ, ନଗର ଯୁବମୋର୍ଚ୍ଚା ସଭାପତି ସିଭାସିଷ ମିଶ୍ର, ନଗର ସାଧାରଣ ସଂପାଦକ ଆଦିକନ୍ଦ ପଟନାୟକ, ରମାନନ୍ଦ ଘଡ଼େଇ, ମନୋଜ କୁମାର ରଥ, ରମଣ ପ୍ରଧାନ, କ.ନୂଆଗାଁ ବିଜେପି ମଣ୍ଡଳ ସଭାପତି ଲମ୍ବୁରା ପ୍ରଧାନ, ଜିଲା ପରିଷଦ ସଭ୍ୟା ବିମଳା ଦିଗାଲ, ବେଣୁଧର ପଟନାୟକ, ବରିଷ୍ଠ ସମାଜସେବୀ ସରୋଜକାନ୍ତ ପଟନାୟକ, ବିଜୟ କୁମାର ସାହୁ, ପୂର୍ବତନ ସରପଂଚ ସୁଦାମ ନାୟକ, ସାମ୍ବାଦିକ, ବହୁ ଆଦିବାସୀ ନେତା ଓ ଅନ୍ୟମାନେ ପହଞ୍ଚିଥିଲେ। ବିଜେପିର ସବୁ ପଦାଧୀକାରୀ ସମେତ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପଂଚାୟତର ବିଜେପି କର୍ମୀମାନେ ପହଞ୍ଚି ଶେଷ ଦର୍ଶନ କରିଥିବା ବେଳେ ନିଜ ଗ୍ରାମର ଶ୍ମଶାନରେ ଶେଷକୃତ ସମ୍ପର୍ନ୍ନ କରିଥିଲେ। ଏନେଇ ଆଜି ବାଲିଗୁଡ଼ାରେ ବିଜେପି ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲା ସଭାପତି ଜଗନ୍ନାଥ ସାହୁଙ୍କ ସମେତ ବହୁ ବ୍ୟକ୍ତି ବିଶେଷମାନେ ଉପସ୍ଥିତ ରହି ଆତ୍ମାର ସଦଗତି କାମନା କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories