www.samajalive.in
Wednesday, December 10, 2025
17.1 C
Bhubaneswar

ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ, ଜିଲା ଖଣିଜ ପ୍ରତିଷ୍ଠାନ ବହନ କରିବ ନାମଲେଖା ଓ ହଷ୍ଟେଲ ଖର୍ଚ

ସୁନ୍ଦରଗଡ଼: କୋଭିଡ୍ ମହାମାରୀ ପାଇଁ ପ୍ରବାସରୁ ଫେରି ଆସିଥିବା ବ୍ୟକ୍ତି ତଥା ଜିଲ୍ଲାର ବେକାର ଯୁବକ ଯୁବତୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀରସ୍ଥିତ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଂଟରେ ଜିଲ୍ଲାର ୧୭ ଜଣ ଯୁବକ ଯୁବତୀ ବିଭିନ୍ନ ବିଭାଗରେ ନାମ ଲେଖାଇଛନ୍ତି। ସେମାନଙ୍କର ନାମ ଲେଖା ଏବଂ ହଷ୍ଟେଲ ବାବଦ ସମସ୍ତ ଦେୟ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିରୁ ପ୍ରଦାନ କରାଯିବ।

ଜିଲ୍ଲାର ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିକଟରେ ଏହି କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା। ଏଥିପାଇଁ ପ୍ରଶାସନ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସଂପୃକ୍ତ ଶିକ୍ଷାନୁଷ୍ଠାନ ସହ ଅକ୍ଟୋବର ୭ ତାରିଖରେ ଏମଓୟୁ ସ୍ୱାକ୍ଷର କରିଥିଲା।

- Advertisement -

ରାଜ୍ୟର ଏହି ଅଗ୍ରଣୀ ହୋଟେଲ ମ୍ୟାନେଜମେଂଟ୍ ଶିକ୍ଷାନୁଷ୍ଠାନରେ ଡିଗ୍ରୀ, ଡିପ୍ଲୋମା ଏବଂ ସାର୍ଟିଫିକେଟ ପାଠ୍ୟକ୍ରମ ରହିଛି। ସେଠାରେ ସୁନ୍ଦରଗଡ଼ ଜିଲ୍ଲାର ଯୁବକ ଯୁବତୀମାନଙ୍କ ପାଇଁ ମାଗଣାରେ ଶିକ୍ଷା ଓ ତାଲିମ ନେବାର ସୁଯୋଗ ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟରେ ଡିଗ୍ରୀରେ ୪ ଜଣ, ଡିପ୍ଲୋମାରେ ୧୧ ଜଣ ଏବଂ ସାର୍ଟିଫିକେଟ କୋର୍ସରେ ୨ ଜଣ ନାମ ଲେଖାଇଛନ୍ତି। ସେମାନଙ୍କ ନାମଲେଖା ଏବଂ ହଷ୍ଟେଲ ବାବଦ ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବ। ସେହିପରି ପ୍ରତ୍ୟେକଙ୍କୁ ବାର୍ଷିକ ଅତିରିକ୍ତ ୫ ହଜାର ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରାଯିବ।

ଡିପ୍ଲୋମା ଏବଂ ସାର୍ଟିଫିକେଟ ପାଠ୍ୟକ୍ରମରେ ନାମଲେଖାର ଶେଷ ତାରିଖ ନଭେମ୍ବର ୩୦:

ଚଳିତ ବର୍ଷ ଡିଗ୍ରୀ ପାଠ୍ୟକ୍ରମ ପାଇଁ ନାମଲେଖା ଶେଷ ହୋଇଥିବା ବେଳେ ଡିପ୍ଲୋମା ଏବଂ ସାର୍ଟିଫିକେଟ କୋର୍ସ ପାଇଁ ନାମ ଲେଖାର ଶେଷ ତାରିଖ ନଭେମ୍ବର ୩୦ ରହିଛି। ତେଣୁ ଡିପ୍ଲୋମା ପାଇଁ ଯୁକ୍ତ ୨ ପାସ୍ କରିଥିବା ଏବଂ ସାର୍ଟିଫିକେଟ ପାଠ୍ୟକ୍ରମ ପାଇଁ ମାଟ୍ରିକ ପାସ୍ କରିଥିବା ଜିଲ୍ଲାର ଆଗ୍ରହୀ ପ୍ରବାସୀ ତଥା ବେକାର ଯୁବକ ଯୁବତୀମାନେ ନିଜ ବ୍ଲକ ଅଫିସ୍ କିମ୍ବା ସୁନ୍ଦରଗଡ଼ସ୍ଥିତ ଡିଏମଏଫ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ। ଡିପ୍ଲୋମା ଏବଂ ସାର୍ଟିଫିକେଟ ଉଭୟ ପାଠ୍ୟକ୍ରମ ପାଇଁ ସାଧାରଣ ବର୍ଗ ଲାଗି ବୟସ ସୀମା ୨୫ ରହିଥିବା ବେଳେ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୨୮ ରହିଛି।

ଆଗ୍ରହୀ ବ୍ୟକ୍ତିମାନେ ଏ ବାବଦରେ ଅଧିକ ସୂଚନା ପାଇଁ ଜିଲ୍ଲା ହେଲ୍ପଲାଇନ ନମ୍ବର ୦୧୧ – ୪୧୧୮୨୧୩୮ କିମ୍ବା ୧୮୦୦ ୩୪୫ ୭୪୬୧ରେ ମଧ୍ୟ ଯୋଗାଯୋଗ କରିପାରିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories