www.samajalive.in
Saturday, December 13, 2025
26.1 C
Bhubaneswar

ଆନ୍ଧ୍ର ଡରାଇଲା : ରାଜ୍ୟରେ ଖୋଲିବନି ନବମରୁ ଦ୍ବାଦଶ ବିଦ୍ୟାଳୟ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଚଳିତ ମାସ ତୃତୀୟ ସପ୍ତାହରୁ ନବମରୁ ଦ୍ବାଦଶ ଛାତ୍ରଛାତ୍ରୀଙ୍କର ଶ୍ରେଣୀ ଶିକ୍ଷାଦାନ ଆରମ୍ଭ କରିବାକୁ ଗତକାଲି ଘୋଷଣା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ମଧ୍ୟ କହିଥିଲେ। ତେବେ ଆନ୍ଧ୍ରପ୍ରଦେଶ ସମେତ କେତେକ ରାଜ୍ୟରେ ବିଦ୍ୟାଳୟ ଖୋଲିବା ପରେ ଶିକ୍ଷକ ଓ ଛାତ୍ରଛାତ୍ରୀ ବହୁମାତ୍ରାରେ ସଂକ୍ରମିତ ହେଉଥିବାରୁ ଏଥିନେଇ ରାଜ୍ୟ ସରକାର ଏବେ ଚିନ୍ତାରେ ପଡ଼ିଛନ୍ତି।

ମୁଖ୍ୟମନ୍ତ୍ରୀ ଗତକାଲି କରୋନା ସ୍ଥିତି ସମୀକ୍ଷା କରି ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ପାଇଁ ସତର୍କ ରହିବାକୁ ପରାମର୍ଶ ଦେବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ୯ମରୁ ଦ୍ବାଦଶ ଶ୍ରେଣୀ ଶିକ୍ଷାଦାନ ନିଷ୍ପତ୍ତିକୁ ଏବେ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ତେବେ ବିଭାଗ ପକ୍ଷରୁ ଏନେଇ ଏଯାବତ୍‌ ବିଧିବଦ୍ଧ ଘୋଷଣା କରାଯାଇନି। ଆସନ୍ତା ୨୧ ତାରିଖ ପରେ ନବମରୁ  ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ବିଦ୍ୟାଳୟ ଖୋଲିବାକୁ ବିଭାଗ ପକ୍ଷରୁ ଯୋଜନା ରହିଥିଲା। ରାଜ୍ୟରେ ବିଦ୍ୟାଳୟ ଖୋଲିବା ପରେ ଆନ୍ଧ୍ରରେ ଯେଭଳି ସଂକ୍ରମଣ ବଢୁଛି ସେଭଳି ସ୍ଥିତି ଦେଖାଦେବାର ଆଶଙ୍କା ଥିବାରୁ ବିଭାଗ ନିଷ୍ପତ୍ତି ବଦଳାଇଛି।

- Advertisement -

ସୂଚନାଯୋଗ୍ୟ ରାଜ୍ୟରେ ଚଳିତ ବର୍ଷ ମାର୍ଚ୍ଚରୁ ବିଦ୍ୟାଳୟ ବନ୍ଦ ଥିବାରୁ ଶ୍ରେଣୀଗୃହରେ ଶିକ୍ଷାଦାନ ବନ୍ଦ ରହିଛି। ଅନ୍‌ଲାଇନ୍‌ ପାଠପଢା ଚାଲିଥିଲେ ମଧ୍ୟ ଏହା ସବୁ ବିଦ୍ୟାର୍ଥୀଙ୍କ ନିକଟରେ ପହଞ୍ଚିପାରୁନି। ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ବିଦ୍ୟାଳୟ ଖୋଲିବା ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୧ରୁ ନବମରୁ ଦ୍ବାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଲାଗି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିବାବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଲାଗି ଶ୍ରେଣୀ ଶିକ୍ଷାଦାନ ଡିସେମ୍ବର ଶେଷ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଏକପ୍ରକାର ସ୍ଥିର କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories