www.samajalive.in
Tuesday, December 9, 2025
16.1 C
Bhubaneswar

ଏମ୍‌ଟେକ୍‌ ଛାତ୍ରଙ୍କ ଅଜବ ନିଶା : ଓଡ଼ିଶାର ବିଅର ଗ୍ରିଲ୍ସ !

ମାଲକାନଗିରି : ପ୍ରବେଶିକାରେ ଉତ୍ତୀର୍ଣ୍ଣ ହୋଇ ଏନଆଇଟି ଭୋପାଳରେ ଏମ୍ ଟେକ୍ ପାଠ ପଢିଲେ । ଚାକିରି ପଛରେ ନ ଧାଇଁ ଅନ୍ୟ ପାଇଁ କିଛି କରିବା ଆଶାରେ ପାଲଟିଗଲେ ପ୍ରକୃତି ପୁରୁଷ। ଡିସ୍କଭରି ଚାନେଲର ଲୋକପ୍ରିୟ ଶୋ’ର ବିଅର ଗ୍ରିଲ୍ସଙ୍କ କାମରେ ଅନୁପ୍ରେରିତ୍ ହୋଇ ବଣ ଜଙ୍ଗଲ, ପାହାଡ଼ରେ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ବଞ୍ଚି ରହିବାର ଜ୍ଞାନକୌଶଳ ଶିଖାଉଛନ୍ତି ମାଲକାନଗିରି ଜିଲା ଏମ୍ ଭି ୭୯ ଗ୍ରାମର ରାଜେଶ। କେବଳ ସେତିକି ନୁହେଁ, ରୋମାଞ୍ଚକର କାର୍ଯ୍ୟର ସୁଟିଂ ପରେ ନିଜ ଏପିସୋଡ ସବୁକୁ ୟୁ ଟ୍ୟୁବରେ ଅପଲୋଡ କରୁଛନ୍ତି।

ଚାକିରି କରିବେନି ବରଂ ନିଜ ରୁଚି ଅନୁସାରେ କାମ କରିବେ। ନିଜ ଜିଦ୍‌ରେ ଅଟଳ ଏକ ମାତ୍ର ପୁଅ ରାଜେଶଙ୍କ ଏହି ୱାଇଲ୍ଡ ଲାଇଫ ନିଶାକୁ ପ୍ରଥମେ ଗ୍ରହଣ କରିପାରି ନ ଥିଲେ ପିତାମାତା। ଅନେକ ବାରଣ ସତ୍ତ୍ବେ ରାଜେଶ ନ ଶୁଣିବାରୁ ଏବେ ସମର୍ଥନ ଜଣାଇ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ବାପା, ମା’। ଇଏ ହେଉଛି ମାଲକାନଗିରି ଜିଲା ଏମଭି ୭୯ ଗ୍ରାମର ରବୀନ୍ଦ୍ରନାଥ ମଣ୍ଡଲଙ୍କ ପରିବାର। ବାପା, ମା’ ଆଉ ଏକମାତ୍ର ପୁଅ ରାଜେଶ। ବାପା, ମା’ ଉଭୟ ପେଶାରେ ଶିକ୍ଷକ। ଏକମାତ୍ର ପୁଅକୁ ପାଠ ପଢାଇ ପୁଅର ୧୦ ଘଣ୍ଟା ଶାନ୍ତିପୂର୍ଣ୍ଣ ଚାକିରି ପାଇଁ ଲକ୍ଷ୍ୟ ରଖିଥିଲେ ବାପା, ମା’। ପୁଅର ସ୍ୱପ୍ନ କିନ୍ତୁ ଥିଲା ଭିନ୍ନ। ବି ଟେକ୍ ପାଠ ସାରି ହାଇଦରାବାଦରେ କୋଚିଂ ନେଇ ଗେଟ୍ (ଗ୍ରାଜୁଏଟ୍‌ ଆପ୍ଟିଚ୍ୟୁଡ ଟେଷ୍ଟ ଇନ୍‌ ଇଞ୍ଜିନିୟରିଂ) ପାଇବା ପରେ ଭୋପାଲ ଏନଆଇଟିରେ ଏମ୍‌ଟେକ୍‌ ପାଠ ସମ୍ପୂର୍ଣ୍ଣ କରିଥିଲେ ରାଜେଶ।

- Advertisement -

ଜାତୀୟସ୍ତରର ଏନ୍ଆଇଟି ପାଠ୍ୟକ୍ରମ ବେଳେ ବଡ଼ ବଡ଼ କମ୍ପାନୀରୁ ଚାକିରି ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। ବାପା, ମା’ ମଧ୍ୟ ବାରମ୍ବାର ରାଜେଶଙ୍କୁ ଚାକିରି ପାଇଁ ବାଧ୍ୟ କରୁଥିଲେ; କିନ୍ତୁ ରାଜେଶଙ୍କ ଆଭିମୁଖ୍ୟ ଥିଲା କିଛି ଅଲଗା। ଆନ୍ତର୍ଜାତୀୟ ଚାନେଲ୍ ଡିସ୍କଭରୀ ‘ମ୍ୟାନ ଭରଶେସ୍ ୱାଇଲ୍ଡ’ ସିରିଜର ବିଅର ଗ୍ରିଲ୍ସଙ୍କୁ ନିଜ ଆଦର୍ଶ କରିଥିଲେ ରାଜେଶ। କାରଣ ସେ ଚାହୁଁଥିଲେ ଗ୍ରିଲ୍ସଙ୍କ ପରି ଓଡ଼ିଶାର ୱାଇଲ୍ଡ ଲାଇଫ୍ ସର୍‌ଭାଇବର ହେବା ପାଇଁ। ଏହା ସହ ବେକାର ବସିଥିବା ରାଜେଶ୍ ତାଙ୍କ ପିଲା ବେଳର ସାଙ୍ଗଙ୍କୁ ରୋଜଗାରକ୍ଷମ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ପ୍ରଥମେ ବାପା, ମା’ଙ୍କ ବାରଣ ସତ୍ତ୍ବେ ୨୦୦୦ ଫୁଟ୍ ପାହାଡ଼ ଚଢି ତିନି ଦିନ ଆଉ ରାତି କାଟିଥିଲେ ରାଜେଶ୍।

ପରେ ପରେ ବାପା, ମା’ ମଧ୍ୟ ତାଙ୍କ ଏହି ସାହାସକୁ ଦେଖି ସମର୍ଥନ ଜଣାଇଥିଲେ। ଜଙ୍ଗଲରେ ହଜିଗଲେ କିପରି ସୁରକ୍ଷିତ ଭାବେ ବଞ୍ଚି ଫେରିବେ ସେ ନେଇ କ୍ୟାମେରା ମାଧ୍ୟମରେ କୌଶଳ ଶିଖାଉଛନ୍ତି। ନିଜେ ବଣ ପାହାଡ଼ ଜଙ୍ଗଲରେ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କୌଣସି ଜୀବଜନ୍ତୁଙ୍କୁ ଭୟ ନ କରି ଆପଣ କିଛି ଦିନ କିପରି ଫସିଯାଇଥିବା ଜଙ୍ଗଲରେ ଜୀବିତ ରହିବେ ତାହାର କଳାକୌଶଳ ବତାଉଛନ୍ତି ରାଜେଶ। ଭୋକ ଲାଗିଲେ ଜଙ୍ଗଲୀ ଖାଦ୍ୟର ଭରପୁର ମଜା ନେବା ସହ ଶରୀରର ଆବଶ୍ୟକ ପୁଷ୍ଟି ଓ ଶକ୍ତି ବଜାୟ ରଖିବା ପାଇଁ ପରାମର୍ଶ ଦେଉଛନ୍ତି। ଏହାସହ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ଆମ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ମଧ୍ୟ ତାଙ୍କ ଭିଡ଼ିଓ ସିରିଜ୍‌ ବେଶ୍ ସହାୟକ ହେବ ବୋଲି କୁହନ୍ତି ରାଜେଶ। ଆଗକୁ ବିଅରଙ୍କ ପରି ଜଣେ ଦକ୍ଷ, ଲୋକପ୍ରିୟ ସରଭାଇବର ହେବା ପାଇଁ ସେ ଲକ୍ଷ ରଖିଛନ୍ତି। ଏବେ ମାଲକାନଗିରି ଭଳି ଦୁର୍ଗମ ଅଞ୍ଚଳର ଜଣେ ଛାତ୍ର ଭିନ୍ନ ପ୍ରକାରର ପେସା ରଖିଥିବାରୁ ଏହା ଚର୍ଚ୍ଚାର ବିଷୟ ହୋଇଛି।

 

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories