www.samajalive.in
Thursday, December 11, 2025
15.1 C
Bhubaneswar

ବଲାଙ୍ଗିରର ବହୁ ଚର୍ଚ୍ଚିତ ଧାନକିଣା ଦୁର୍ନୀତି ଘଟଣା, ୧୨ ବର୍ଷରୁ ଊର୍ଦ୍ଧ ହେଲା ଛିଡୁନି ମାମଲା

ବଲାଙ୍ଗିର: ପୁଣି ଚର୍ଚ୍ଚାରେ ବଲାଙ୍ଗିର ଜିଲାର ବହୁ ଚର୍ଚ୍ଚିତ ଧାନକିଣା ଦୁର୍ନୀତି । ୨୦୦୪-୦୫ ମସିହାରେ ହୋଇଥିବା ଏହି ଦୁର୍ନୀତିକୁ ଯୋଗାଣ ବିଭାଗ ସଂପୂର୍ଣ୍ଣ ଭାବେ ଚାପିଦେଇଥିବା ବେଳେ ପୁଣି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ଜନାପଡିଛି । ଏହିକ୍ରମରେ ଗୁରୁବାର ତତ୍କାଳିନ ବଲାଙ୍ଗିର ଜିଲା ଯୋଗାଣ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସହକାରୀ ପରିଚାଳକ(ଆକାଉଣ୍ଟ) ହାଜର ହୋଇଥିଲେ । ସେହି ସମୟରେ ହୋଇଥିବା ଏହି ବଡଧରଣର ଦୁର୍ନୀତିକୁ ସମସ୍ତେ ମିଶି ଚାପିଦେଇଥିବା ବେଳେ ବଲାଙ୍ଗିରର ସୂଚନା ଅଧିକାର କର୍ମୀ ନିଲମଣୀ ଯୋଷୀ ଏହାର ଏକ ତଦନ୍ତ ପାଇଁ ସମସ୍ତ କାଗଜପତ୍ର ସହ ମୁଖ୍ୟମନ୍ତ୍ରୀଙ୍କ ଠାରେ ଆବେଦନ କରିଥିଲେ । ତାଙ୍କ ଆବେଦନକ୍ରମରେ ରାଜ୍ୟ ସରକାର ଏହାର ତଦନ୍ତ ସହ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ ବଲାଙ୍ଗିର ଜିଲାରେ ୨୦୦୪-୦୫ ଖରିଫ ସମୟରେ ଧାନକିଣାରେ ଏକ ବଡ ଧରଣର ଦୁର୍ନୀତି ହୋଇଥିଲା। କିଣାଯାଇଥିବା ବସ୍ତା ବସ୍ତା ଧାନ ପରିବହନରେ ବ୍ୟବହାର ହୋଇଥିବା ଗାଡି ନମ୍ବରରୁ ଏହା ଦୁଇ ଚକିଆ ଯାନ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ହରଡଘଣାରେ ପଡିଥିଲା। ପରେ ଏହାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିବା ବେଳେ କାଗଜପତ୍ରରେ ସବୁକିଛି ଠିକ କରି ଘଟଣାକୁ ଚାପି ଦିଆଯାଇଥିଲା। ଏହି ଘଟଣାରେ ବିଭାଗର ଉପରସ୍ତରରୁ ତଳସ୍ତରର କର୍ମଚାରୀ, ଅଧିକାରୀ ସାମିଲ ଥିବା ନେଇ ସେହି ସମୟରେ ଅଭିଯୋଗ ହୋଇଥିଲା। ତେବେ ଏହି ଦୁର୍ନୀତିକୁ ସ୍ପଷ୍ଟ କରିଥିବା ସୂଚନା ଅଧିକାର ରିପୋର୍ଟରେ ଆଜି ବି ଏହି ଦୁର୍ନୀତିର ସବୁ ପ୍ରମାଣ ରହିଥିବା ବେଳେ ଦୁର୍ନୀତି କରିଥିବା ଅନେକ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ । ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ ସମୟ ବିତିଥିଲେ ମଧ୍ୟ ତଦନ୍ତ କୈାଣସି ନିଷ୍କର୍ସରେ ପହଞ୍ଚିପାରିନାହିଁ।ତେବେ ଏନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସୂଚନା ଅଧିକାର କର୍ମୀ ନୀଲମଣି ଯୋଷୀ ସମସ୍ତ କାଗଜପତ୍ର ସହ ମୁଖ୍ୟମନ୍ତ୍ରୀଙ୍କ ଠାରେ ଆବେଦନ କରିଥିଲେ। ଅଭିଯୋଗ ହେବା ପରେ ଗତ ଫେବୃୟାରୀ ମାସରେ ଏହି ଘଟଣାରେ ପକ୍ଷଭୁକ୍ତ ଥିବା ସହକାରୀ ମ୍ୟାନେଜର(ଆକାଉଣ୍ଟ) ଜ୍ଞାନରଞ୍ଜନ ଭୋଇ ଅବସର ଗ୍ରହଣ କରିଥିଲେ। ସଂପୃକ୍ତ ଅଧିକାରୀ ଜଣକ ମିଲର୍ସ ନାଁରେ ପ୍ରାୟ ୫୩ରୁ ଉର୍ଦ୍ଧଟି ଚେକ ପ୍ରଦାନ କରିଥିଲେ। ଏହିଭଳି ଧାନକିଣା ଟୋକନରେ ସେ ଚଞ୍ଚକତା କରିଥିଲେ ବୋଲି ମଧ୍ୟ ସ୍ପଷ୍ଟ ହୋଇଥିବା ବେଳେ ସରକାର ତାଙ୍କ ଅବସରକାଳୀନ ପ୍ରାପ୍ୟ ବନ୍ଦ କରିଥିଲେ। ପରେ ସେ ଏହାକୁ ପାଇବା ପାଇଁ ଆବେଦନ କରିଥିଲେ। ଏହି କ୍ରମରେ ଘଟଣାର ତଦନ୍ତ କରି ଏକ ରିପୋର୍ଟ ପ୍ରଦାନ କରିବା ସହିତ ଅଭିଯୋଗର ସମଧାନ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହିକ୍ରମରେ ଗୁରୁବାର ପୂର୍ବତନ ଆକାଉଣ୍ଟ ଅଧିକାରୀ ଶ୍ରୀ ଭୋଇ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଉଭୟ ଅଭିଯୋଗକାରୀ ଶ୍ରୀ ଯୋଷୀ ଓ ଅଭିଯୁକ୍ତ ଶ୍ରୀ ଭୋଇଙ୍କ ପକ୍ଷ ଜିଲା ଯୋଗାଣ ଅଧିକାରୀ ଦୀଲିପ କୁମାର ପାତ୍ର ଶୁଣିବା ସହିତ ସେମାନଙ୍କ ସହ ଆଲୋଚନା କରିଥିଲେ। ତେବେ ଏହି ଦୁର୍ନୀତି ସେ ସାମିଲ ନଥିବା ବେଳେ ତାଙ୍କୁ ଜୋରଜବରଦସ୍ତ ଫସାଯାଉଥିବା ଶ୍ରୀ ଭୋଇ ନିଜ ପ୍ରତିକ୍ରୀୟାରେ କହିଥିବା ବେଳେ ଦୁର୍ନୀତିରେ ଆର୍ଥିକ କାରବାର ଦାୟିତ୍ୱରେ ଥିବା ଅଧିକାରୀ ଶ୍ରୀ ଭୋଇଙ୍କ ସଂପୃକ୍ତି ଥିବା ଶ୍ରୀ ଯୋଷୀ ଅଭିଯୋଗ କରିଛନ୍ତି । ଉଭୟଙ୍କ ପକ୍ଷ ଶୁଣିବା ପରେ ସେ ସମସ୍ତ ବିଷୟର ପୁନଃଯାଞ୍ଚ କରି ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ଜିଲା ଯୋଗାଣ ଅଧିକାରୀ ଶ୍ରୀ ପାତ୍ର ନିଜ ପ୍ରତିକ୍ରୀୟାରେ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories