www.samajalive.in
Monday, December 8, 2025
20.1 C
Bhubaneswar

ରାସ୍ତା ଉପରେ ପରିବା ହାଟ

ବାଙ୍କୀ : ବାଙ୍କୀ ସହରର ମୁଖ୍ୟ ରାସ୍ତା(ବାଙ୍କୀ-ଖୋର୍ଦ୍ଧା) ଉପରେ ପରିବା ହାଟ ଦିନକୁ ଦିନ ବଢୁଛି। ପ୍ରଶାସନର ଦୃଷ୍ଟି ଆଢୁଆଳରେ ହାଟ ପରିଚାଳିତ ହେଉଥିବାରୁ ଦିନକୁ ଦିନ ବହୁ ସମସ୍ୟା ସୃଷ୍ଟି ହେଉଛି। ସୂଚନା ଯୋଗ୍ୟ ଯେ, ଦୀର୍ଘଦିନ ତଳୁ ନୂତନ ଗୋଲେଇ ମାର୍କେଟରେ ପରିବା ହାଟ ପାଇଁ ବ୍ୟବସସ୍ଥା କରାଯାଇଥିଲେ ମଧ୍ୟ ଉଭୟ ଖାଉଟି, ବ୍ୟବସାୟୀ ଓ ଚାଷୀମାନେ ସେ ସ୍ଥାନକୁ ନିୟମିତ ହାଟ କରିବା ପାଇଁ ଇଚ୍ଛା ବଳାଉନାହାଁନ୍ତି। ଏପଟେ ଉଠା ପରିବା ବ୍ୟବସାୟୀମାନେ ରାସ୍ତା ପାର୍ଶ୍ବରେ ପରିବା ବ୍ୟବସାୟ କରୁଥିବାରୁ ଖାଉଟି ୨ଚକିଆ ଗାଡି, ସାଇକେଲ ରାସ୍ତା ଉପରେ ରଖୁଥିବାରୁ ଯାତାୟତାରେ ବାଧା ସୃଷ୍ଟି ହେଉଥିଲାବେଳେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ସେହିପରି ରାସ୍ତା ପାର୍ଶ୍ବ ପରିବା ଦୋକାନୀମାନେ ସାଧାରଣ ଖାଉଟିଙ୍କୁ ପରିବା ଦରଦାମରେ ଠକୁଥିବାର ଲକ୍ଷ କରାଯାଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଉନଥିବାରୁ ବଜାର ଦର ଆକାଶ ଛୁଆଁ ହେଉଛି। କରୋନା କଟକଣା ସତ୍ୱେ ମଧ୍ୟ ଏଦିଗରେ କେହି ଦୃଷ୍ଟି ହେଉନଥିବା ଦୁଃଖର ବିଷୟ ବୋଲି ଅଞ୍ଚଳର ବୁଦ୍ଧିଜିବୀମାନେ କହିଛନ୍ତି। ଦରଦାମ ବିଭିନ୍ନ ଦୋକାନରେ ଭିନ୍ନ ଭିନ୍ନ ଥିବାରୁ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି। ବଜାରରେ ସକାଳେ ଏବଂ ସନ୍ଧ୍ୟାରେ ଟ୍ରାଫିକ ବ୍ୟବସ୍ଥା ବିପଦଜନକ ହୋଇପଡିଥିଲେ ମଧ୍ୟ ପୁଲିସ ପ୍ରଶାସନର ଏଦିଗରେ ଦୃଷ୍ଟି ନଥିବାରୁ ଜନସାଧାରଣଙ୍କ ଚିନ୍ତା ବଢୁଛି। ଗ୍ରାମାଞ୍ଚଳ ଭିତ୍ତିକ ସହରଟିରେ ଦୈନିକ ପରିବା ବ୍ୟବସସାୟ ହେଉଥିବାରୁ ସନ୍ଧ୍ୟା ଏବଂ ସକାଳେ ସାଧାରଣତଃ ବାଙ୍କୀ ବଜାର ଗହଳି ହେଉଛି। ଦରଦାମ କଟକଣା ଓ ନିୟନ୍ତ୍ରଣ ସହିତ ରାସ୍ତା ପାର୍ଶ୍ବ ପରିବା ହାଟକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଅନୁରୋଧ କରାଯାଇଛି। ଏ ସମ୍ପର୍କରେ ଏନ.ଏ.ସି ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସର୍ବାଧାରଣ ଖାଉଟୀ ଓ ଉଠା ବ୍ୟବସାୟୀଙ୍କ ସଚେତନତା ନିମନ୍ତେ ଖୁବ୍‍ ଶୀଘ୍ର ଏକ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ଓ ପ୍ରସାର କରିବା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories