www.samajalive.in
Sunday, December 14, 2025
23.1 C
Bhubaneswar

କରୋନା କଷଣରୁ ବଳି ପଡୁଛି ଘରୋଇ ବସ୍ ଭଡ଼ା

ବ୍ରହ୍ମପୁର : ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦରଠାରୁ ଯାତ୍ରୀଙ୍କଠାରୁ ଅଧିକ ବସ୍‌ ଭଡା ନିଆଯାଉଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ସହରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ଯାତ୍ରୀବାହୀ ବସଗୁଡ଼ିକ ମଧ୍ୟରେ ଭଡାକୁ ନେଇ ତାଳମେଳ ରହୁନଥିବା ଜଣାପଡ଼ିଛି ।
କରୋନା ମହାମାରୀ ସାମାନ୍ୟ କମିବା ପରେ ସରକାର ଯାତ୍ରୀବାହୀ ବସ୍‌ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । ସେହିକ୍ରମରେ ରାଜ୍ୟର ବିଭିନ୍ନ ସହରରୁ ଅଧିକାଂଶ ବସ୍‌ ବିଭିନ୍ନ ରୁଟ୍‌ରେ ଯିବାଆସିବା କରୁଛି। ଧିରେ ଧିରେ ଯାତ୍ରୀ ସଂଖ୍ୟା ମଧ୍ୟ ବଢୁଛି । କରୋନା ସମୟରେ ବସ୍ କର୍ମଚାରୀ ତଥା ମାଲିକମାନେ ଯାତ୍ରୀଙ୍କଠାରୁ ନିର୍ଦ୍ଧାରିତ ଦରରୁ ଅଧିକ ଭଡା ଆଦାୟ କରୁଥିବା ଅଭିଯୋଗ ହେଉଛି। ଏହା ଦୃଷ୍ଟିକୁ ଆସିବା ପରେ ଗତକାଲି ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ଯାତ୍ରୀଙ୍କ ଠାରୁ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଭଡା ଆଦାୟ ପାଇଁ ନିର୍ଦେଶ ଦିଆଯାଇଛି। ଏସି ଡିଲକ୍ସ ବସ ଗୁଡ଼ିକ କିମି ପିଛା ୧୨୭ ପଇସା ଆଦାୟ ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ଡିଲକ୍ସ ବସଗୁଡ଼ିକ ୧୦୫ ପଇସା, ଏକ୍ସପ୍ରେସ ବସଗୁଡ଼ିକ ୭୫ ପଇସା ଓ ସାଧାରଣ ବସଗୁଡ଼ିକ ୭୨ ପଇସା ଆଦାୟ କରିବେ ବୋଲି କୁହାଯାଇଛି।

ଗତକାଲିର ଏହି ଚିଠି ପରେ ଆଜି ବ୍ରହ୍ମପୁର ସହର ଦେଇ ଯାତାୟାତ କରୁଥିବା ଘରୋଇ ବସଗୁଡ଼ିକ କିଭଳି ଭଡା ଆଦାୟ କରୁଛନ୍ତି ତାହାର ସ୍ଥିତି ଯାଞ୍ଚ ବେଳେ ଏଠାରେ ସରକାରୀ ନିର୍ଦେଶକୁ ଅବମାନନା କରି ଯାତ୍ରୀଙ୍କଠାରୁ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦର ଠାରୁ ଅଧିକ ଆଦାୟ ହେଉଥିବା ଦେଖିବାକୁ ମିଳିଥିଲା । ଏସି ଡିଲକ୍ସ ବସରେ ବ୍ରହ୍ମପୁରରୁ ଭୁବନେଶ୍ବର ଯିବା ପାଇଁ ସରକାରଙ୍କ ଦର ଅନୁସାରେ ୨୨୧ ଟଙ୍କା ନିଆଯିବା​‌ କଥା । ଏହି ୨୨୧ରେ ବିଭିନ୍ନ ଟିକସ ମିଶାଇ ଅତି ବେଶୀରେ ୨୩୫ ହେବା କଥା । କିନ୍ତୁ ଘରୋଇ ବସଗୁଡ଼ିକ ଯାତ୍ରୀଙ୍କ ଠାରୁ ୨୫୦ ଟଙ୍କା ଆଦାୟ କରୁଛନ୍ତି। ସେହିପରି ଡିଲକ୍ସ ବସରେ ଦର ୧୮୩ ଟଙ୍କା ଥିବା ବେଳେ ଟିକସ ମିଶାଇ ଦର ୨୦୦ ଟଙ୍କା ନିଆଯିବା ବଦଳରେ ବସ କର୍ମଚାରୀମାନେ ଯାତ୍ରୀଙ୍କ ଠାରୁ ୨୩୦ ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହଁ ବ୍ରହ୍ମପୁର ସହରର ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମାଞ୍ଚଳକୁ ଯାଉଥିବା ସାଧାରଣ ଓ ଏକ୍ସପ୍ରେସ ବସଗୁଡ଼ିକରେ ମଧ୍ୟ ଭଡା ସରକାରୀ ଦରଠାରୁ ଅଧିକ ରହିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories