www.samajalive.in
Monday, December 8, 2025
14.1 C
Bhubaneswar

ଆଳୁ ଚାଷରୁ ଦୂରେଇ ଯାଉଛନ୍ତି ଆଗଲପୁର ବ୍ଲକ ଚାଷୀ!

ଆଗଲପୁର : ବଲାଙ୍ଗିର ଜିଲା ଆଗଲପୁର ବ୍ଲକର ସିଂହ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। କେନ୍ଦ୍ର ସରକାର ତଥା ରାଜ୍ୟ ସରକାର କୃଷିର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରି ଟଙ୍କା ଖର୍ଚ୍ଚ କରୁଛନ୍ତି। କୃଷି ଓ ଚାଷୀର ବିକାଶ ପାଇଁ ଆସୁଥିବା ଅର୍ଥ ସୁଷମ ଭାବେ ବଣ୍ଟନ କରାଯାଇ ଖର୍ଚ୍ଚ କରାଗଲେ ତାହାର ସୁଫଳ ଚାଷୀମାନେ ପାଇ ପାରନ୍ତେ। କିନ୍ତୁ ଆଗଲପୁର ବ୍ଲକରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି।

ଆଗଲପୁର ବ୍ଲକ ଅଞ୍ଚଳରେ ବହୁ ବର୍ଷ ହେଲା ଚାଷୀମାନେ ଆଳୁ ଚାଷ କରି ଭଲ ଦି’ ପଇସା ରୋଜଗାର କରି ଆସୁଥିଲେ। ଏହି ଅଞ୍ଚଳରୁ କଟକ, ଭୁବନେଶ୍ୱର, ବ୍ରହ୍ମପୁର ଭଳି ରାଜ୍ୟର ବଡ ବଡ ସହରକୁ ଆଳୁ  ପରିବହନ କରି ଚାଷୀମାନେ ଲାଭାନ୍ୱିତ ହେଉଥିଲେ। କିନ୍ତୁ ଆଗଲପୁର ବ୍ଲକ କୃଷି କର୍ମଚାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ପୁରୁଣା ଚାଷୀ ତଥା ନୂଆ ପ୍ରଣାଳୀରେ ଚାଷ କରିବାକୁ ଚାହୁଁଥିବା ଯୁବକମାନେ ସରକାରଙ୍କ ସହାୟତା ଓ ସୁବିଧା ପାଇବାରୁ ବଞ୍ଚିତ। ସେହିପରି ସରକାରୀସ୍ତରରେ ଦିଆଯାଉଥିବା ରିହାତି, ନୂଆ କୃଷି ଜ୍ଞାନକୌଶଳ ସଂପର୍କରେ ବି ଅଜଣା। ବିଶେଷ କରି ଆଳୁ ଚାଷ ପାଇଁ ଦିନେ ସୁନାମ ଅର୍ଜନ କରିଥିବା ଆଗଲପୁର ବ୍ଲକରେ ଚାଷୀମାନେ ଆଳୁ ଚାଷରୁ ମୁହଁ ମୋଡୁଛନ୍ତି। କାରଣ ଯୋଜନା ଅନୁସାରେ ଆଳୁ ଚାଷ ପାଇଁ ଚାଷୀଙ୍କୁ ରିହାତି ମୂଲ୍ୟରେ ବିହନ, ସାର ସହ କୀଟନାଶକ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଆଗଲପୁର ବ୍ଲକ ଚାଷୀ ଯେଉଁ ସହଭାଗିତା ପାଇବା କଥା ତାହା ପାଉ ନାହାନ୍ତି।

- Advertisement -

କୃଷି କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି କେଉଁ ପଞ୍ଚାୟତରେ କେତେ ଅଳୁ ଚାଷ ହେଉଥିଲା ଓ ଏହି ବର୍ଷ କେତେ ଚାଷୀ ଆଳୁ ଚାଷ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି ତା’ର ଏକ ରିପୋର୍ଟ ଜିଲାସ୍ତରୀୟ କୃଷି ବିଭାଗକୁ ଦେବାର ନିୟମ ଥିବା ବେଳେ କୃଷି କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ ପାଇଁ ଯାଉ ନାହାନ୍ତି। ବ୍ଲକ କାର୍ଯ୍ୟାଳୟରେ ବସି ଫାଇଲ ଚାଷ କରୁଥିବା ଅଭିଯୋଗ ହେଉଛି। ସେହିପରି ଆଗଲପୁର ବ୍ଲକରେ ଉଦ୍ୟାନ ବିଭାଗ ପକ୍ଷରୁ କାହରିକୁ ନିଯୁକ୍ତି ଦିଆଯାଇ ନାହିଁ। ଲୋଇସିଂହା ବ୍ଲକ କୃଷି କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଉଦ୍ୟାନ ବିଭାଗର କର୍ମଚାରୀ ଆଗଲପୁର ବ୍ଲକର ଅତିରିକ୍ତ ଦାୟିତ୍ତ୍ୱ ତୁଲାଉଛନ୍ତି। ତେଣୁ ତାଙ୍କ ଉପରେ ଚାପ ଦି’ଗୁଣା ହେଉଛି। କ୍ଷେତ୍ର ପରିଦର୍ଶନ ନକରି କେବଳ ବ୍ଲକକୁ ଆସି ମନଇଚ୍ଛା ରିପୋର୍ଟ ଦେଉଥିବା ଭଳି ସାଂଘାତିକ ଅଭିଯୋଗ କରୁଛନ୍ତି ଚାଷୀ। ତେଣୁ ଆଗଲପୁର ବ୍ଲକରେ ଉଦ୍ୟାନ ବିଭାଗ ପକ୍ଷରୁ ଆବଶ୍ୟକ କର୍ମଚାରୀ ନିଯୁକ୍ତି କରିବା ସହିତ କେଉଁ ଗାଁରେ କିପ୍ରକାର ଚାଷ କରାଯାଉଛି ତାର ଆକଳନ କରି ସଠିକ ରିପୋର୍ଟ ଦେବା ସହ ସରକାରୀ ସୁବିଧା କ’ଣ ରହିଛି ସେ ସଂପର୍କରେ ଅବଗତ କଲେ ଚାଷୀଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖାଦିଅନ୍ତା। ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଚାଷୀ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ କହୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories