www.samajalive.in
Monday, December 8, 2025
13.1 C
Bhubaneswar

ଏସଏଚଜି ମହିଳାଙ୍କୁ ଠକେଇ ଅଭିଯୋଗ, ଲକ୍ଷାଧିକ ଟଙ୍କା ଫେରି ପାଇବାକୁ ଏସପିଙ୍କୁ ଭେଟିଲେ

ବଲାଙ୍ଗିର : ବଲାଙ୍ଗିର ଜିଲା ମୁରିବାହାଲ ଥାନା ମାଲିଶିରା ଗାଁ ତଥା ଆଖପାଖ ଗାଁରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କମ ଅର୍ଥ ବିନିଯୋଗ କରି ଅଧିକ ଲାଭ ଆଶା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ମାଇକ୍ରୋଫାଇନାନ୍ସ କଂପାନୀରୁ ଋଣ କରି ଏସଏଚଜି ମହିଳା ମାନେ ଆର.ଏମ.ସି.ଏଲ କଂପାନୀରେ ବିନିଯୋଗ କରି ସେମାନଙ୍କୁ ଠକିଥିବା ନେଇ ଅଭିଯୋଗ ହେବା ପରେ ନିଜ ଟଙ୍କା ଫେରିପାଇବା ନେଇ ବୁଧବାର ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ ମୁରିବାହାଲ ଥାନା ଅନ୍ତର୍ଗତ ମାଲିଶିରା ଗାଁର ରୀନା ପୁଟେଲଙ୍କୁ ବର୍ଷକ ତଳେ ଦୁଇ ଜଣ ଯୁବକ ଠାକୁର ସେଲମା ଓ ଚନ୍ଦ୍ରମଣୀ ବଗର୍ତ୍ତି କମ ଅର୍ଥ ବିନିଯୋଗ କରି ଅଧିକ ଟଙ୍କା ଲାଭ ପାଇବା ଆଶା ଦେଇ ଏକ କଂପାନୀରେ ଟଙ୍କା ବିନିଯୋଗ କରିବା ପାଇଁ କହିଥିଲେ । ଲାଭ ଆଶାରେ ରୀନା ସ୍ଥାନୀୟ ଅଞ୍ଚଳର ମହିଳା ମାନଙ୍କୁ ନେଇ ଏସଏଚଜି ଗଠନ କରାଇଥିଲେ । ମୁରିବାହାଲ ଥାନା ଅଞ୍ଚଳରେ ୧୧ଟି ଗୋଷ୍ଠୀ ରୀନାଙ୍କ ଅଧିନରେ ୬୦ଟି ଏସଏଚଜି ଗଠନ କରାଯିବା ସହିତ ପ୍ରାୟ ୫୩୭ ଜଣ ମହିଳାଙ୍କୁ ସାମିଲ କରାଯାଇଥିଲା । ପରବର୍ତ୍ତୀ ସମୟରେ ମୁଣ୍ଡପିଛା ଦେଢଲକ୍ଷ ଟଙ୍କା ଋଣ କରି ସେହି ଟଙ୍କାକୁ କୌଣସି ଲାଭଦାୟକ ବ୍ୟବସାୟରେ ବିନିଯୋଗ ନକରି ସିଧାସଳଖ ଆର.ଏମ.ସି.ଏଲ କଂପାନୀରେ ଲଗାଇବା ପାଇଁ ଉଭୟ ଯୁବକଙ୍କୁ ପ୍ରଦାନ କରାଯାଇଥିଲା । କିନ୍ତୁ ସେହି ସବୁତକ ଟଙ୍କା ଅଭିଯୁକ୍ତ ଯୁବକମାନେ ହଡପ କରି ନେଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଟଙ୍କା ଆୟର ଲୋଭ ଦେଖାଇ ମୁରିବାହାଲ ଥାନା ଅଞ୍ଚଳରେ ଏକ ବଡ ଧରଣର ଠକେଇ ହୋଇଥିବା ବେଳେ ଟଙ୍କା ଫେରିପାଇବା ପାଇଁ ମହିଳା ମାନେ ଏବେ ଚିନ୍ତାରେ ପଡିଥିବା ପ୍ରକାଶ କରିଛନ୍ତି । ଏପଟେ ବିଭିନ୍ନ ମାଇକ୍ରୋଫାଇନାନ୍ସ କଂପାନୀ ଠାରୁ ଆଣିଥିବା ଋଣ ସୁଝିବା ପାଇଁ କଂପାନୀ କର୍ମଚାରୀ ମାନେ ଘର ବାଟରେ ଜଗିବସିଛନ୍ତି । ସେପଟେ ସବୁ ଋଣ ଟଙ୍କା ଅଭିଯୁକ୍ତ ମାନଙ୍କ କଥାରେ ପଡି ପାଣିରେ ପଡିଛି । ଏଭଳି ସ୍ଥିତିରେ ମହିଳା ମାନେ ଠକେଇର ଶୀକାର ହୋଇ ଅସହାୟ ହୋଇ ପଡିଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଏନେଇ ମୁରିବାହାଲ ଥାନାରେ ଗତ ଅକ୍ଟୋବର ୧୦ ତାରିଖରେ ରୀନା ପୁଟେଲ ସମେତ ମହିଳା ମାନେ ଲିଖିତ ଅଭିଯୋଗ କରିଥିଲେ । କେସ ନଂ ୨୪୩ ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ବେଳେ ନିଜ ଟଙ୍କା ଫେରିପାଇବା ଦାବିରେ ବୁଧବାର ମହିଳାମାନେ ବଲାଙ୍ଗିର ଏସପିଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିବା ଜଣାପଡିଛି । କଣ୍ଟାବାଞ୍ଜିର ବିଜେଡି ନେତା ଅଜୟ ଦାସଙ୍କ ନେତୃତ୍ୱରେ ମହିଳା ମାନେ ବଲାଙ୍ଗିର ଏସପି ଏମ. ସନ୍ଦୀପ ସମ୍ପତ୍ତଙ୍କୁ ସାକ୍ଷାତ କରି ଘଟଣା ବିଷୟରେ ଆଲୋଚନା କରିଥିଲେ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories