www.samajalive.in
Monday, December 8, 2025
24.1 C
Bhubaneswar

ନବୀନ ନିବାସ ସମ୍ମୁଖରେ ବିଜେପିର ସତ୍ୟାଗ୍ରହ ଧମକ: ’ଏକାମ୍ର କାନନରୁ ଗୋଟିଏ ଗଛ କଟାଯିବାକୁ ଦିଆଯିବ ନାହିଁ’

ଭୁବନେଶ୍ୱର: ଏକାମ୍ର କାନନରୁ ଗୋଟିଏ ଗଛ କଟାଗଲେ ବିଜେପି ନବୀନ ନିବାସ ସମ୍ମୁଖରେ ସତ୍ୟାଗ୍ରହ କରିବ ବୋଲି ଧମକ ଦେଇଛି । ଏକାମ୍ର ଉଦ୍ୟାନକୁ ବିକ୍ରି ଲାଗି ସରକାର ମସୁଧା ଚଳାଇଥିବା ଅଭିଯୋଗ କରି ଦଳ ପକ୍ଷରୁ ଏକାମ୍ର କାନନ ସମ୍ମୁଖରେ ବିକ୍ଷୋଭ କରାଯାଇଛି ।

ଦଳ ପକ୍ଷରୁ କୁହାଯାଇଛି ଯେ ଏକାମ୍ର ଉଦ୍ୟାନକୁ ବିକ୍ରି କରିବା ପାଇଁ ରାଜ୍ୟସରକାର ମସୁଧା ଚଲାଇଛନ୍ତି। ରାଜ୍ୟସରକାର ୨୦ ଏକର ୧୯୨ ଡେସିମିଲ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିବା ନେଇ ପତ୍ର ଲେଖି ଏହି ଜମିକୁ ବ୍ୟବସାୟିକ ପ୍ରତିଷ୍ଠାନକୁ ବିକ୍ରି କରିବା ପାଇଁ ଷଡଯନ୍ତ୍ର କରିଛନ୍ତି। ରାଜଧାନୀର ସବୁଜିମା ଛାତିରେ ଏକ କଙ୍କ୍ରିଟ ଜଙ୍ଗଲର ପରିକଳ୍ପନା କରିବା ଅତ୍ୟନ୍ତ ଲଜ୍ଜା ଏବଂ ହୀନ ମାନସିକତାର ଲକ୍ଷଣ। ଏହା ବିରୁଦ୍ଧରେ ଆଜି ଶ୍ରୀକୃଷ୍ଣ ମଣ୍ଡଳ ପକ୍ଷରୁ ବିଜେପି କାର୍ଯ୍ୟକର୍ତାମାନେ ଏକାମ୍ର ଉଦ୍ୟାନ ଆଗରେ ପ୍ରତିବାଦ କରି ତୁରନ୍ତ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ପ୍ରତ୍ୟାହାର କରିବା ଏବଂ ନୂତନ ଜଙ୍ଗଲ ସୃଷ୍ଟି କରିବା ନେଇ ଏକ ସ୍ମାରକ ପତ୍ର ଉଦ୍ୟାନ ବିଭାଗ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି। 

- Advertisement -

ଏକାମ୍ର ଉଦ୍ୟାନ ପରିସରରେ ଥିବା ୨୬ ଏକର ଜମିରୁ ୨୦ ଏକର ୧୯୨ ଡେସିମିଲ ଜମିକୁ ସାଧାରଣ ପ୍ରଶାସନକୁ ହସ୍ତାନ୍ତର କରିବା ନେଇ ଉଦ୍ୟାନ ବିଭାଗ ସହନିର୍ଦ୍ଦେଶକକୁ ଗତ ଅକ୍ଟୋବର ୧୩ ତାରିଖରେ ଚିଠି କରିବା ପ୍ରସଙ୍ଗ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ହେଲେ ଉଦ୍ୟାନ ପରିସରରେ ୧୦୦ ଆମ୍ବଗଛ ସହ ୮୦୦୦ରୁ ଅଧିକ ଗଛ ବଳି ପଡିବା ସୁନିଶ୍ଚିତ। ଉଦ୍ୟାନ ନିର୍ଦ୍ଦେଶାଳୟ ପରିସରରେ ଥିବା ପ୍ଲଟ ନଂ ୮୮୨,୮୮୩ ଓ ୮୮୪ରେ ୫୭୬୫ ଡେସିମିଲ ଜମିକୁ ଛାଡି ବାକି ସବୁ ଜମିରେ ରାଜ୍ୟସରକାର କଙ୍କ୍ରିଟ ଜଙ୍ଗଲ ଛିଡା କରିବାକୁ ଯୋଜନା କରୁଛନ୍ତି,ଯାହାକୁ ପରିବେଶ ବିଜ୍ଞାନୀ ତୀବ୍ର ବିରୋଧ କରୁଛନ୍ତି। ସେହିପରି ୫୦ରୁ ୧୦୦ ବର୍ଷ ତଳର ଗଛ ଏଯାବତ୍‍ ତିଷ୍ଠି ରହିଥିବାବେଳେ ସରକାର ନୂତନ ଜଙ୍ଗଲ ନିର୍ମାଣ ନକରି ସହରର ପରିବେଶର ସନ୍ତୁଳନରେ ବାଧାସୃଷ୍ଟି କରୁଛନ୍ତି। ଦେଶରେ ଯେତେବେଳେ ୨୦୦ ସହରରେ ନଗରବନ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଖସଡା ପ୍ରସ୍ତୁତି ହେଉଛି ସେ ସମୟରେ ରାଜ୍ୟସରକାର ସଂରକ୍ଷିତ ବନ୍ୟାଚଂଳକୁ ମୂଳରୁ ଧ୍ୱସଂ କରିଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ମୁଖପାତ୍ର  ଦିଲୀପ ମହାନ୍ତି ଅଭିଯୋଗ କରିଛନ୍ତି।
ଏକାମ୍ର ଉଦ୍ୟାନରୁ ହଜାର ହଜାର ସଂଖ୍ୟାରେ ଗଛ କଟାଗଲେ ରାଜଧାନୀର ପରିବେଶ ଉପରେ ଏହାର ଅନେକ କୁପ୍ରଭାବ ପଡିବ। ଏହି ଜମିକୁ ହସ୍ତାନ୍ତର କରାଯିବା ପରେ ଉଦ୍ୟାନରେ କାର୍ଯ୍ୟରତ ଶ୍ରମିକମାନେ ଚାକିରୀ ହରାଇବେ। ବନୀକରଣକୁ ପୋତ୍ସାହିତ କରିବାର ଉଦ୍ଦେଶ୍ୟ ନେଇ ନିର୍ମାଣ ହୋଇଥିବା ଏହି ଉଦ୍ୟାନର ଗୋଟିଏ ଗଛ କଟିଲେ ନବୀନ ନିବାସ ଆଗରେ ସତ୍ୟାଗ୍ରହ ହେବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ଯେଉଁ ଅଧିକାରୀମାନେ ଏହି ଉଦ୍ୟାନକୁ ବିକ୍ରି କରିବାରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି।  ଏହି ପ୍ରତିବାଦରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ଉପସଭାପତି ସୁଶାନ୍ତ ଜେନା, ଯୁବମୋର୍ଚ୍ଚା ଉପସଭାପତି ଦିଲୀପ ବେହେରା, ଯୁବମୋର୍ଚ୍ଚା ସଂପାଦକ ପ୍ରସନ୍ନ କୁମାର ସାହୁ ଏବଂ ମଣ୍ଡଳ ସଭାପତି ଅଂଜନ ନାଥଙ୍କ ସମେତ ସ୍ଥାନୀୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ।

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories