www.samajalive.in
Monday, December 8, 2025
13.1 C
Bhubaneswar

ଦିଲ୍ଲୀରେ କରୋନାର ତୃତୀୟ ଲହର; ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଡ଼ାକିଲେ ଜରୁରୀ ବୈଠକ

ରାଜଧାନୀ ଦିଲ୍ଲୀକୁ ପୁଣି ଫେରିଛି କରୋନା । କରୋନାର ଭୟାନକ ତୃତୀୟ ଲହର ଦିଲ୍ଲୀବାସୀଙ୍କ ଜୀବନ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବା ଆଶଙ୍କା ସୃଷ୍ଟି କରିଛି । ଏହି ସ୍ଥିତିର ମୁକାବିଲା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଜରୁରୀ ବୈଠକ ଡ଼ାକିଛନ୍ତି । ଆସନ୍ତାକାଲି ଅପରାହ୍ନରେ ଏହି ବୈଠକ ଅନୁଷ୍ଠିତ ହେବ । ସୂଚନା ଅନୁସାରେ ବୈଠକରେ ଆଇସିୟୁ, ଭେଣ୍ଟିଲେଟର ଉପରେ ଆଲୋଚନା କରାଯିବ।  କରୋନା ମାମଲା ବୃଦ୍ଧି ପରେ ଅନେକ ଡାକ୍ତରଖାନାରେ ଭେଣ୍ଟିଲେଟର ଅଭାବ ଦେଖାଦେଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀକେଜ୍ରିୱାଲ କହିଛନ୍ତି ଯେ କିଛି ସମୟ ଲାଗି ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ତୃତୀୟ ତରଙ୍ଗ କୁହାଯାଇପାରେ । ଆସନ୍ତାକାଲି ଏ ସମ୍ପର୍କରେ ବୈଠକ ଅନୁଷ୍ଠିତ ହେବ । ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ଅଭାବ ନହେବା ପାଇଁ ନିରନ୍ତର ପ୍ରସ୍ତୁତି ମଧ୍ୟ କରାଯାଉଛି। ଏହା ସହ ଘରୋଇ ଡ଼ାକ୍ତରଖାନାରେ ଆଇସିୟୁ ଶଯ୍ୟା ସଂରକ୍ଷଣ ସଂକ୍ରାନ୍ତରେ ହାଇକୋର୍ଟରେ ରୁଜୁ ମାମଲା ନେଇ ମଧ୍ୟ ବୈଠକରେ ଆଲୋଚନା ହେବ । ଏ ସମ୍ପର୍କରେ ରାଜ୍ୟ ସରକାର ଯେଉଁ ନିର୍ଦେଶନାମା ଦେଇଥିଲେ ତାହାକୁ ହାଇକୋର୍ଟ ଖାରଜ କରି ଦେଇଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଆବେଦନ କରିବେ ବୋଲି ସେ କହିଛନ୍ତି ।

- Advertisement -

ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୬୭୨୫ ନୂଆ ସଂକ୍ରମଣ ମାମଲା ନଜରକୁ ଆସିଛି ଓ ମୋଟ ସଂଖ୍ୟା ୪.୦୩ ଲକ୍ଷରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୪୮ ଜଣଙ୍କ ମୃତ୍ୟୁ ଘଟିଛି ଓ ମୋଟ ମୃତ୍ୟୁ ସଂଖ୍ୟା ୬୬୫୨କୁ ବୃଦ୍ଧି ପାଇଛି ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories