www.samajalive.in
Monday, December 8, 2025
13.1 C
Bhubaneswar

ପ୍ଲାଜମା ଦେଲେ ପୁଲିସ୍‍ ରିଜର୍ଭ ଇନ୍ସପେକ୍ଟର

ଫୁଲବାଣୀ: କନ୍ଧମାଳ ପୁଲିସ୍‍ ପାଇଁ ପୁଣି ଗର୍ବ ଆଣିଦେଇଛନ୍ତି ରିଜର୍ଭ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଆଜି କଟକ ବଡ଼ ମେଡ଼ିକାଲ ପରିଷରରେ ଥିବା ପ୍ଲାଜା କକ୍ଷରେ ତାଙ୍କର ପ୍ଲାଜମା ଦାନ କରିଛନ୍ତି। ଗତ କିଛିଦିନ ତଳେ ଶ୍ରୀ ପ୍ରଧାନ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ସେ ନିଜ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ। ନିଜ ପ୍ଲାଜା ଦାନ ପାଇଁ ଆବେଦନ କରିବା ପ୍ରକାରେ ଆଜି କରିଥିଲେ। ଏଭଳି ମହତ୍ୱକାର୍ଯ୍ୟପାଇଁ ଶ୍ରୀ ପ୍ରଧାନଙ୍କ ନିକଟକୁ ସୁଭେତ୍ସାର ବାର୍ତ୍ତା ଛୁଟିବା ସହିତ ଜିଲା ପ୍ରଶାସନ ଓ ଜିଲା ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଏନେଇ କନ୍ଧମାଳ ଜିଲା ପ୍ରଶାସନ ଓ ଜିଲା ଆରକ୍ଷୀ ଅଧିକ୍ଷକ ଟୁଇଟ୍‍ କରି ଏହି କୋଭିଡ଼ ଯୋଦ୍ଧାଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲାର ୮ ଜଣ କୋଭିଡ଼୍‍ ଯୋଦ୍ଧା ପ୍ଳାଜମା ପ୍ରଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ରିଜର୍ଭ ଇନ୍ସପେକ୍ଟରଙ୍କୁ ମିଶାଇ ୩ ଜଣ ପୁଲିସ୍‍ ଅଧିକାରୀ, ଜଣେ ପ୍ରଶାସନିକ ଅଧିକାରୀ ଓ ୩ ଜଣ ଅନ୍ୟ କର୍ମଚାରୀ ରହିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories